ରୋଷେଇ ଘର ପାଇଁ କିଛିଟା ଟିପ୍ସ

ରୋଷେଇଘର ବିଷୟରେ ଯେତେ ଜ୍ଞାନ ଅର୍ଜିଲେ କମ୍‌ ହେବ । ବିଭିନ୍ନ ସମୟରେ ଘର କରଣା ଜିନିଷକୁ ସାଇତି ରଖିବା ଏତେ ସହଜ ହୋଇ ନଥାଏ । ଅବଶ୍ୟ ଯଦି ଆମେ କିଛି କିଛି ଟିପ୍ସ ଜାଣିବା, ତାହା ଆମ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇପାରେ । ଖାସ୍‌କରି ଗୃହିଣୀମାନଙ୍କ ପାଇଁ କିଛି ଜରୁରି ଟିପ୍ସ ।

– ପ୍ରାୟ ସମସ୍ତଙ୍କ ଘରେ ବିସ୍କୁଟ ପ୍ୟାକେଟ୍‌ ଖୋଲିବା ପରେ ଡବାରେ ରଖାଯାଇଥାଏ । ତେବେ ଏହି ବିସ୍କୁଟ କିଛିଦିନ ପରେ ନରମା ହୋଇଯାଇଥାଏ । ବିସ୍କୁଟ କୁର୍‌କୁରା ରହିବା ପାଇଁ ୧୨/୧୪ଟା ଚାଉଳକୁ ଗୋଟିଏ କାଗଜରେ ଗୁଡାଇ ଏହି ବିସ୍କୁଟ ଡବାରେ ରଖି ଦିଅନ୍ତୁ । ବିସ୍କୁଟ କେବେ ବି ନରମିବ ନାହିଁ ।

– ମାଇକ୍ରୋୱେଭକୁ ସଫା କରିବାର ସହଜ ଉପାୟ ହେଉଛି । ସପ୍ତାହକୁ ଥରେ ଏକ କାଚ ପାତ୍ରରେ ସିର୍‌କା ଢାଳି ଏହାକୁ ମାଇକ୍ରୋୱେଭ ଭିତରେ ରଖି ଅନ୍‌ କରି ଦିଅନ୍ତୁ । ୨ରୁ୩ ମିନିଟ୍‌ ଯାଏ ଛାଡି ଦିଅନ୍ତୁ । ଏଥିରୁ ବାହାରୁଥିବା ବାମ୍ଫରେ ମାଇକ୍ରୋୱେଭ ଭିତର ଆପେ ଆପେ ସଫା ହୋଇଯିବ । ପରେ ଏହାର ଭିତର ଭାଗକୁ ଏକ କପଡାରେ ପୋଛି ନିଅନ୍ତୁ । କିନ୍ତୁ ଆପଣ ଏହାର ଭିତର ପ୍ଲେଟକୁ ବାହାର କରି ସଫା କରିପାରିବେ ।

 – ଗ୍ରାଇଣ୍ଡରକୁ ସଫା କରିବା ପାଇଁ ସ୍ପଞ୍ଜ ସହ ଥିବା ସ୍କ୍ରବର୍‌ ବ୍ୟବହାର କରିପାରିବେ । ଏହାର ସ୍କ୍ରବର ପଟେ କଲଗେଟ୍‌ ଲଗାଇ ଗ୍ରାଇଣ୍ଡରର ଚାରିଆଡେ ଘଷନ୍ତୁ । ଦେଖିବେ ଆପଣଙ୍କ ଗ୍ରାଇଣ୍ଡର ସଫା ହେବା ସହ ଜୀବାଣୁମୁକ୍ତ ହୋଇଯିବ ।

 – ଚା’ଛଣା କିଛି ଦିନ ବ୍ୟବହାର କରିବା ପରେ କଳା କଳା ଦେଖାଯାଇଥାଏ । ଏହାକୁ ସଫା କରିବା ପାଇଁ ଏକ ପାତ୍ରରେ ଭିନେଗାର ନିଅନ୍ତୁ । ସେଥିରେ ଖାଇବା ସୋଢା ପକାଇ ଚା’ଛଣାକୁ ଭିଜାଇ ରଖିଦିଅନ୍ତୁ । ୨୦/୨୫ ମନିଟ ଏହାକୁ ସଫା କରନ୍ତୁ ।  

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ