PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ମା’କୁ ହତ୍ୟା ପରେ ୧୦୦୦ ଖଣ୍ଡରେ କାଟି କୁକୁରକୁ ଖାଇବାକୁ ଦେଲା ପୁଅ

source: https://aajtak.intoday.in

ମାଦ୍ରିଦ୍‌,୨୫।୨: ସ୍ପେନରେ ଦେଖିବାକୁ ମିଳିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତି ବିରୋଧରେ ଅଭିଯୋଗ ହୋଇଛି ଯେ ସେ ନିଜର ମା’କୁ ହତ୍ୟା କରି ତାଙ୍କୁ ୧୦୦୦ ଖଣ୍ଡ କରିଦେଇଛି। କେବଳ ସେତିକି ନୁହେଁ ନିଜ ମା’କୁ କାଟି ଖଣ୍ଡଖଣ୍ଡ କରିବା ପରେ କୁକୁରକୁ ଖାଇବାକୁ ଦେଇଥିଲା।  ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିଯୁକ୍ତ ଜଣକ ପୋଲିସ ନିକଟରେ ସ୍ବୀକାର କରିଛି ସେ ତା ମା’ର ଶରୀରକୁ କାଟି ପାଳିତ କୁକୁରକୁ ଖୁଆଇ ଦେଇଥିଲା। ଅଭିଯୁକ୍ତ ଜଣକ ହେଉଛି ୨୬ ବର୍ଷୀୟ  ଅଲବର୍ଟ ସଞ୍ଚେଜ ଗୋମେଜ।  ୬୬ ବର୍ଷୀୟା ମାରିୟା ସୋଲେଡେଡ(ଆଲଆର୍ଟର ମା)  ବହୁଦିନ ଧରି ନିଖୋଜ ଥିବାରୁ ପୋଲିସ ତଦନ୍ତ ପାଇଁ ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ମାମଲାର ଖୁଲାସା ହୋଇଥିଲା।

source: https://aajtak.intoday.in

ଘରେ ତଲାସୀ ବେଳେ ପୋଲିସ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେତେବେଳେ ୬ଟି ପ୍ଲାଷ୍ଟିକ ଥଳୀରେ ମହିଳାଙ୍କ କଟା ଶରୀର ମିଳିଥିଲା।  ଅଭିଯୁକ୍ତର ଘର ମାଦ୍ରିଦର ଫେମସ୍ ଅଞ୍ଚଳ ଲସ୍ ଭେଣ୍ଟାସରେ। ଅଭିଯୁକ୍ତ ଜଣକ ନିଜ ମା’ର କଟା ଶରୀରକୁ   ଘରର ଅଳିଆ ଭିତରେ ପକାଇ ଦେଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ କୋର୍ଟରେ ଶୁଣାଣୀ ପାଇଁ ହାଜର କରାଯିବ।  ପୋଲିସ କହିଛି  ତଦନ୍ତ ବେଳେ ମହିଳା ଜଣଙ୍କ ଶରୀରର ବହୁ ମହତ୍ତ୍ବପୂର୍ଣ୍ଣ ଅଙ୍ଗ ଗାୟବ ହୋଇଯାଇଥିଲା। ଆଲବର୍ଟ ବେରୋଜଗାର ଥିଲା, କିନ୍ତୁ ପୂର୍ବରୁ ଓ୍ବେଟର ଭାବରେ କାମ କରୁଥିଲା।

source: https://aajtak.intoday.in

ପୋଲିସ କହିଛି ଅଭିଯୁକ୍ତ ଜଣକ ତା ମା’କୁ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ସେ ଡ୍ରଗ୍ସ ନେଉଥିଲା। ଘର ବାହାରେ ଥିବା ଏକ ପାର୍କର ବେଞ୍ଚରେ ବସି ସମୟ ବିତାଉଥିଲା ବୋଲି ଅଭିଯୁକ୍ତର ଜଣେ ବନ୍ଧୁ କହିଛି। ପୋଲିସ ସନ୍ଦେହ କରୁଛି ଅଭିଯୁକ୍ତ ଜଣକ ତା ମା’କୁ ପ୍ରାୟ ଏକ ମାସ ତଳେ ହତ୍ୟା କରିଥାଇପାରେ। ଜଣେ ପଡୋଶୀ କହିଛନ୍ତି ଗତ ସପ୍ତାହରେ ମୃତ ମହିଳା ଜଣଙ୍କୁ ସେ ସନବାଥ୍ କରୁଥିବାର ଦେଖିଥିଲେ। ଏହା ପୂର୍ବରୁ   ମା’କୁ ମାରପିଟ୍ କରିବା ମାମଲାରେ ଆଲବର୍ଟକୁ ପୋଲିସ ଗିରଫ କରିଥିଲା। ଆଲବର୍ଟକୁ ମିଶାଇ ତା’ର ୩ ଭାଇ-ଭଉଣୀ ରହିଛନ୍ତି। ଆଲଆର୍ଟ ଡ୍ରଗ୍ସ ପାଇଁ ଘରର ଦାମୀ ଜିନିଷ ଚୋରି କରି ବିକ୍ରି କରୁଥିଲା। ହୁଏତ ଟଙ୍କା ପାଇଁ ସେ ତା ମା’କୁ ହତ୍ୟା କରିଥାଇ ପାରେ।