କରୋନା ବାହାନାରେ କଶ୍ମୀର ମାମଲା ଉଠାଇଦେଲେ ସୋଏବ ଅଖତର: ଏବେ ଘୁରି ବୁଲିଲା ମିମ୍ସ, କରୋନାକୁ ଛାଡି ତାଙ୍କୁ ଟାର୍ଗେଟ୍ କରିବାରେ ଲାଗିପଡିଲେ ୟୁଜର୍ସ

ନୁଆଦିଲ୍ଲୀ ୧୬/୩: ପାକିସ୍ତାନର ନେତା କିମ୍ବା ଖେଳାଳୀ ସମସ୍ତେ କଶ୍ମୀର ମାମଲାରେ ମୁହଁ ଖୋଲିବାକୁ ସବୁବେଳେ ଆଗଭର । କେହି ବି ଏହି ସୁଯୋଗକୁ ହାତଛଡା କରନ୍ତିନାହିଁ । ଏଥିରେ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ ସାହିଦ ଆଫରିଦଙ୍କ ନାଁ ମଧ୍ୟ ତାଲିକାର ଆଗରେ । କିନ୍ତୁ ଏଥର ସୋଏବ ଅଖତର ମଧ୍ୟ କଶ୍ମୀର ମାମଲାକୁ ନେଇ ମୁହଁ ଖୋଲିଛନ୍ତି । ନିକଟରେ ଅଖତର କରୋନା ଭାଇରସକୁ ନେଇ ଚୀନକୁ ଟାର୍ଗେଟ କରିଥିଲେ । ଏଥର ସେ କରୋନା ବାହାନାରେ କଶ୍ମୀର ମୁଦ୍ଦାକୁ ଦୁନିଆ ସାମ୍ନାରେ ଉଠାଇଛନ୍ତି । 

ସୋଏବ୍ ନିଜ ଟ୍ୱିଟରେ ଦୁନିଆକୁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି କି ଲକଡାଉନ୍ କେମିତି ଲାଗୁଛି ? ଏହା ପରେ ସେ ଏହି ପ୍ରଶ୍ନ ତଳେ କଶ୍ମୀର ନାଁ ଲେଖିଛନ୍ତି । ସାରା ଦୁନିଆରେ ଅନେକ ସ୍ଥାନରେ କରୋନା ଭାଇରସ ଯୋଗୁଁ ଲକ୍ ଡାଉନ୍ ସ୍ଥିତି ଉପୁଜୁଛି । ଏହାକୁ ନେଇ ସେ ନିଜ ଟ୍ୱିଟରେ କଶ୍ମୀର ମାମଲା ଉଠାଇଛନ୍ତି । 

ସେ ଇଙ୍ଗିତ କରି କହିଛନ୍ତି କି କଶ୍ମୀରରେ ମଧ୍ୟ ଲକଡାଉନ୍ ଚାଲିଛି । ସେ ପରୋକ୍ଷରେ ଏହା କହିବା ପାଇଁ କହିଛନ୍ତି ଯେ ଭାରତରେ କଶ୍ମୀରରେ ଧାରା ୩୭୦ ସମାପ୍ତ ପରେ କରୋନା ଭାଇରସର ପ୍ରଭାବ ଭଳି ଲକଡାଉନ୍ ହୋଇଗଲା  । କଶ୍ମୀରରେ କିଛି ସମୟ ପୂର୍ବରୁ ଧାରା ୩୭୦ ସମାପ୍ତ ପରେ ଇଣ୍ଟରନେଟ୍ ଭଳଇ ସୁବିଧା ଉପରେ ପ୍ରତିବନ୍ଧକ ଲାଗିଥିଲା ।

ସୋଏବ ଏହା କହିବା ପାଇଁ ଚେଷ୍ଟା କରିଛନ୍ତି କି ଯେଉଁଭଳି କରୋନା ଯୋଗୁଁ ଲୋକମାନେ କେଉଁଆଡେ ଯିବାତ ଦୂରର କଥା ପରସ୍ପର ସହ କଥା ହେବା ପାଇଁ ମଧ୍ୟ ଇଛା ପ୍ରକଟ କରୁନାହାଁନ୍ତି । ଠିକ୍ ସେମିତି କିଛି କଶ୍ମୀରରେ ହେଉଛି । ଏହା ପୂର୍ବରୁ ସୋଏବ୍ ଚାଇନାକୁ ମଧ୍ୟ କରୋନା ଯୋଗୁଁ ଟାର୍ଗେଟ୍ କରିଥିଲେ ।

ତେବେ ସୋଏବଙ୍କ ଟ୍ୱିଟକୁ ନେଇ ଟ୍ରୋଲ କରିଛନ୍ତି ୟୁଜର୍ସ । ଏପରିକି କିଛି ଫ୍ୟାନ୍ସ ଅଖତରଙ୍କୁ ପାକିସ୍ତାନର ଆତଙ୍କବାଦୀ ଫ୍ୟାକ୍ଟ୍ରି ହାଲଚାଲ୍ ପଚାରିବା ସହ କିଛି ୟୁଜର୍ସ ପାକିସ୍ତାନରେ ମ୍ୟାଚ୍  ଫିକ୍ସିଂର ହାଲ୍ କେମିତି ଅଛି ବୋଲି ପଚାରିଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …