ରହସ୍ୟରେ ବ୍ୟବସାୟୀଙ୍କ ମୃତ୍ୟୁ : ପତ୍ନୀଙ୍କୁ ହସ୍ପିଟାଲ ନେଇ ଆସିଥିଲେ , ନିଜ କାର୍‌ରୁ ମିଳିଲା ତାଙ୍କ ଶବ

ଗାଜିଆବାଦ – ଜଣେ କ୍ଲେ (ମାଟି) ବ୍ୟବସାୟୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତର ପ୍ରଦେଶର ଗାଜିଆବାଦର ମସୁରୀ ଥାନା ଅଞ୍ଚଳରୁ ଏହି ଘଟଣାଟି ସାମନାକୁ ଆସିଛି ।

ଜଣେ କ୍ଲେ ବ୍ୟବସାୟୀଙ୍କୁ ଏମିତି ଭାବେ ହତ୍ୟା କରାଯାଇଛି , ଯାହାକି ପୁଲିସ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ସକାଳେ ବ୍ୟବସାୟୀଙ୍କର ଶବ ତାଙ୍କର ନିଜ କାର୍‌ରୁ ହିଁ ମିଳିଛି । ସୂଚନା ପାଇ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ଘଟଣାସ୍ଥଳୀ ନିରୀକ୍ଷଣ କରିବା ପରେ ମାମଲାର ତଦନ୍ତ ଆରମ୍ଭ  କରିଦେଇଛି।

 ଏବେସୁଦ୍ଧା ଜଣା ପଡ଼ିନାହିଁ କି ତାଙ୍କର ହତ୍ୟା କାହିଁକି ଓ କିଏ କରିଛି । କୁହାଯାଉଛି କି ସେ ନିଜର ପତ୍ନୀଙ୍କୁ ହସ୍ପିଟାଲ ନେଇ ଆସିଥିଲେ । ଏହାପରେ ମୋବାଇଲ୍‌କୁ ଏକ କଲ୍‌ ଆସିଥିଲା । ଏହାପରେ ସେ କୁଆଡ଼େ ଚାଲି ଯାଇଥିଲେ ।

ହାପୁଡର ହାୱଲ ଗାଁ ପିଲଖୁୱାରେ ରହୁଥିବା ୨୫ ବର୍ଷିୟ କ୍ଲେ ( ମାଟି) ବ୍ୟବସାୟୀ ରାଶିଦ୍‌ ଗତ ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିଲେ । ପରିବାର ସଦସ୍ୟ କହିଛନ୍ତି  ନିଜର ପତ୍ନୀଙ୍କୁ  ମସୁରୀ  ଅଞ୍ଚଳରେ ଥିବା ହୋଲି କ୍ରାସ୍‌ ଫ୍ୟାମିଲ ହସ୍ପିଟାଲକୁ ଚେକ୍‌ଅପ୍‌ କରିବାକୁ ନେଇ ଯାଇଥିଲେ ।  ଯେବେ ସେ ହସ୍ପିଟାଲରେ ଥିଲେ , ସେତେବଳେ ତାଙ୍କ ମୋବାଇଲ୍‌କୁ ଏକ କଲ୍‌ ଆସିଥିଲା ।  ସେ ମୋବାଇଲ୍‌ରେ  କଥା ହୋଇଥିଲେ ଏବଂ ଏହାପରେ ପତ୍ନୀଙ୍କୁ କିଛି ସମୟ ପରେ ଆସିବାକୁ କହି ଚାଲିଯାଇଥିଲେ । ଏହାପରେ ପତ୍ନୀ ବହୁ ସମୟ ତାଙ୍କର ଅପେକ୍ଷା କରିଥିଲେ । କିନ୍ତୁ ସେ ଆଉ ଫେରିନଥିଲେ ।

ଏହାପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ମାମଲାର ସୂଚନା ଥାନା ମସୂରୀରେ ମଧ୍ୟ ଦିଆଯାଇଥିଲା ।

ଆଜି ସକାଳେ ତାଙ୍କର ଶବ ମସୂରୀ ଥାନା ଅଞ୍ଚଳର ଡାସନାରେ ଜନଗହଳି ଶୂନ୍ୟ ସଡ଼କରୁ ମିଳିଥିଲା । ଲୋକଙ୍କ ଠାରୁ ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚିଥିଲା । ରଶିଦଙ୍କର ଶବ ତାଙ୍କର କାର୍‌ରେ ଡ୍ରାଇଭିଂ ସିଟ୍‌ ପାଖ ସିଟ୍‌ରେ ଥିଲା । ସିଟ୍‌ ବେଲ୍‌ଟ ଜରିଆରେ ତାଙ୍କର ଶବକୁ ଏହିପରି ରଖାଯାଇଥିଲା କି କାହାକୁ ଜଣାପଡିବନି କାର୍‌ରେ ଥିବା ଲୋକ ମରିଯାଇଛି । ତାଙ୍କର ଚେହେରାରେ ମାସ୍କ ଲଗାଯାଇଥିଲା ।  

ପୁଲିସ୍‌ ଘଟଣା ସ୍ଥଳକୁ ଡଗ୍‌ ସ୍କ୍ୱାଡକୁ ଡାକିଥିଲା । ଘଟଣା ସ୍ଥଳକୁ ସଂପୂର୍ଣ୍ଣ ନରୀକ୍ଷଣ କରି ପୁଲିସ୍ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ମାମଲାର ତଦନ୍ତ ଜାରି ରହିଛି । ପୋର୍ଟ ମର୍ଟମ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି ।

   ସମ୍ବନ୍ଧିତ ଖବର


କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

ଏଠି ପ୍ରତିବର୍ଷ କୁକୁର ଓ ବିଲେଇ କରନ୍ତି Blood Donation, ବଞ୍ଚୁଛି ଅନେକ ଜୀବନ…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ