ଢେଙ୍କାନାଳ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁଅ ମୃତ, ବାପା ଗୁରୁତର

ଢେଙ୍କାନାଳ ୧୯/୪: ଘର ଚାଳ ଛପର ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁଅ ମୃତ ବାପା ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗାଁରେ । ମୃତକ ହେଲେ ଗେଙ୍ଗୁଟିଆ ହରିଜନ ସାହିର ଜିତେନ୍ଦ୍ର ନାଏକ । ଆଜି ଜିତେନ୍ଦ୍ରଙ୍କ ବାପା ଯୋଗୀନାଥ ତାଙ୍କ ଘର ଛପର କରୁଥିବାବେଳେ ଅସାବଧାନତା ସହ ଘର ଉପରେ ଯାଇଥିବା LT ବିଦ୍ୟୁତ୍ ତାରରେ ଲାଗିଯାଇଥିଲେ । ଫଳରେ ସେ ପାଟି କରିବାରୁ ଜିତେନ୍ଦ୍ର ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ କରେଣ୍ଟର ଶିକାର ହୋଇଥିଲେ । ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ମାତ୍ର ଜିତେନ୍ଦ୍ରଙ୍କର ବାଟରେ ମୃତ୍ୟୁ ଘଟିଥିଲା ।