ନୟାଗଡ: କଲେଜରୁ ପ୍ରିନ୍ସପାଲଙ୍କୁ ଉଠାଇନେଲେ କିଛି ମୁଖାପିନ୍ଧା ଯୁବକ, ହୋଲି ଦିନ ହୋଇଥିଲା ଗଣ୍ଡଗୋଳ

ନୟାଗଡ ୨୫/୩:  କଲେଜରୁ ପ୍ରିନ୍ସପାଲ୍‌ଙ୍କୁ ଟେକି ନେଲେ କିଛି ମୁଖାପିନ୍ଧା ଯୁବକ । ସୋମବାର ନୟାଗଡରେ ଦେଖିବାକୁ ମିଳିଛି ଏଭଳି ଅଜବ କାଣ୍ଡ। କେନ୍ଦୁଢିପି କଲେଜ ଭିତରୁ ପ୍ରିନ୍ସପାଲ୍‌ଙ୍କୁ ଉଠାଇ ନେଲେ କିଛି ଦୁର୍ବୃତ୍ତ ।

ମୁଖାପିନ୍ଧା ଦୁର୍ବୃତ୍ତମାନେ ଅଚାନକ କଲେଜକୁ ପଶିଆସିଥିଲେ ଏବଂ ପ୍ରିନ୍ସପାଲ୍ ରାଜକିଶୋର ପଣ୍ଡାଙ୍କୁ ଜୋରଜବରଦସ୍ତ ବାଇକରେ ଉଠାଇ ନେଇଗଲେ । ଯୁବକମାନେ ମୁଖାପିନ୍ଧି ଥିବାରୁ ସେମାନଙ୍କ ପରିଚୟ ମିଳିପାରିନାହିଁ । ତେବେ ୨ ଦିନ ତଳେ ହୋଲି ଖେଳକୁ ନେଇ ଲାଠିପଡା ଓ କେନ୍ଦୁଢିପି ଗାଁ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା ।  ଏହି ଘଟଣା ପଛରେ ସେହି ଗଣ୍ଡଗୋଳର କିଛି ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାର କାରଣ କିଛି ସ୍ପଷ୍ଟ ହୋଇନି । କଲେଜକୁ ପୋଲିସ ଆସି ପଚରାଉଚରା ଜାରି ରଖିଛି ।

   ସମ୍ବନ୍ଧିତ ଖବର


ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ସୁରକ୍ଷାକର୍ମୀ ଆହତ, ଧାରଣାରେ କର୍ମଚାରୀ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ