ବାଲିଯାତ୍ରାରେ ଦର୍ଶକଙ୍କୁ ମତୁଆଲା କଲେ ସୋନା

କଟକ ୧୮/୧୧: ଐତିହାସିକ କଟକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଗତକାଲି ସନ୍ଧ୍ୟାରେ ଭରପୁର୍‌ ଏଣ୍ଟରଟେନ୍‌ମେଣ୍ଟ ପାଇଁ ବାଲିଯାତ୍ରାରେ ମଞ୍ଚରେ ଲୋକପ୍ରିୟ ବଲିଉଡ୍‌ ଗାୟିକା ସୋନା ମହାପାତ୍ର। ତୁମ ବିନ୍‌ ମୋରା ଜିୟା ଲାଗେନା ରୁ ନେଇ ସୁପରହିଟ୍‌ ରଙ୍ଗବତୀ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ମନଛୁଆଁ ଗୀତ ଗାଇ ଦର୍ଶକଙ୍କୁ ଗତକାଲି ସନ୍ଧ୍ୟାରେ ଲୋକଙ୍କୁ ମତୁଆଲା କଲେ ବଲିଉଡ୍‌ ଗାୟିକା ସୋନା ମହାପାତ୍ର । ଗୋଟିଏ ପଟେ ମଞ୍ଚରେ ଧୁମଧଡାକ ଗୀତ ପରିବେଷଣ ଚାଲିଥିବାବେଳେ ମଞ୍ଚ ତଳେ ଥିବା ଦର୍ଶକ ମଧ୍ୟ ତାଳି ମାରି ପଡିଆ କମ୍ପାଇଥିଲେ ।

ଏହିଭଳି ଉତ୍ସାହ ଭରା ମାହୋଲ୍‌ ଦେଖିବାକୁ ମିଳିଥିଲା ବୈଷ୍ଣବ ପାଣି ମଞ୍ଚର ଷଷ୍ଠ ସଂଧ୍ୟାରେ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବୈଷ୍ଣବ ପାଣି ମଞ୍ଚର ମୁଖ୍ୟ ଆକର୍ଷଣ ସାଜିଥିଲେ ସୋନା ମହାପାତ୍ର । କୋକ୍‌ ଷ୍ଟୁଡିଓରୁ ନେଇ ବିଭିନ୍ନ ହିନ୍ଦୀ ଫିଲ୍ମରେ ଗୀତ ଗାଇ ବେଶ୍‌ ପରିଚୟ ହାସଲ କରିଛନ୍ତି ଓଡି଼ଆ ଝିଅ ସୋନା ମହାପାତ୍ର । ଖାସ୍‌ କରି ନିଜ ପରିଚିତ ମାଟି କଟକରେ ଗୀତ ପରିବେଷଣ କରିବାକୁ ଆସି ସେ ଖୁସି ଜାହିର କରିଥିଲେ । ପ୍ରାୟ ସାଢେ ୭ଟା ସମୟରେ ମଞ୍ଚକୁ ଆସି କଟକବାସୀ ଓ ବାଲିଯାତ୍ରା ବୁଲିବାକୁ ଆସିଥିବା ସମସ୍ତ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେ । ପ୍ରାରମ୍ଭରେ ପ୍ରାର୍ଥନା ଆହେ ନୀଳ ଶୈଳ… ପରିବେଷଣ କରିବା ପରେ ବଲିଉଡ୍‌ ଫିଲ୍ମରେ ସେ ଗାଇଥିବା ତଲାସ ଫିଲ୍ମର ଜିୟା ଲାଗେନା ସହିତ ଅନ୍ୟାନ୍ୟ ସଂଗୀତରେ ଆଫ୍‌ରିନ୍‌…ଆଫ୍‌ରିନ୍‌, ମେରେ ରସ୍‌କେ କମର ଭଳି ଅନେକ ହିଟ୍‌ ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ ।

   ସମ୍ବନ୍ଧିତ ଖବର


ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…