ରଖେ ହରି ମାରେ କିଏ? ହସ୍ପିଟାଲ ଫେରାଇଦେବା ପରେ ଘରେ ସଂକ୍ରମିତ ପିତାଙ୍କୁ ବଞ୍ଚାଇଲେ ପୁଅ

ଲଣ୍ଡନ ୪/୫: ‘ରଖେ ହରି ମାରେ କିଏ?’ ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ସୁର୍ଯ୍ୟକାନ୍ତ (ସୁରି) ନଥୱାନିଙ୍କ କ୍ଷେତ୍ରରେ ଏହା ଘଟିଛି । କରୋନା କବଳରେ ପଡ଼ି ସଂକଟାପନ୍ନ ହୋଇପଡ଼ିବା ସତ୍ତ୍ୱେ ଅନ୍ତିମ ମୁହୂର୍ତ୍ତରେ କରୋନାକୁ ମାତ୍‌ଦେବାରେ ସେ ସମର୍ଥ ହୋଇଛନ୍ତି ।

ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା । ନିଜର ୫୫ ବର୍ଷୀୟ ପୁଅଙ୍କ ସେବା ଓ ଚିକିତ୍ସା ଯୋଗୁ ସୁରି ଆଜି ନୂଆ ଜୀବନ ପାଇଛନ୍ତି । ପୂର୍ବରୁ ଫୁସ୍‌ଫୁସ୍‌ ଏବଂ ହୃଦ୍‌ରୋଗରେ ପୀଡ଼ିତ ଥିବା ସୁରିଙ୍କଠାରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଲଣ୍ଡନର ୱାଟଫୋର୍ଡ ଜେନେରାଲ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥିଲା । ହତାଶ ହୋଇପଡିଥିଲେ ସୁରି । ତେଣୁ ସେଠାରେ ମରିବା ଅପେକ୍ଷା ଘରେ ନିଜ ଲୋକଙ୍କ ଆଗରେ ଶେଷନିଃଶ୍ୱାସ ଛାଡ଼ବିାକୁ ଚାହିଁଥେିଲ ସେ । ଏଥପିାଇଁ ପୁଅ ରାଜ୍‌ଙ୍କୁ ଅନୁରୋଧ କରିଥିଲେ । ପିତାଙ୍କ ଏଭଳି ଇଚ୍ଛାକୁ କାଟିପାରି ନଥିଲେ ରାଜ୍‌ । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ପିତାଙ୍କୁ ଘରକୁ ଫେରାଇ ନେଇଯାଇଥିଲେ ।

ପତିାଙ୍କୁ ଘରକୁ ଫେରାଇ ନେଲେ ବି ରାଜ୍‌ଙ୍କ ମନରେ କିଛି ଭିନ୍ନ ଲକ୍ଷ୍ୟ ଥିଲା । ପିତାଙ୍କୁ କରୋନା କବଳରୁ ନିଜେ ଉଦ୍ଧାର ପାଇଁ ଚଳାଇଥିଲେ ରଣନୀତି। ହସ୍ପଟିାଲର ଡାକ୍ତର ଏବଂ କିଛି ରିପୋର୍ଟରୁ ହାସଲ କରଥିବିା ତଥ୍ୟକୁ ଆଧାର କରି ଘରେ ପିତାଙ୍କର ଚଳାଇଥିଲେ ଚିକିତ୍ସା । ନିଜେ ଏକ ଗୁଗୁଲ୍‌ ସ୍ପ୍ରେଡ୍‌ସିଟ୍‌ ସୃଷ୍ଟି କରି ପିତାଙ୍କ ତାପମାତ୍ରା ଉପରେ ସେ ସବୁବେଳେ ନଜର ରଖୁଥିଲେ । ଏଥିସହ ରକ୍ତଚାପ ଓ ଅମ୍ଳଜାନ ମାତ୍ରା ମଧ୍ୟ ମାପୁଥିଲେ । ଘର ମଧ୍ୟରେ ଏକ କକ୍ଷକୁ ସ୍ୱତନ୍ତ୍ର ୱାର୍ଡରେ ପରିଣତ କରି ସେଠାରେ ଚିକିତ୍ସା ଜାରି ରଖିଥିଲେ । ପାଖରେ ଥର୍ମୋମିଟର, ବ୍ଲଡ୍‌ ପ୍ରେସର ମିଟର ଏବଂ ପଲ୍ସ ଅକ୍ସମିଟର ମଧ୍ୟ ରଖିଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଥିଲା । ପୂର୍ବରୁ ଏତେ ରୋଗ ଥିଲେ ମଧ୍ୟ ପିତାଙ୍କୁ କରୋନା ଭୂତାଣୁ କବଳରୁ ରକ୍ଷା କରିବାରେ ସେ ସଫଳ ହୋଇଥିଲେ । ଲଣ୍ଡନରେ ଏହି ଖବର ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍