ହିତାହିତ ଜ୍ଞାନ ଭୁଲିଲା ପୁଅ, ସାମାନ୍ୟ ବଚସାରୁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା

ମୟୂରଭଞ୍ଜ, ୧୪|୦୨:  ପାରିବାରିକ କଳହ  ଓ କ୍ରୋଧର ପରିଣତି ଏତେ କରାଳ ହୋଇପାରେ ତାହା ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଦେଖିବାକୁ ମିଳିଛି। ପୁଅ ଏକ ଟାଙ୍ଗିଆରେ ନିଜର ଜନ୍ମଦାତାଙ୍କୁ ହତ୍ୟା କରିଛି।

ସୂଚନାନୁସାରେ, ମୋରଡା ରାସଗୋବିନ୍ଦପୁର ନିକଟବର୍ତୀ ରଙ୍ଗଜାମ ଗ୍ରାମରେ ରାବଣ ସୋରେନ ଓ ରମେଶ ସୋରେନ ବାସ କରନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାରିବାରିକ କାରଣରୁ ବଚସା ଲାଗିଥିଲା। ଏହା ଧିରେଧିରେ ଉଗ୍ର ରୂପ ଧାରଣ କରିଥିଲା। ତେବେ ଏହି ବଚସାରେ ରମେଶ ନିଜ କ୍ରୋଧ ସମ୍ଭାଳି ପାରିନଥିଲେ। ସେ ଏକ ଟାଙ୍ଗିଆରେ ରାବଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ।

ତେବେ ରାସଗୋବିନ୍ଦଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତକୁ ଅଟକ ରଖିବା ସହ ଏକ ଟାଙ୍ଗିଆ ଜବତ କରିଛି। ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ରେଲୱେ ଷ୍ଟେସନ୍ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ : ଦୁଇ ଗିରଫ

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ