ଭାଇଜାନଙ୍କ ସହ ପଙ୍ଗା ସୋନାଙ୍କୁ ପଡିଲା ମହଙ୍ଗା, ସଲ୍ଲୁ ଭାଇଙ୍କ ଫ୍ୟାନ୍ସ କଲେ ଟ୍ରୋଲ୍, କହିଲେ…

ମୁମ୍ବାଇ ୭/୩: ଦବଙ୍ଗ ଖାନଙ୍କ ବଲିଉଡରେ ଅନେକ ବନ୍ଧୁ ଅଛନ୍ତି, ଅନେକ ଶତ୍ରୁ ମଧ୍ଯ ଅଛନ୍ତି  । ବିବେକ ଓବରୟ, ଅରିଜିତ୍ ସିଂହ ଓ ରଣବୀର ସିଂହଙ୍କ ସହିତ ତାଙ୍କର ସମ୍ପର୍କ ଜମାରୁ ଭଲ ନୁହେଁ । ଏହି ଲିଷ୍ଟରେ ଏବେ ସାମିଲ ହୋଇଗଲେ ସୋନା ମହାପାତ୍ର । ଭାଇଜାନଙ୍କ ସହିତ ପଙ୍ଗା ନେଇ ଏବେ ଚର୍ଚ୍ଚାରେ ସୋନା । ସଲମାନଙ୍କ ଉପରେ କମେଣ୍ଟ କରି ଏବେ ସେ ଫସି ଯାଇଛନ୍ତି । ଭାଇଜାନଙ୍କ ଫ୍ଯାନ୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି ।

ନିକଟରେ ସଲମାନ ଖାନ୍ ସୋସିଆଲ ମିଡିଆରେ ଏକ ସୂଚନା ଦେଇଥିଲେ ଯେ ତାଙ୍କ ଫିଲ୍ମ ‘ଭାରତ’ର ସୁଟିଂ ଶେଷ ହୋଇଛି । ସଲମାନ ଟ୍ୱିଟ୍ କରିବାର କିଛି ସମୟ ପରେ ସୋନା ଟ୍ୱିଟ୍ କରି କହିଥିଲେ ଯେ ଡିୟର ଟ୍ୱିଟର, ମୁଁ ଏହି ବ୍ଯକ୍ତି ଫଲୋ କରୁନି, ତେଣୁ ଦୟାକରି ଏହି ଟ୍ୱିଟକୁ ମୋ ଟାଇମ ଲାଇନରୁ ହଟାଇଦିଅନ୍ତୁ ।

ବାସ୍, ସୋନାଙ୍କ ଏହି ଟ୍ୱିଟ୍ ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଲେ । ସମସ୍ତେ ଏହା କହିବାକୁ ଚାହୁଁଛନ୍ତି ଯେ ସୋନା ଚର୍ଚ୍ଚାକୁ ଆସିବା ପାଇଁ ଏମିତି କରିଛନ୍ତି । କିଛି ୟୁଜର୍ସ ସୋନାଙ୍କପ୍ରତି ଅପମାନଜନକ ଭାଷା ମଧ୍ଯ ପ୍ରୟୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୃତ୍ୟୁ ଉପରୁ ଉଠିଲା ପରଦା ! ଭିସେରା ରିପୋର୍ଟ ସ୍ପଷ୍ଟ କଲା ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ

ବିବାଦରେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ଭାଇରାଲ୍‌ ହେଉଛି ଭିଡ଼ିଓ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –