ତ୍ରିକୋଣୀୟ ପ୍ରେମ: ୟୁପିର ବିଜେପି ବୁଥ୍ ଅଧ୍ୟକ୍ଷଙ୍କ ପୁଅଙ୍କୁ ହତ୍ୟା, ୩ ଅଭିଯୁକ୍ତ ଗିରଫ

ଗୋରଖପୁର,୧୮।୧୦: ତ୍ରିକୋଣୀୟ ପ୍ରେମକୁ ନେଇ ବିଜେପି ବୁଥ୍ ଅଧ୍ୟକ୍ଷଙ୍କ ପୁଅଙ୍କୁ ହତ୍ୟା।   ବୁଥ୍ ଅଧ୍ୟକ୍ଷଙ୍କ ପୁଅଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ପରେ ଦୁର୍ଘଟଣା ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ ହତ୍ୟାକାରୀ। ଅବୈଧ ପ୍ରେମ ସମ୍ପର୍କକୁ ନେଇ ହୋଇଛି ଏହି ହତ୍ୟାକାଣ୍ଡ। ଜଣେ ମହିଳାଙ୍କ ସହିତ ଅବୈଧକ ସମ୍ପର୍କ ରଖିବାକୁ ମନା କରି ଏକ ଯୁବକ ନିଜର ଦୁଇଜଣ ସାଥୀଙ୍କ ସହିତ ମିଶି ବିଜେପି ବୁଥ୍ ଅଧ୍ୟକ୍ଷଙ୍କ ପୁଅଙ୍କୁ ହତ୍ୟା କରିଛି। ପୋଲିସ ୨୪ ଘଣ୍ଟା ଭିତରେ ମୃତକଙ୍କ ୩ ବନ୍ଧୁଙ୍କୁ ଗିରଫ କରି ହତ୍ୟାର କାରଣକୁ ପର୍ଦାଫାଶ କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଖବର ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଘଟିଛି।

ହତ୍ୟାକାଣ୍ଡ ମାମଲା ନେଇ ଏସପି କହିଛନ୍ତି, ପ୍ରଥମେ ଠେଙ୍ଗାରେ ପିଟି ମାରିବା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଆକ୍ରମଣକାରୀମାନେ ଚେଷ୍ଟା କରିଥିଲେ। ସେମାନେ ଯୁବକଙ୍କ ମୋଟର ସାଇକେଲକୁ ତାଙ୍କର ମୃତଦେହ ସହିତ ଉପରୁ ଫୋପାଡି ଦେଇଥିଲେ। ଆଇପିସିର ଧାରା ୩୦୨,୩(୨)୫ ଏସସି/ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।  ପଚରାଉଚରା ଓ ଅନ୍ୟ ତଥ୍ୟର ସୂଚନା ପରେ ରାଣା ପ୍ରତାପଙ୍କ ହତ୍ୟା ଅଭିଯୋଗରେ ରାକେଶ ଯାଦବ, ରାମକେଶ ଯାଦବ, ପନ୍ନେ ଲାଲଙ୍କ ନାଁ ଆସିଥିଲା। ପୋଲିସ ୩ ଜଣଙ୍କୁ ବେନିଗଞ୍ଜରୁ ଗିରଫ କରିଛି।

ପଚରାଉଚରା ବେଳେ ୩ ଜଣ ଅଭିଯୁକ୍ତ ନିଜର  ଅପରାଧ ସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି, ରାମକେଶ ଯାଦବଙ୍କର ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା। ସେହି ମହିଳା ରାଣା ପ୍ରତାପଙ୍କୁ ଲୁଚି ଲୁଚି ଭେଟୁଥିଲେ। ରାମକେଶ ବାରମ୍ବାର ରାଣା ପ୍ରତାପଙ୍କୁ କହୁଥିଲେ ମହିଳାଙ୍କ ସହ ମିଳାମିଶା ନକରିବାକୁ, କିନ୍ତୁ ରାଣା ପ୍ରତାପ ତାଙ୍କ କଥା ଶୁଣୁନଥିଲେ। ଏହି କଥାରେ ରାଗିଯାଇ ରାମକେଶ ନିଜର ଅନ୍ୟ ଦୁଇ ବନ୍ଧୁଙ୍କ ସହିତ ମିଶି ହତ୍ୟା କରିଥିଲେ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’