ଏଭରଗ୍ରୀନ୍ ସଲମାନଙ୍କୁ ବୁଢା କହିଲେ ସୋନାକ୍ଷୀ… କେଉଁଠି, କାହିଁକି କହିଲେ ଏମିତି…

ମୁମ୍ବାଇ ୪/୧୨: ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ୨୧ ବର୍ଷୀୟା ସଇ ମାଞ୍ଜେରେକରଙ୍କ ସହ ରୋମାନ୍ସ କରିବେ ସଲ୍ଲୁ । ସଇ ମାଞ୍ଜେରେକର ହେଉଛନ୍ତି ଅଭିନେତା ମହେଶ ମାଞ୍ଜେରେକରଙ୍କ ଝିଅ । ସେ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏହା ମଧ୍ୟରେ ୫୩ ବର୍ଷର ସଲମାନଙ୍କ ଖାନ ଓ ୨୧ ବର୍ଷୀୟା ସଇ ମାଞ୍ଜେରେକରଙ୍କ ରୋମାନ୍ସକୁ ନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ ସିହ୍ନା ।

ଏକ ଇଣ୍ଟରଭ୍ୟୁରେ ସୋନାକ୍ଷୀଙ୍କୁ ପଚରାଗଲା ଯେ ଆପଣ ଏମିତି କିଛି ଫିଲ୍ମ ଦେଖିବାକୁ ଚାହିଁବେ ଯେଉଁଥିରେ ଇଶାନ୍ ଖଟ୍ଟର ମାଧୁରୀ ଦିକ୍ଷୀତଙ୍କ ସହ ରୋମାନ୍ସ କରୁଥିବେ ? ଏହାର ଉତ୍ତରରେ ସୋନାକ୍ଷୀ କହିଲେ ଯେ ମୁଁ ଜାଣିନି କିନ୍ତୁ ଏହା ଟିକେ ଅଜବ ଲାଗିବ । କିନ୍ତୁ ଏହାପରେ ତାଙ୍କୁ ସଲମାନ୍ ଓ ସଇ ମାଞ୍ଜେରେକରଙ୍କ ରୋମାନ୍ସକୁ ନେଇ ପ୍ରଶ୍ନ କରାଗଲା । ୫୩ ବର୍ଷୀୟ ସଲମାନ୍ ଖାନ୍ ଓ ୨୧ ବର୍ଷୀୟା ସଇ ମାଞ୍ଜେରେକରଙ୍କ ରୋମାନ୍ସ ଅଜବ ଲାଗୁନି କି ?

ଏହାର ଉତ୍ତରରେ ସୋନାକ୍ଷୀ କହିଲେ ଯେ ଆପଣଙ୍କୁ ଏହି ପ୍ରଶ୍ନ ସଲମାନଙ୍କୁ ପଚାରିବାକୁ ପଡିବ । କାରଣ ମୁଁ କେବେ ଏମିତି ଭାବିନି । ଏହା ମୋ ପାଇଁ ଜବ୍ । ସଲମାନ୍ ଖାନ୍ ନିଜ କ୍ୟାରିୟରରେ ସଫଳ ହୋଇଛନ୍ତି । ଆଜି ବି ସେ ଇଣ୍ଡଷ୍ଟ୍ରୀରେ ନିଜକୁ ଜଡିତ ରଖି ପାରିଛନ୍ତି । ସେ ନିଜକୁ ଏବେ ବି ଫିଟ୍ ରଖିଛନ୍ତି ଏବଂ ଆଜି ବି ନୂଆ ନୂଆ ହିରୋଇନଙ୍କ ସହ କାମ କରୁଛନ୍ତି । ମୁଁ ତାଙ୍କ ସହ ଅନେକ ଦିନ ହେବ କାମ କରିଆସୁଛି । ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ସେ ଆଗକୁ ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ଅଧିକ ବର୍ଷର ହିରୋ କମ୍ ବର୍ଷର ହିରୋଇନ୍ ସହିତ ସ୍କ୍ରିନରେ ରୋମାନ୍ସ କରିଥାଏ ତେବେ ଦର୍ଶକ ଏହାକୁ ପସନ୍ଦ କରିଥାନ୍ତି କିନ୍ତୁ ଯଦି ଜଣେ ହିରୋଇନ୍ ନିଜଠୁ କମ୍ ବୟସର ହିରୋ ସହ ରୋମାନ୍ସ କରିଥାଏ ଏହାକୁ ଦର୍ଶକ ପସନ୍ଦ  କରିନଥାନ୍ତି । ଏହା ଦର୍ଶାଉଛି ଯେ ଆମେ କେଉଁଭଳି ଏକ ଦେଶରେ ବାସ କରୁଛନ୍ତି ।

ସୋନାକ୍ଷୀଙ୍କ ଏହି ବୟାନ୍ ଏବେ ଚର୍ଚ୍ଚାରେ । କହିରଖୁଛୁ ଅଭିନେତ୍ରୀ ସଇ ମାଞ୍ଜେରେକର ଫିଲ୍ମ ଦବଙ୍ଗ ୩ରେ ବଲିଉରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୨୧ ବର୍ଷୀୟ ସଇ ନିଜ ପ୍ରଥମ ଫିଲ୍ମରେ ସଲମାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ ।  ଫିଲ୍ମଟି ୨୦ ଡିସେମ୍ବରରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ସଲମାନ ଖାନଙ୍କ ଘରେ ବମ୍ ଥିବା ସୂଚନା, ପୋଲିସକୁ ମେଲ୍ କରି ନାବାଳକ କହିଲା – ୨ ଘଣ୍ଟା ଭିତରେ ବ୍ଲାଷ୍ଟ ହେବ

ନିର୍ମାଣ ହେବ ମନୋହର ପାରିକରଙ୍କ ବାୟୋପିକ୍, ଏହି ଦିନ ହେବ ରିଲିଜ୍

ଟେଲିଭିଜନ୍‌ ସ୍କ୍ରିନ୍‌କୁ ପୁଣି ଫେରୁଛନ୍ତି ଗୁଥ୍‌ଥି!

ନିଜର ସବୁ ଫିଲ୍ମର ହିରୋଇନଙ୍କୁ ରାଜ କପୁର କାହିଁକି ପିନ୍ଧାଉଥିଲେ ଧଳା ଶାଢୀ? କାରଣ ଥିଲା ଏହା…