PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବଲିଉଡ୍‌ରେ ବିବାହ ଋତୁ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ବାହାଘରକୁ ନେଇ ଚର୍ଚ୍ଚା, ସଲମାନଙ୍କ ଘରର ବନିବେ ବୋହୂ !

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି । ନିକଟରେ ରାଜକୁମାର ରାଓ ଦୀର୍ଘଦିନର ବାନ୍ଧବୀ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆସନ୍ତାମାସ ଆରମ୍ଭରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କର ବିବାହ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି । ଏଭଳିକ୍ଷେତ୍ରରେ ଆଉ ଜଣେ ସେଲିବ୍ରିଟିଙ୍କର ବିବାହ ସଂପର୍କରେ ଚର୍ଚ୍ଚା ଚାଲିଛି । ସେ ହେଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ସୋନାକ୍ଷୀ ଅଭିନେତା ସଲ୍‌ମାନ ଖାନ୍‌ଙ୍କ ପରିବାରରେ ବିବାହ କରିବାକୁ ଯାଉଛନ୍ତି ବୋଲି କିଛି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି ।

ସେ ଅନୁସାରେ, ସୋନାକ୍ଷୀ ସେଲିବ୍ରିଟି ମ୍ୟାନେଜର ବଣ୍ଟି ସଚଦେବାଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି । ଉଭୟଙ୍କୁ ଏକତ୍ର ଅନେକ ପାର୍ଟିରେ ଦେଖିବାକୁ ମିଳୁଛି। ଡିନର ଡେଟ୍‌ରେ ବି ସେମାନେ ସାଙ୍ଗ ହୋଇ ଯାଉଛନ୍ତି । ଏପରିସ୍ଥଳେ ଖୁବ୍‌ ଶୀଘ୍ର ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ବଣ୍ଟି ହେଉଛନ୍ତି ସଲମାନ୍‌ଙ୍କ ସାନ ଭାଇ ସୋହେଲ ଖାନ୍‌ଙ୍କ ପତ୍ନୀ ସୀମାଙ୍କର ଭାଇ । ତେବେ ଏ ସଂପର୍କରେ ସୋନାକ୍ଷୀ କିମ୍ବା ବଣ୍ଟିଙ୍କ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସୂଚନାଥାଉକି, ଅଭିନେତା ସଲମାନ୍‌ ଖାନ୍‌ଙ୍କ ସହ ‘ଦବଙ୍ଗ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ସୋନାକ୍ଷୀ ସିହ୍ନା । ତାକୁ ଦର୍ଶକଙ୍କ ନିକଟରୁ ଅନେକ ଆଦୃତି ମିଳିଥିଲା । ଏହାପରେ ରିଲିଜ୍‌ ହୋଇଥିବା ତାଙ୍କର ‘ରାୱଡ଼ି ରାଠୋର’, ‘ସନ୍‌ ଅଫ୍‌ ସର୍ଦ୍ଦାର’, ‘ଦବଙ୍ଗ-୨’, ‘ଲୁଟେରା’, ‘ଅକିରା’ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । ଆଗକୁ ତାଙ୍କୁ ‘କାକୁଡ଼ା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ରିତେଶ ଦେଶମୁଖ ଓ ସାକିବ ସାଲିମ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଆଦିତ୍ୟ ସରପୋଟଦାର ତା’ର ନିର୍ଦ୍ଦେଶନା ଦେଉଛନ୍ତି ।

ସମ୍ବନ୍ଧିତ ଖବର