ହୋସ୍ ଉଡାଇଦେବ ‘ପାର୍ବତୀ’ଙ୍କ ନୂଆ ଅବତାର, ଇଣ୍ଟରନେଟ୍‌ରେ ନିଆଁ ଲଗାଇଲା ସୋନାରିକା ଭଦୌରିୟାଙ୍କ ହଟ୍‌ ଫଟୋ

ମୁମ୍ବାଇ ୩।୧୨ :  ଛୋଟ ପରଦାରେ ଦେବୀ ‘ପାର୍ବତୀ’ ଭୂମିକା ପାଇଁ ଫେମସ୍‌ ହୋଇଥିବା ସୋନାରିକା ଭଦୌରିୟାଙ୍କର ଆଜି ଜନ୍ମ ଦିନ। ୧୯୯୨ ଡିସେମ୍ବର ୩ ତାରିଖରେ ଜନ୍ମ ହୋଇଥିବା ସୋନାରିକା ଛୋଟ ପରଦାରେ ବଡ଼ ନାଁ ହାସଲ କରିପାରିଛନ୍ତି।

ସୋନାରିକା ୨୦୧୧ରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ‘ତୁମ୍‌ ଦେନା ସାଥ୍‌ ମେରା’ ସୋ’ରେ ନଜର ଆସିଥିଲେ ସୋନାରିକା। ସୋ’ରେ ତାଙ୍କର ନେଗେଟିଭ୍‌ ରୋଲ୍‌ ଦେଖିବାକୁ ମିଳିଥିଲା।

ସୋନାରିକା ଛୋଟ ପରଦାରେ ଦେବୀ ‘ପାର୍ବତୀ’ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ଯାହା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।  ‘ଦେବୋ କି ଦେବ ମହାଦେବ’ ସୋ’ର ସଫଳତା ଦ୍ବାରା ସୋନାରିକା ମଧ୍ୟ ଷ୍ଟାର ହୋଇଯାଇଥିଲେ।

ସୋନାରିକା ପୃଥ୍ବୀ-ବଲ୍ଲଭ- ଇତିହାସ ଭି, ରହସ୍ୟ ଭି ଏବଂ ଇସ୍କ ମେ ମରଜାବା ଭଳି ସୋ’ରେ ନଜର ଆସିସାରିଛନ୍ତି। ସୋନାରିକା ସାଉଥ୍‌ ଫିଲ୍ମ ମଧ୍ୟ କରିସାରିଛନ୍ତି। ତେଲୁଗୁ ସିନେମାରେ ସୋନାରିକା ୨୦୧୫ରେ ଡେବ୍ୟୁ କରିଥିଲେ।

ସେ Speedunnodu ନାମକ ଏକ ତେଲୁଗୁ ଫିଲ୍ମ କରିଛନ୍ତି। ତାଙ୍କର ଅଭିନୟ ଦର୍ଶକଙ୍କ ମନ ଛୁଇଁଥିଲା। ତେଲୁଗୁର ଫିଲ୍ମ Eedo Rakam Aado Rakam ସବୁଠୁ ସୁପରହିଟ୍‌ ହୋଇଥିଲା।