PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜି ବିରଳ ସୂର୍ଯ୍ୟୋପରାଗ: ପ୍ଲାନେଟାରିୟମରେ ଗ୍ରହଣ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର ୨୬/୧୨: ଆଜି ସକାଳେ ସଙ୍ଗଠିତ ହୋଇଛି ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ । ସମଗ୍ର ଓଡ଼ିଶାରେ ଏହା ଆଂଶିକ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ପରାଗ ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟ୍‌ରେ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ୍‌ ସମୟରେ ଶେଷ ହେବ । ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ ସକାଳ ୯ଟା ୪୬ମିନିଟ୍‌ ସମୟରେ । ଏହା ଏକ ଅତ୍ୟନ୍ତ ବିରଳ ଦୃଶ୍ୟ । ଏଠି ସଚେତନ କରାଇ ଦିଆଯାଉଛି ଯେ, ସୂର୍ଯ୍ୟକୁ ବା ସୂର୍ଯ୍ୟୋପରାଗକୁ ଖାଲି ଆଖିରେ କେବେବି ଦେଖନ୍ତୁ ନାହିଁ ।

ପଠାଣି ସାମନ୍ତ ପ୍ଲାନେଟାରିୟମ, ତଥା ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି। ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ବ୍ୟବସ୍ଥା କରାଯାଉଛି । ଏଥିସହିତ ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ ଠାରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ଏହି ପରାଗ ଦେଖିବାର ବ୍ୟବସ୍ଥା କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟାରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର କାର୍ଯ୍ୟ ମଧ୍ୟ କରୁଛନ୍ତି । ସେହିପରି ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେବି କଲେଜ ପଡ଼ିଆରେ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର