PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଭାରତୀୟ ଯବାନଙ୍କ ମୁଣ୍ଡକାଟ ଘଟଣା : ମୁହଁ ଦେଖିବା ପାଇଁ ପରିବାରକୁ ସୁଯୋଗ ମିଳିଲାନି

ନୂଆଦିଲ୍ଲୀ,୨୦ ।୧୨(ଏଜେନ୍ସି): ଗତ ସୋମବାର ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ଆକ୍ରମଣରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯବାନ ରାଜୌରି ଜିଲା ସଂଲଗ୍ନ ସୁନ୍ଦରବଣି ସେକ୍ଟରରେ ପ୍ରାଣ ହରାଇଥିଲେ । ତାଙ୍କର ପରିଚୟ ରାଇଫଲମ୍ୟାନ୍‌ ସୁଖୱିନ୍ଦର ସିଂ (୨୧ ବର୍ଷ) ବୋଲି ଜଣାପଡିଥିଲା । ସେ ପଞ୍ଜାବର ହୋସିୟାରପୁର ଅନ୍ତର୍ଗତ ଫତେପୁର ଗ୍ରାମର ବାସିନ୍ଦା ଥିଲେ । ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା କି ଉକ୍ତ ଘଟଣାରେ ପାକ୍‌ ବାଟ୍‌ ଟିମ୍‌ ସୁଖୱିନ୍ଦରଙ୍କୁ ଅତି ବର୍ବରୋଚିତ ଭାବେ ହତ୍ୟା କରିଥିଲେ । ସେମାନେ ତାଙ୍କର ମୁଣ୍ଡକାଟ କରିବା ସହିତ ଶରୀରକୁ ଖଣ୍ଡବିଖଣ୍ଡିତ କରିଥିଲେ । ହେଲେ ଭାରତୀୟ ସେନା ସାର୍ବଜନୀନ ଭାବେ ଏଭଳି କିଛି ସୂଚନା ଦେଇନଥିଲା । କିନ୍ତୁ ଅନ୍ୟ ଏକ ଘଟଣାରୁ ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟ ସତ୍ୟ ବୋଲି ପ୍ରମାଣିତ ହୋଇଛି ।

ରିପୋର୍ଟ ଅନୁଯାୟୀ, ସୁଖୱିନ୍ଦରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କର ପୈତୃକ ଗ୍ରାମକୁ ନିଆଯାଇଥିଲା । ସେଠାରେ ତାଙ୍କର ମାଆ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଶେଷ ଥର ପାଇଁ ତାଙ୍କର ମୁହଁ ଦେଖିବାକୁ ଚାହିଁଥିଲେ । ହେଲେ ସେନା ଅଧିକାରୀମାନେ ସେମାନଙ୍କୁ ଏଥିପାଇଁ ସୁଯୋଗ ଦେଇନଥିଲେ । ତାଙ୍କର ଦେହ କ୍ଷତାକ୍ତ ହୋଇଛି ଏବଂ ଏହାକୁ ଦେଖିଲେ ସେମାନେ ଧୈର୍ଯ୍ୟ ଧରି ରହିପାରିବେ ନାହିଁ ବୋଲି ଦର୍ଶାଇ ସେମାନେ ମୃତଦେହକୁ ଅନ୍ତିମ ସଂସ୍କାର ନିମନ୍ତେ ନେଇଯାଇଥିଲେ । ସେନାଧିକାରୀମାନଙ୍କ ଏଭଳି ଆଭିମୁଖ୍ୟରୁ ସେମାନେ ଉକ୍ତ ଘଟଣାକୁ ଲୁଚାଇବା ପାଇଁ ଏପରି କରିଥିବାର ସନ୍ଦେହ ହେଉଛି । ତେବେ ଉଭୟ ଭାରତୀୟ ସେନା ଏବଂ କେନ୍ଦ୍ର ସରକାର ଏହି ତଥ୍ୟକୁ କାହିଁକି ଲୁଚାଉଛନ୍ତି, ତାହା ବୁଝାପଡୁନାହିଁ ।

ଆହୁରିମଧ୍ୟ, ଏଲଓସି ନିକଟରେ ଯେକୌଣସି ସମୟରେ ପରିସ୍ଥିତି ବିଗିଡିପାରେ ବୋଲି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଗତକାଲି ଯେଉଁ ବୟାନ ଦେଇଥିଲେ ତାହା ଉପରୋକ୍ତ ଘଟଣା ସହ ସମ୍ପର୍କିତ ଥିଲା ବୋଲି ମନେ କରାଯାଉଛି । କୁହାଯାଉଛି କି, ଭାରତ ଉକ୍ତ ଘଟଣାର ପ୍ରତିଶୋଧ ନେବା ପାଇଁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଥିଲା । ତେଣୁ ଜେନେରାଲ ରାୱତ ଏଭଳି ବୟାନ ଦେଇଥିଲେ ।

ସମ୍ବନ୍ଧିତ ଖବର