ଏମିତି ଥିଲେ ଶାହାରୁଖ ଖାନ୍‌… ବଲିଉଡ୍‌ କିଙ୍ଗଙ୍କ ବିଷୟରେ କିଛି ଅଜଣା କଥା

ମୁମ୍ୱାଇ ୦୮ / ୦୩ :   ବଲିଉଡ୍‌ର ବାଦଶାହ ଶାହାରୁଖ ଖାନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ ।  ତାଙ୍କୁ ସବୁ ବୟସର ଲୋକେ ପସନ୍ଦ କରିଥାନ୍ତି । ଶାହାରୁଖ ମଧ୍ୟ ନିଜର ପ୍ରଶଂସକଙ୍କୁ ବହୁତ ଶ୍ରଦ୍ଧା ଓ ଭଲ ପାଇବା ଦିଅନ୍ତି । ତାଙ୍କର କଥା କହିବାର ଶୈଳୀ,  ଅଭିନୟ , ନିଜର ପ୍ରେମ ସବୁକୁ ପ୍ରଶଂସକମାନେ  ପସନ୍ଦ କରିଥାନ୍ତି ।  ଯେତେବେଳେ ସେ ବଡ଼ ପରଦାରେ ଆସିଯାନ୍ତି , ଲୋକେ ସିଟି ବଜାଇବା ଆରମ୍ଭ କରିଦିଅନ୍ତି ।

ଶାହାରୁଖ ଖାନଙ୍କ  ଫିଲ୍ମ ବିଷୟରେ କହିବାତ  ସେ ଭାରତୀୟ  ଦର୍ଶକଙ୍କୁ  ନିଜର  ଫିଲ୍ମ ମାଧ୍ୟମରେ ପ୍ରେମ କରିବା ଶିଖାଇଛନ୍ତି । ତାଙ୍କର ପ୍ରତି ଫିଲ୍ମରେ ଥାଏ ଭରପୂର ମନୋରଞ୍ଜନ । ଆଉ ପ୍ରେମର ସନ୍ଦେଶ । ‘ଦିୱାନା’ ଫିଲ୍ମରୁ ଆରମ୍ଭ କରିବା ତ ଫିଲ୍ମରେ ସେ ଜଣେ ବିଧବା ଯୁବତୀଙ୍କୁ ଖୁବ୍‌ ପ୍ରେମ କରିଥିଲେ ଏବଂ ‘ଡର୍‌’ ଫିଲ୍ମରେ  ଶାହାରୁଖ  ଏକ ତରଫା ପ୍ରେମର କେତେ ପାଗଳପଣ ହୋଇପାରେ  ଖୁବ୍‌ ସୁନ୍ଦର ଭାବରେ ନିଜର ଅଭିନୟରେ ଦର୍ଶାଇଛନ୍ତି ।  ଶାହାରୁଖ ଖାନଙ୍କ ବିଷୟର ଲୋକେ ବହୁତ କିଛି ଜାଣିଛନ୍ତି  ଓ ଆହୁରି ଜାଣିବାକୁ ଚେଷ୍ଟା କରିଥାନ୍ତି ।

ଶାହାରୁଖ ଖାନଙ୍କ ଜନ୍ମ ୨ ନଭେମ୍ବର ୧୯୬୫ ମସିହାରେ ରେ ପିତା ତାଜ ମହମ୍ମଦ ଖାନ୍‌ ଓ ମାତା ଲତିଫ ଫାତିମା ଘରେ ହୋଇଥିଲା । ଆରମ୍ଭରୁ ୫ ବର୍ଷ  ଯାଏ  ଶାହାରୁଖ ଖାନଙ୍କ ପିଲାଦିନ ତାଙ୍କର ଆଇଙ୍କ  ମାଙ୍ଗାଲୋର ଓ ପୁଣି ବାଙ୍ଗାଲୋରରେ ବିତିଥିଲା ।  ଶାହାରୁଖଙ୍କର ଆଇ ମାଙ୍ଗଲୋର ପୋର୍ଟର  ମୁଖ୍ୟ ଯନ୍ତ୍ରୀ ଥିଲେ ।  ଶାହାରୁଖ ଖାନଙ୍କ ମାଆ ହାଇଦ୍ରାବାଦ ଓ ପିତା ପେଶାବର ଓ ଜେଜେ ମାଆ କାଶ୍ମୀରର ଅଟନ୍ତି ।

ଶାହାରୁଖ ଖାନଙ୍କ ପିତା  ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ପେଶାରେ ଜଣେ ଚିଫ୍‌ ଇଂଜିନିୟର ଥିଲେ । ଯେଉଁ ସମୟରେ ଶାହାରୁଖ  କଲେଜରେ ଥିଲେ ,  ତାଙ୍କର ପିତାଙ୍କର ମତ୍ୟୁ କ୍ୟାନସର ଯୋଗୁଁ ହୋଇଥିଲା ।  ଶାହାରୁଖ ଖାନ ନିଜର ପିତାଙ୍କ ବିଷୟରେ  ବହୁତ କିଛି କଥା କହିଛନ୍ତି ।  ସେ ନିଜର ପିତାଙ୍କ ବହୁତ ନିକତର ଥିଲେ ।  ଏକ ସାକ୍ଷାତକାରରେ   ଶାହାରୁଖ  ନିଜର ପିତାଙ୍କ  ବିଷୟରେ  କହିଥିଲେ କି  ସେ କହୁଥିଲେ ଯେଉଁ ଜିନିଷରେ ହୃଦୟକୁ ଖୁସି  ଲାଗିବ , ସେହି କାମ କରିବ । ଯଦି ନକରୁଛ ତାହା ବି ଠିକ୍‌ । ଯିଏ କିଛି କରନ୍ତି ନାହିଁ ସେ ବି କମାଲ କରନ୍ତି । ଶାହାରୁଖଙ୍କ ପିତା ସ୍କୁଲ୍‌ ଅଫ୍‌ ଡ୍ରାମାରେ ଅକ କ୍ୟାଣ୍ଟିନ୍‌ ଆରମ୍ଭ କଲେ ।  ଯେଉଁଠାକୁ ଶାହାରୁଖ ବେଳେବେଳେ ଯା ଆସ କରୁଥିଲେ । କୁହାଯାଏ ଏହି ଠାରୁ ସିନେମା ଆଡ଼କୁ ଶାହାରୁଖଙ୍କର ମନ ଢ଼ଳିଥିଲା ।

ଶାହାରୁଖଙ୍କର ମା ଲତିଫା ଓ ପିତା ମିରଙ୍କର  ସାକ୍ଷାତ୍‌  ବଡ଼ ଅଜବ ଧରଣର ଥିଲା ।  ମିର ପ୍ରଥମ ଲତିଫଙ୍କ ସହ ସେତେବେଳେ ଭେଟିଥିଲେ , ଯେତେବେଳେ  ଲତିଫ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ ।  ମିର ନିଜର ରକ୍ତ ଦେଇ  ତାଙ୍କ ଜୀବନ ବଞ୍ଚାଇଥିଲେ । ୧୯୯୦ରେ ଲତିଫଙ୍କର ମୃତ୍ୟୁ ହୋଇଥିଲା ।  ସେ ଜଣେ ସୋସିଆଲ ୱର୍କର ଓ  ମାଜିଷ୍ଟ୍ରେଟ୍‌ ଥିଲେ । ଶାହାରୁଖ ଖାନ କହିଛନ୍ତି କି ତାଙ୍କର ମାଆ  ତାଙ୍କୁ ପଢାଇବା ପାଇଁ  ବହୁତ ପରିଶ୍ରମ କରିଥିଲେ ।  ସେ ଚାହୁଁଥିଲେ କି ଶାହାରୁଖ କିଛି ଭଲ କରନ୍ତୁ ।

ଶାହାରୁଖଙ୍କର ପ୍ରାରମ୍ଭିକ  ପାଠପଢ଼ା  ଦିଲ୍ଲୀର ସେଂଟ କୋଲମ୍ୱସ ସ୍କୁଲ୍‌ରେ ହୋଇଥିଲା ।  ପରେ ସେ ହଂସରାଜ କଲେଜରୁ ଅର୍ଥଶାସ୍ତ୍ରରେ ବିଏ ପାସ୍‌ କରିଥିଲେ ଏବଂ ଜାମିଆ ମିଲିଆ ଇସଲାମିଆରେ ମାସ୍‌ କମ୍ୟୁନିକେଶନ ପଢ଼ା ପାଇଁ  ଆଡମିଶନ କରିଥିଲେ ।  କିନ୍ତୁ ଏହି ପଢ଼ା ଶେଷ କରିପାରିନଥିଲେ ।

ଶାହାରୁଖ ଖାନଙ୍କୁ ଫୁଟବଲ ଖେଳିବାକୁ ପସନ୍ଦ ଥିଲା । ଥରେ ସେ ଫୁଟବଲ ଖେଳୁଥିବା ସମୟରେ ଆହତ ହୋଇଥିଲେ , ସେତେବେଳେ ଥିଏଟର  ଡାଇରେକ୍ଟର  ବୈରି ଜନ୍‌ ଥରେ ନିଜର  ଏକ ନାଟକରେ ଅଡ଼ିସନ ଦେବାକୁ କହିଥିଲେ ।  ଏଥିରେ  ସେ ଏକ ଡାଏଲଗ୍‌ ସହ ପ୍ରମୁଖ  ଡ୍ୟାନସରର ଚରିତ୍ର ମିଳିଥିଲା ।  ବୈରୀ ଜନ୍‌ ଆରମ୍ଭରେ ତାଙ୍କର ସିଙ୍ଗିଙ୍ଗ୍‌ ଦକ୍ଷତାକୁ ନେଇ ଖୁବ୍‌ ଉତ୍ସାହିତ ଥିଲେ ।

ଶାହାରୁଖ  ଖାନ ଓ ଗୌରୀଙ୍କ  ସାକ୍ଷାତ୍‌ ଏକ ପାର୍ଟିରେ  ହୋଇଥିଲା । ଡ୍ୟାନ୍ସ ପାର୍ଟି ସମୟରେ   ଉଭୟଙ୍କର  କଥାବାର୍ତ୍ତା ହୋଇଥିଲା  ଏବଂ ସେବେ ଠାରୁ ଉଭୟଙ୍କର ସଂପର୍କ ଯୋଡ଼ି ହୋଇଥିଲା ।  ପ୍ରଥମ ସାକ୍ଷାତ୍‌ରେ ଶାହାରୁଖ ଗୌରୀଙ୍କୁ ହୃଦୟ ଦେଇ ବସିଥିଲେ । ଗୌରୀ କିନ୍ତୁ  ଶାହାରୁଖଙ୍କୁ ପସନ୍ଦ କରୁନଥିଲେ । ଥରେ ଯେତେବେଳେ ଗୌରୀ  ଛୁଟି କଟେଇବା ପାଇଁ  ମୁମ୍ୱାଇ ଯାଇଥିଲେ , ଶାହାରୁଖ ଖାନ ବି ମୁମ୍ୱାଇରେ ପହଁଞ୍ଚିଗଲେ । ସେ ମୁମ୍ୱାଇର ସବୁ ସମୁଦ୍ର କୂଳରେ ଗୌରୀଙ୍କୁ ଖୋଜିଥିଲେ । ଶେଷରେ  ଏକ  ସମୁଦ୍ର କୂଳରେ  ଖୋଜି ପାଇଲେ । ସେଦିନ ରାଚତିରେ ଏକ ରେଲୱେ ଷ୍ଟେସନରେ  ନିଜର ରାତି କଟେଇଲେ । ଶାହାରୁଖ ଖାନ ଓ ଗୌରୀ ଶେଷରେ ୨୫ ଅକ୍ଟୋବର ୧୯୯୧ରେ ବିବାହ  କରିଥିଲେ ।