କଟିବେ ୩୫ ବିଧାୟକ, ୧୦ ସାଂସଦ !

ଭୁବନେଶ୍ୱର, ୨୬ ।୩(ବ୍ୟୁରୋ): ୟାକୁ ଦେବା ନା ତାକୁ? ନୂଆ ମୁହଁ କି ପୁରୁଣା କିଏ ମାତ୍‌ ଦେଇ ପାରିବ ମୋଦି ହାୱାକୁ ? ଚିଟ୍‌ଫଣ୍ଡ ଓ ଅନ୍ୟ ଦାଗଲଗା ନେତାଙ୍କୁ ରଖିବା କି କାଟିବା? ବିଦ୍ରୋହୀଙ୍କୁ କେମିତି ବୁଝାଯିବ କି ପ୍ରକାର ଲୋଭ ଦେଖାଇ? ନବୀନ ନିବାସରେ ଏସବୁ ପ୍ରଶ୍ନକୁ ନେଇ ଚାଲଛିି ଯୁଦ୍ଧକାଳୀନ କସରତ । ଏପଟେ ଚାପ ପଡୁଛି, ତୃତୀୟ ଓ ଚତୁର୍ଥ ର୍ପର୍ଯ୍ୟାୟ ଭୋଟ ପାଇଁ ଶୀଘ୍ର ଘୋଷଣା କର ପ୍ରାଥୀ । ନ ହେଲେ ନର୍ବିାଚନ ପ୍ରଚାରରେ ପଛରେ ପଡିଯିବ ଦଳ । ବିଜେପି, କଂଗ୍ରେସର ଅଧିକାଂଶ ପ୍ରାଥୀ ଚୟନ ସରିଲାଣି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଏ ପର୍ଯ୍ୟାୟରେ ଅତି କମ୍‌ରେ ୩୫ ବିଧାୟକଙ୍କ ଟିକେଟ କଟିବ ।

୧୦ ସାଂସଦଙ୍କୁ ବି ବଦଳାଇ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା ହୋଇଛି । ଏ ଯାଏ ୬୫ଟି ବିଧାନସଭା ଆସନ ପାଇଁ ନବୀନ ପ୍ରାର୍ଥୀ ଘୋଷଣା କରିଛନ୍ତି, ଆଉ ୮୨ ସିଟ୍‌ ବାକି ଅଛି । ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ବାକି ରହିଛି ୧୨ । ବିଜେପି ୧୭ ଲୋକସଭା ଓ ୧୩୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । କଂଗ୍ରେସ ବି ୮ ଲୋକସଭା, ୯୧ ବିଧାନସଭା ଆସନ ପାଇଁ ଟିକେଟ ଦେଇ ସାରିଛି । ବିଜୟ ସମ୍ଭାବନା ହିଁ ବିଜେଡି ଟିକେଟର ମାପକାଠି । ଟିକେଟ୍‌ ଘୋଷଣା ପୂର୍ବରୁ ଏମିତି ଇଙ୍ଗିତ କରି ଦଳରେ ଛନକା ଆଣିଥିଲେ ନବୀନ । ଗୁଇନ୍ଦା ରିପୋର୍ଟକୁ ଆଧାର କରି ଯେଉଁଠି ଦଳୀୟ ବିଧାୟକଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ରହିଛି, ସେଠି ଦଳ ପ୍ରାର୍ଥୀ ବଦଳାଇବାକୁ ନିଷ୍ପତ୍ତି ନେଇଛି । ୩ଟି ପର୍ଯ୍ୟାୟରେ ଦଳର ପ୍ରାର୍ଥୀ ତାଲିକାରେ ୨୦ ବିଧାୟକ ଟିକେଟରୁ ବାଦ୍‌ ପଡ଼ିଥିଲା ୫ ସାଂସଦଙ୍କ ଉପରୁ ନବୀନ ଆସ୍ଥା ହରାଇ ଟିକେଟ୍‌ ଦେଇନାହାନ୍ତି । ୯ ଲୋକସଭା ସିଟରୁ ବିଜେଡି ୫ ସାଂସଦଙ୍କ ଟିକେଟରେ କଇଁଚି ମାରିଛି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଟିକେଟ ଘୋଷଣା ପୂର୍ବରୁ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲା ବେଳେ ଆସ୍କା ଆସନରେ ସାଂସଦ ସ୍ୱଗର୍ତ ଲଡୁକିଶୋର ସ୍ୱାଇଙ୍କଁ ସା୍ଥନରେ ନବୀନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ଟିକୋଟ୍‌ ଦେଇ ନଅୂା ଗେମ୍‌ ଖେଳିଛନ୍ତି ।

କେବଳ ବଲାଙ୍ଗୀର ସାଂସଦ କଳେିକଶ ସିଂହଦେଓ ପୁନବାର୍ର ଟେିକଟ ପାଇବାକୁ ସକ୍ଷମ ହୋଇଛନ୍ତି । ଭୁବନେଶ୍ୱରରେ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରିପିଟ୍‌ କରିବ ନା ନୂଆ ମୁହଁଙ୍କୁ ଭରସା କରିବ ତାହା ସ୍ପଷ୍ଟ ହୋଇନି । ଏହି ସମ୍ମାନଜନକ ଆସନରୁ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ଦଳ ଏଯାଏ କାହାକୁ ଭରସା କରିପାରୁନି । ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାଥୀ କରିବା ନେଇ ବିଚାର କରୁଥିଲାବେଳେ ଏଯାଏ କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ନବୀନ । ଏଠାରେ ଖୋର୍ଦ୍ଧା, ଜଟଣି, ବେଗୁନିଆ, ଭୁବନେଶ୍ୱର(ମଧ୍ୟ) ଓ ଭୁବନେଶ୍ୱର (ଉତ୍ତର) ବଧିାନସଭା କ୍ଷେତ୍ରରେ ବିଜେଡି ନୂଆ ଚେହେରା ଖୋଜୁଛି । ଖୋର୍ଦ୍ଧାରେ ପୂର୍ବତନ ବିଧାୟକ ଜିତୁ ମିତ୍ର ପଦ୍ମ ଶବିରି ଛାଡି ବିଜେଡିରେ ଯୋଗ ଦେବା ପରେ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଦଳ ବେଗୁନିଆରୁ ଛିଡ଼ା କରାଇବାକୁ ଚର୍ଚ୍ଚା ହେଉଛି ।

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଟିକେଟ ନମିଳିଲେ କଂଗ୍ରେସ ଯିବେ ବୋଲି ନାଲିଆଖି ଦେଖାଉଛନ୍ତି । ରିମୋଟ୍‌ କିନ୍ତୁ ନବୀନଙ୍କ ହାତରେ । କେନ୍ଦ୍ରାପଡ଼ା ଆସନରେ ବିଜେଡିର କିଏ ଏମପି ପ୍ରାର୍ଥୀ? ଏ ପ୍ରଶ୍ନର ଉତ୍ତର ସାରା ଓଡ଼ିଶା ଖୋଜୁଥିଲା ବେଳେ ବିଜେଡି ବି ଚିନ୍ତାରେ ପଡ଼ିଛି । ବିଜେଡିରୁ ବିଦା ହୋଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଠାରୁ ପଦ୍ମ ଚିହ୍ନରେ ଲଢ଼ିବେ । ତାଙ୍କୁ ପରାସ୍ତ କରିବାକୁ ଦଳ ତଗଡ଼ା ପ୍ରାର୍ଥୀ ଖୋଜୁଛି । ବୈଜୟନ୍ତଙ୍କ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆସିବେ । ଏ ଲୋକସଭାର କେନ୍ଦ୍ରାପଡ଼ା, ପାଟକୁରା ଆସନରେ ବିଜେଡି ପ୍ରାର୍ଥୀ ବଦଳାଇପାରେ । ବାଲେଶ୍ୱରରେ ସାଂସଦ ରବୀନ୍ଦ୍ର ନେଜାଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । କାରଣ ସାଂସଦ ଜେନା ନିଜେ ଫସି ଯାଇଛନ୍ତି ସିବିଆଇର ତଦନ୍ତ ଜାଲରେ । ଏ ଲୋକସଭା ଅନ୍ତର୍ଗତ ୭ ବିଧାନସଭାରେ ଅଧିକାଂଶ ନୂଆମୁହଁକୁ ବିଜେଡି ଟିକେଟ ଦେବା ନେଇ ଚର୍ଚ୍ଚା ଲାଗି ରହିଛି । ପୁରୀ ଆସନରେ ସାଂସଦ ପିନାକୀ ମିଶ୍ର ସାନି ଟିକେଟ ପାଇବାର ସମ୍ଭାବନା ରହିଛି ।

ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା, ରଣପୁର ଓ ସତ୍ୟବାଦୀ ଆସନକୁ ନେଇ ଚାଲିଛି ଛକିଶୂନ ଖେଳ । କଟକ ଆସନରୁ ଭେଟେରାନ ଭର୍ତ୍ତୃହରି ମହତାବଙ୍କ ଟିକେଟ ମଧ୍ୟ ଝୁଲୁଛି । ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କୁ ବିଧାନସଭା ଟିକେଟ୍‌ ମିଳିଲେ, ସେ ଲଢ଼ିବେ ବୋଲି ଭର୍ତ୍ତୃହରି ଜିଦ୍‌ ଧରିଛନ୍ତି । ମାତ୍ର ଚିଟ୍‌ଫଣ୍ଡର ଦାଗ ଲାଗିଥିବା ଦୁଇ ବିଧାୟକଙ୍କୁ ଟିକେଟ ଦେଇ ବିରୋଧୀ ଦଳକୁ ଆକ୍ରମଣ ଅସ୍ତ୍ର ଯୋଗାଇବାକୁ ଚାହୁଁ ନାହାନ୍ତି ନବୀନ । ଏମାନଙ୍କ ବଦଳରେ ୨ ବିଧାୟକଙ୍କ ପରିବାର ଲୋକଙ୍କୁ ପ୍ରାଥୀ ର୍ କରିବାକୁ ମସୁଧା ଚାଲିଛି । ବଡ଼ମ୍ବା-ନରସିଂହପୁର ସିଟରୁ ଦଳ ଭେଟେରାନ୍‌ ଦେବୀ ମିଶ୍ରଙ୍କୁ ଟିକେଟ ଦେବାକୁ କୁନ୍ଥକୁନ୍ଥ ହେଉଛି । ଦଳ ତାଙ୍କୁ ନିର୍ବାଚନ ପରେ ଥଇଥାନ କରିବା ଚକ୍କରରେ ଅଛି । ଦଳ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦଳ ବଡ଼ମ୍ବା ଠେଲିବାକୁ ଚାହୁଁଥିଲେ ମଧ୍ୟ ସେ ଅମଙ୍ଗ । ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ କଟକ ଲୋକସଭା ଉପରେ ଆଖି ପକାଇଥିବା କୁହାଯାଉଛି । ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଲୋକସଭା ଆସନରେ ନବୀନ ନୂଆପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଯାଜପୁର ଓ ମୟୂରଭଞ୍ଜ ଲୋକସଭାର ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇନି । ମୟୂରଭଞ୍ଜରେ ବିଜେପି ବଳ ବଢ଼ାଇଥିବାରୁ କିଛି ଆସନ ପାଇଁ ହିସାବ ଛିଣ୍ଡୁନି ।

ବିଜେପିର ଅଭିଜ୍ଞ ରାଜକିଶୋର ଦାସ ବିଜେଡିରେ ମିଶିବା ପରେ ମୋରଡ଼ା ଆସନରୁ ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କ ବିକଳ୍ପ ଭାବେ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ । ଜଗତସିଂହପୁର, ଭଦ୍ରକ ଓ ଢ଼େଙ୍କାନାଳ ଲୋକସଭା ସିଟରେ ମଧ୍ୟ ନବୀନ ପ୍ରାର୍ଥୀ ଚୟନ କସରତ ଜାରି ରଖିଛନ୍ତି । ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ ଭୋଟ ଲଢ଼ିବେନି ବୋଲି ଘୋଷଣା କରିଥିଲା ବେଳେ ଭଦ୍ରକ ଓ ଜଗତସିଂହପୁର ଏମପି ବଦଳିବା ଏକରକମ ନିଶ୍ଚିତ । ବିଧାନସଭା କ୍ଷେତ୍ରଗୁଡ଼ିକ ପାଇଁ ଅଧାରୁ ଅଧିକ ଆସନରେ ଦଳ ନୂଆ ପ୍ରାର୍ଥୀ ଦେବା ଶତ ପ୍ରତିଶତ ନିଶ୍ଚିତ ବୋଲି ସୂଚନା ମିଳିଛି । ବିଜେପି ପ୍ରାୟ ପ୍ରାର୍ଥୀ ତାଲିକା ଘୋଷଣା ସାରିଥିବାରୁ ବିଜେଡି ଯଥାଶୀଘ୍ର ସହରାଞ୍ଚଳ ଆସନଗୁଡ଼ିକରେ ଟିକେଟ ଘୋଷଣା କଲେ ପ୍ରାର୍ଥୀ ଏରିଆକୁ ଯାଇ ଭୋଟ ଜଗିବେ ବୋଲି ଚାପ ପଡୁଛି । ଯଦି ସବୁ କିଛି ଠିକ୍‌ଠାକ୍‌ ହୁଏ ତେବେ ବୁଧବାର ନବୀନ କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।