ଅଣ୍ଟି ଛୁରି ତଣ୍ଟି କାଟିଲା, ଲକ୍ଷ୍ନୌ ପରିବାର ନିଖୋଜ ମାମଲାର ପର୍ଦ୍ଦାଫାସ୍,ଏହି କାରଣରୁ ନିଜ ବାପା, ମା ଓ ଭାଇକୁ ହତ୍ୟା କଲା ପୁଅ

Pic Credit : JK Media
ଜମ୍ମୁ କଶ୍ମୀର,୨୦/୦୧: ଗତ ଛଅ ଦିନ ଧରି ଜମ୍ମୁ ଓ କାଶ୍ଚୀରର ରାମବାନ୍ ଜିଲ୍ଲାରେ ନିଖୋଜ ଥିବା ଲକ୍ଷ୍ନୌ ପରିବାରର ଅନୁସନ୍ଧାନ କରୁଥିବା ପୁଲିସ୍ ଆଜି ଏ ଘଟଣାର ପର୍ଦ୍ଦାଫାସ୍ କରିଛି । ନିଜ ରକ୍ତର ବାପା, ମା ଓ ଭାଇକୁ ସମ୍ପତ୍ତି ଲୋଭରେ ହତ୍ୟା କରିଛି ପୁଅ । ଅଭିଯୁକ୍ତ ସରଫରାଜ୍ ଖାନ୍ ହେଉଛି ଘରର ବଡ଼ ପୁଅ, ଯିଏକି ସମ୍ପତ୍ତି ଲୋଭରେ ନିଜର ବାପା ମେହେମ୍ମୁଦ ଅଲ୍ଲୀ ଖାନ୍, ମା’ଦାରକସନ୍ ଏବଂ ସାନଭାଇ ସାଭେଜ୍କୁ ହତ୍ୟା କରିଥିଲା । ଏଥିପାଇଁ ପୂରା ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ସରଫରାଜ୍ ।
ସମସ୍ତଙ୍କ ଗଳାକାଟି ହତ୍ୟା କରିବା ପରେ ସୋମାନଙ୍କ ବିଭିନ୍ନ ସ୍ଥାନରେ ପୋତିଦେଇ ପୋଲିସକୁ ଚକମା ଦେବା ପାଇଁ ନିଖୋଜର କାହାଣୀ ରଚିଥିଲା ଏହି ଅମଣିଷ ରକ୍ତ ସମ୍ପର୍କ।
ଜାନୁଆରୀ ୫ ତାରିଖରେ ହତ୍ୟା କରିଥିଲା ସରଫରାଜ୍ :
ସରଫରାଜଙ୍କ ମା ଜମ୍ମୁ ପ୍ରଦେଶର ରାମବାନ୍ ଜିଲ୍ଲାର ହୋଇଥିବାରୁ ଜାନୁଆରୀ ୬ ତାରିଖରେ ଜମ୍ମୁ କଶ୍ମୀର ପରିଦର୍ଶନ କରିବାର ଯୋଜନା କରିଥିଲେ ପରିବାର ଲୋକେ। ପୂରା ପରିବାର ବୁଲାବୁଲି କରିବାର ମାହୋଲରେ ଥିବା ବେଳେ ଏପଟେ ହତ୍ୟା ଷଡ଼ଯନ୍ତ୍ର ରଚି ବାପା, ମା ଓ ଭାଇକୁ ସବୁଦିନ ପାଇଁ ଦୁନିଆରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା ପୁଅ। ଏକ ସ୍ଥାନୀୟ ଖବରକାଗଜକୁ ଉତ୍ତରପ୍ରଦେଶ ପୁଲିସ୍ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ସରଫରାଜ୍ ବୈକୁଣ୍ଠଧାମର ଅନିଲ ଯାଦବ୍ ସହିତ ମିଶି ଏହି ଷଡ଼ଯନ୍ତ୍ର କରିଥିଲା । ପ୍ରଥମେ ଖାଦ୍ୟରେ ୯୦ଟି ନିଦ ବଟିକା ଦେଇ ବାପା, ମା ଓ ଭାଇଙ୍କୁ ଶୁଆଇଦେବା ପରେ ସମସ୍ତଙ୍କ ବେକକୁ କାଟି ହତ୍ୟା କରିଥିଲା ପୁଅ ।
ବିଭିନ୍ନ ସ୍ଥାନରେ ନେଇ ପୋତିଥିଲା ଶବ :
ହତ୍ୟା କରିବା ପରେ ତିନିଜଣଙ୍କ ଶବକୁ ବିଭିନ୍ନ ସ୍ଥାନରେ ନେଇ ପୋତିଥିଲା ଅଭିଯୁକ୍ତ ସରଫରାଜ୍ । ଯେପରି ପୋଲିସ୍ କି ବାହାର ଲୋକ ଏହାର ଟେର୍ ପାଇବେନି । ୨୬ ବର୍ଷୀୟ ସାନ ଭାଇର ଶବ ଜାନୁଆରୀ ୬ ତାରିଖରେ ଇତାଉଜା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ଜାନୁଆରୀ ୮ରେ ବାପା ମେହମ୍ମୁଦ ଅଲ୍ଲୀଙ୍କ ଶବ ମିଳିଥିଲା ମଲିହାବାଦ୍ ଅଞ୍ଚଳରୁ । ଏବଂ ଜାନୁଆରୀ ୧୩ ତାରିଖରେ ମା ଦାରକସନ୍ଙ୍କ ଶବ ମିଳିଥିଲା ମାଲ୍ ଅଞ୍ଚଳରୁ । ସମସ୍ତଙ୍କ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।
ହତ୍ୟା କରିବା ପରେ ଜମ୍ମୁରେ ପହଞ୍ଚିଥିଲା ଅଭିଯୁକ୍ତ ସରଫରାଜ୍ :
ଉତ୍ତରପ୍ରଦେଶ ପୁଲିସର କହିବା ଅନୁସାରେ ସରଫରାଜ୍ ଏହି ଘଟଣା ଘଟାଇବା ପରେ ୧୩ ତାରିଖରେ ଜମ୍ମୁରେ ପହଞ୍ଚିଥିଲା ଏବଂ ୧୪ ଜାନୁଆରୀ ସକାଳେ ବାପାଙ୍କ ମୋବାଇଲରୁ ମେସେଜ୍ କରିଥିଲା ଯେ, ସେମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ହୋଇଥିବା ଭୁ-ସ୍ଖଳନରେ ଫସି ରହିଛନ୍ତି । ଏହା ସହିତ ସେ ଭୁସ୍ଖଳନର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତିତ୍ତା ଗତ ସପ୍ତାହରେ ସରଫରାଜ୍ ଲକ୍ଷ୍ନୌ ଫେରିଥିଲା ଏବଂ ସମସ୍ତ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କୁ ଜଣାଇଥିଲା ଯେ, ଶ୍ରୀନଗରରେ ହୋଇଥିବା ଭୁ-ସ୍ଖଳନରେ ବାପା, ମା ଓ ଭାଇ ନିଖୋଜ ହୋଇଯାଇଛନ୍ତି ।
ଅଭିଯୋଗ ପରେ ଆରମ୍ଭ ହେଲା ଖୋଜାଖୋଜି ଆଉ ସାମ୍ନାକୁ ଆସିଲା ପୁରା ଘଟଣା :
ପ୍ରଥମେ ଏକ ନିଖୋଜ ମାମଲା ରୁଜ୍ଜୁ କରି ଭୁ-ସ୍ଖଳନ ହୋଇଥିବା ସ୍ଥାନରେ ଖୋଜାଖୋଜି କରିଥିଲା ରାମବନ୍ ପୁଲିସ୍ । ରାମବାନ୍ ଏସପି ମୋହିତ୍ ଶର୍ମାଙ୍କ କହିବା ଅନୁସାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନିଖୋଜ ତିନିଜଣଙ୍କ ଫଟୋକୁ ଲକ୍ଷ୍ନୌ ପୁଲିସ୍କୁ ପଠାଯାଇଥିଲା । କିନ୍ତୁ ଏହା ପୂର୍ବରୁ ହିଁ ଲକ୍ଷ୍ନୌ ପୁଲିସକୁ ସମସ୍ତଙ୍କର ଶବ ମିଳିସାରିଥିଲା ବିଭିନ୍ନ ସ୍ଥାନରୁ । କାହିଁକି ନା ପରିବାର ଲୋକେ କାଶ୍ମୀର ଯାଇନଥିଲେ । ଏବଂ ଯିବାର ଯୋଜନା କରିବା ପରେ ଏହି ହତ୍ୟାକାଣ୍ଡ ରଚିଥିଲା ପୁଅ । ରାମବାନ୍ ପୁଲିସକୁ ଲକ୍ଷ୍ନୌ ପୁଲିସ୍ ତମାମ ଖବର ଦେବା ପରେ ମେହମ୍ମୁବା ଅଲ୍ଲି ଖାଁଙ୍କ ଘରେ ପହଞ୍ଚି ବଡ଼ପୁଅକୁ ପଚରାଉଚୁରା କରିଥିଲା ଜମ୍ମୁ ପୁଲିସ୍ , ତା ଉପରେ ସନ୍ଦେହ ଉପୁଜିବାରୁ କଠୋର ଭାବରେ ପଚରାଉଚୁରା କରିଥିଲା ପୁଲିସ୍ , ଆଉ ତା ପରେ ସାମ୍ନାକୁ ଆସିଥିଲା ପୁରା ଘଟଣା । କିଭଳି ଭାବରେ ସମ୍ପତ୍ତି ପାଇଁ ନିଜର ରକ୍ତର ଭାଇ ଓ ଜନ୍ମକଲା ବାପା ମାଙ୍କୁ ହତ୍ୟା କରିଥିଲା ଏହି ହତ୍ୟାକାରୀ ପୁଅ , ତାହାର ତମାମ ପର୍ଦ୍ଦାଫାସ କରିଥିଲା ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ସରଫରାଜ୍ ସହିତ ତାର ସହଯୋଗୀ ଅନିଲ୍ ଯାଦବଙ୍କୁ ଗିରଫ କରିଛି ପୁଲିସ୍ ।