ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ: ରାଜୌରିରେ ଜଣେ ଯବାନ ଶହୀଦ, ୩ ଆହତ

ନୂଆଦିଲ୍ଲୀ,୧୮।୩: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟରରେ ପାକିସ୍ତାନୀ ସେନାର ଅସ୍ତ୍ରବିରତୀ ଉଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଅଖନୁରର କେରି ବତ୍ତଲ ଅଞ୍ଚଳରେ  ପାକିସ୍ତାନ ସେନା  ଅସ୍ତ୍ରବିରତି ଉଲଂଘନ କରିଛି। ଭାରତୀୟ ସେନା ଏହାର କଡା ଯବାବ ଦେଇ କରିଥିଲା ପାଲଟା ଆକ୍ରମଣ।

ଏ ସମ୍ପର୍କରେ ପ୍ରତିରକ୍ଷା ମୁଖପାତ୍ର ଦେବେନ୍ଦ୍ର ଆନନ୍ଦ କହିଛନ୍ତି ପ୍ରାୟ ସକାଳ ୫ଟା୩୦ ମିନିଟ୍ ସମୟରେ ପାକିସ୍ତାନ ପଟୁ ମୋର୍ଟାର ମାଡ ଆରମ୍ଭ ହୋଇଥିଲା।ସେ କହିଥିଲେ ଭାରତୀୟ ସେନା ମଧ୍ୟ ପାକିସ୍ତାନର ଗୁଳିମାଡର କଡା ଜବାବ୍ ଦେଇଥିଲା ଓ ଏହାପରେ ସାଢେ ୭ଟା ପର୍ଯ୍ୟନ୍ତ ଦୁଇପକ୍ଷ ମଧ୍ୟରେ ଗୁଳିକାଣ୍ଡ ଜାରି ରହିଥିଲା। ପାକିସ୍ତାନ ଅସ୍ତ୍ରବିରତି ଉଲଂଘନରେ ରାଇଫଲମ୍ୟାନ କରମଜିତ ସିଂହ ଶହୀଦ ହୋଇଛନ୍ତି।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା