PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଝିଅ-ଜ୍ବାଇଁଙ୍କ ବୁଝାଇବା ହେଲା ଭୁଲ୍: ଧାନ କାଟା ଦାରେ ଶାଶୂଙ୍କ ତଣ୍ଟି କାଟିଲା ଜ୍ୱାଇଁ

ନବରଙ୍ଗପୁର ୨୮/୧୨: ସ୍ୱାମୀ ଓ ସ୍ତ୍ରୀ ଗଣ୍ଡଗୋଳରେ ପଶିବାରୁ ମଦନିଶାରେ ଥିବା ଜ୍ୱାଇଁ ଧାନକଟା ଦାରେ ଶାଶୂଙ୍କ ତଣ୍ଟି କାଟି ଦେଇଛି । ଗୁରୁତର ମହିଳାଜଣଙ୍କ ହେଲେ ଡାବୁଗାଁର ପଦମା ହରିଜନ (୫୫) । ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଅଟକ ରଖିଛି ।

ସୂଚନା ଯୋଗ୍ୟ ଯେ, ଗାଁର ଉପେନ୍ଦ୍ର ହରିଜନ ଓ ତାଙ୍କ ସ୍ତ୍ରୀ ସସ୍ମିତା ହରିଜନଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଶାଶୂ ପଦମା ହରିଜନ ଝିଅ ଜ୍ୱାଇଁକୁ ବୁଝାସୁଝା କରିବାକୁ ଯାଇଥିଲେ । ମଦନିଶାରେ ଚୁର୍‌ ଉପେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଧାନକଟା ଦା’ରେ ଶାଶୂଙ୍କ ତଣ୍ଟି କାଟିବା ସହ ହାତକୁ ମଧ୍ୟ କାଟି ଦେଇଥିଲେ । ଚିକିତ୍ସା ପରେ ପଦମାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।