ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଡିସେମ୍ବର୨୫ରେ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ସମୟରେ କରିବେ ପାକ ତ୍ୟାଗ

ପୁରୀ ୧୪/୧୨: ଡିସେମ୍ବର ୨୫ ତାରିଖରୁ ଶ୍ରୀମନ୍ଦିରରେ ଲାଗୁ ହେଉଛି ସୂର୍ଯ୍ୟପରାଗର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ । ଡିସେମ୍ବର ୨୬ ତାରିଖ ପୂର୍ବାହ୍ନ ୮ଟା ୨୦ ମିନିଟ ୮ ସେକେଣ୍ଡରେ ପାକ ତ୍ୟାଗ ଏବଂ ଦେବ ନୀତି ନିଷେଧ କଟକଣା ଲାଗୁ ହେବ। ୨୦୧୯ ଡିସେମ୍ବର ୨୫, ଧନୁ ୧୦ ଦିନ, ବୁଧବାର, ଜ୍ୟେଷ୍ଠା ବିଚ୍ଛା ନକ୍ଷତ୍ର ତିଥିରେ ଏହି ସୂର୍ଯ୍ୟପରାଗ ପଡୁଛି । ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତି ସବ୍‌ କମିଟିର ବୈଠକ ଡକାଯାଇଥିଲା । ବୈଠକରେ ସୂର୍ଯ୍ୟପରାଗ ନୀତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଏହି ନୀତି ନିର୍ଘଣ୍ଟ ଉପରେ ଛତିଶା ନିଯୋଗର ମୋହର ଲାଗି ନାହିଁ ଏବଂ ତେଣୁ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେଣୁ ନୀତି ନିର୍ଘଣ୍ଟକୁ ସାର୍ବଜନୀନ କରାଯାଇନାହିଁ ।

ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି, ୨୬ ତାରିଖ ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ସ୍ପର୍ଶର୍ କରିବ । ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ, ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗ୍ରହଣ ସାଧା ବେଶ ପରେ ଗ୍ରହଣ ଭୋଗ, ମଇଲମ, ବେଶ, ଗୋପାଳ ବଲ୍ଲଭ ସରି ପହିଲି ଭୋଗ ଓ ସକାଳ ଧୂପ ନୀତି ବଢ଼ିବ । ପରେ ମହାପ୍ରଭୁଙ୍କ ଗୁରୁବାର ମାଜଣା, ଏକାନ୍ତ ଆଦି ନୀତି ସମ୍ପାଦନ ହେବାର ନୀତି ନିର୍ଘଣ୍ଟ ରହିଛି । ଡିସେମ୍ବର ୨୫ରେ ରାତି ତିନିଟାରେ ଦ୍ୱାରଫିଟା ଏବଂ ଭିତର ଶୋଧ ପରେ ସୂର୍ଯ୍ୟପରାଗ ପାକ ତ୍ୟାଗ ନୀତି ରାତି ୮ଟା ୨୦ ସୁଦ୍ଧା ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.