ପ୍ରମୁଖ ଖବର
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ବାପା ଆଗରେ ଚାଲିଗଲା ପୁଅର ଜୀବନ -କେନାଲକୁ ଗାଧୋଇବା ପାଇଁ ଯିବା ହେଲା କାଳ

କପିଲାଭଟା- ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ। କେନାଲ ପାଣିରେ ଗାଧଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇ ପୁଅ ନିଖୋଜ l ମୃତକ ଙ୍କ ନାମ ମାର୍କଣ୍ଡ ବାଗ(୩୦) l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁରେ l ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡୁରୁ ବାଗ ନିଜ ପୁଅ ମାର୍କଣ୍ଡ ବାଗ ସହିତ ଆଜି ଦିନ ୧୧ ଟା ସମୟରେ ଗାଧୋଇବା ପାଇଁ ଗାଁ ପାଖ ଡୁମେରପଡା ଘାଟକୁ ଯାଇଥିଲେ l

କେନାଲ ପାଣିର ସ୍ରୋତ ପ୍ରବଳ ଥିବାରୁ  ଉଭୟେ ବାପା ଓ ପୁଅ ଗାଧୋଉଥିବା ସମୟରେ ଭାସିଯାଇଥିଲେ ପୁଅ ମାରକଣ୍ଡ l ବହୁତ ଚେଷ୍ଟା କଲା ପରେ ବି ନିଜ ପୁଅକୁ ପାଣି ଭିତରୁ ବଞ୍ଚାଇ ପାରିନଥିଲେ l ପାଣିର ସ୍ରୋତରେ ଏମିତି ପ୍ରବଳ ଥିଲା ଯେ କେନାଲ ପାଣିରେ ଭାସିଯାଇଥିଲେ ପୁଅ ମାର୍କଣ୍ଡ ବାଗ । ତୁରନ୍ତ ବଙ୍ଗୋମୁଣ୍ଡା

ପୁଲିସ  ଓ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ବଙ୍ଗୋମୁଣ୍ଡା ପୋଲିସ ମିଳିତ ସହଯୋଗରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ଉଭୟେ ଅଗ୍ନିଶମ ବିଭାଗ ପକ୍ଷରୁ କେନାଲର ପାଣି ଭିତରେ ମଧ୍ୟାହ୍ନ୧୧ ଘଟିକା ଟାରୁ ପାଖ ପାଖି ୫ ଟା ହେଲା ସର୍ଚ୍ଚ ଅପରେସନ ଜାରି ରହିଥିଲା । ପରେ ସନ୍ଧ୍ୟା ୫ ଘଟିକା ରେ ମୃତଦେହ ମିଳିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲି ଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.