ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ଭୁବନେଶ୍ୱର ୫/୦୬: ମା’ଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଅକୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ତାଙ୍କ ନାମ ବାପି ଓରଫ ସେକ୍‌ ଆଲିଆ ଜାଗର (୨୦) । ଘର ପଶ୍ଚିମବଙ୍ଗ । ସେ ପରିବାର ସହ ୟୁନିଟ୍‌-୩ ମସ୍‌ଜିଦ ବସ୍ତିରେ ରହୁଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ବାପି ନିଶା ଖାଇ ସବୁବେଳେ ଘରେ ମାରଧର କରନ୍ତି । ନିଶା ଖାଇବାକୁ ଟଙ୍କା ନ ଦେଲେ ସେ ଘରେ ଉତ୍ପାତ କରନ୍ତି । ମଙ୍ଗଳବାର ବାପି ମା’ ଆଲିମା ଖାତୁନ(୪୫)ଙ୍କୁ ନିଶା ଖାଇବାକୁ ଟଙ୍କା ମାଗିଥିଲେ । ଆଲିମା ମନା କରିବାରୁ ବାପି ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । ପ୍ରତିବାଦ କରିବାରୁ ସେ ଭଉଣୀ ଓ ଭାଇଙ୍କୁ ମାଡ଼ ମାରିଥିଲେ । ଆଲିମା ଛଡ଼ାଇବାରୁ ବାପି ତାଙ୍କ ନିସ୍ତୁକ ମାଡ଼ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଆଲିମା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ରାତିରେ ପୁଲିସ ବାପିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର