ତିହାର ଜେଲରେ ଚିଦାମ୍ବରମଙ୍କୁ ଦେଖାକଲେ ସୋନିଆ ଏବଂ ମନମୋହନ, ଭେଟିବାପରେ ଚିଦାମ୍ବରମ କହିଲେ -ଯେଉଁ ପର୍ଯ୍ୟନ୍ତ କଂଗ୍ରେସ…

ନୂଆଦିଲ୍ଲୀ,୨୩।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମଙ୍କ ଆଜି ତିହାର ଜେଲ ଯାଇ ସାକ୍ଷାତ କରିଛନ୍ତି। ସୋନିଆ ଓ ମନମୋନହଙ୍କୁ ଦେଖା କରିବା ପରେ ଚିଦାମ୍ବରମଙ୍କୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ ଯେଉଁ ପର୍ଯ୍ୟନ୍ତ କଂଗ୍ରେସ ସାହାସ ବଜାୟ ରଖିବ ସେ ପର୍ଯ୍ୟନ୍ତ ସାହାସୀ ହୋଇ ରହିବେ।’

କୁହାଯାଉଛି ଯେ, ଚିଦାମ୍ବରମଙ୍କ ଭଲ ମନ୍ଦ ବୁଝିବ ଓ  ତାଙ୍କ ସହ ପୂରା ଦଳ ରହିଛି ବୋଲି ଦର୍ଶାଇବା ପାଇଁ   ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ସକାଳେ ତିହାର ଜେଲକୁ ଯାଇଥିଲେ। ତିହାର ଜେଲର ୭ ନଂ ସେଲରେ ଥିବା ଚିଦାମ୍ବରମଙ୍କ ସହ ପୂରା କଂଗ୍ରେସ ପାର୍ଟି ରହିଛି ବୋଲି ଉଭୟ ସୋନିଆ ଓ ମନମୋହନ ତାଙ୍କୁ କହିଛନ୍ତି। ଏଥିସହ ସୋନିଆ ମଧ୍ୟ ଚିଦାମ୍ବରମଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିବା ଜଣାପଡ଼ିଛି। ଆଜି ଯେତେବେଳେ ସୋନିଆ ଓ ମନମୋହନ ତିହାର ଜେଲ ଯାଇଥିଲେ ସେତେବେଳେ ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ ମଧ୍ୟ ତିହାର ଜେଲରେ ପହଁଞ୍ଚିଥିଲେ ତାଙ୍କ ବାପାଙ୍କୁ ଦେଖା କରିବାକୁ। ଏହା ସହ ସେ ସୋନିଆ ଓ ମନମୋହନ ସିଂ ଦୁହିଁଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖନୀୟ ଯେ, ୨୦୦୭ରେ ଚିଦାମ୍ବରମ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ନିଜ ପଦର ଅପବ୍ୟବହାର କରି ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ଯୋଗାଣ ପାଇଁ ଅନୁମତି ଦେଇଥିବା ଅଭିଯୋଗ ରହିଛି। ଏଥିପାଇଁ ସିବିଆଇ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।ସେପ୍ଟେମ୍ବର ୫ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଥିଲେ। ଏହାପରେ ଦିଲ୍ଲୀର ଏକ କୋର୍ଟ ଗୁରୁବାର ତାଙ୍କର ଜେଲ ମିଆଦକୁ ଅକ୍ଟୋବର ୩ ଯାଏ ବଢ଼ାଇ ଦେଇଛନ୍ତି।  

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ