କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସୋନିଆ: କହିଲେ, “ଜନତାଙ୍କ ସହ ରୁହ, ତାଙ୍କ ସମସ୍ୟାର ସମାଧାନ ପାଇଁ ସଂଘର୍ଷ କର”

ନୂଆଦିଲ୍ଲୀ, ୧୮/ ୧୦: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ଦିନ ଦେଶରେ ଲାଗି ରହିଥିବା ପରିସ୍ଥିତି ଓ ସମସ୍ୟାକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ସୋନିଆ ଗାନ୍ଧୀ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସୋନିଆ ଦଳୀୟ ନେତାଙ୍କୁ କହିଛନ୍ତି ଯେ, ଦେଶର ଲୋକତନ୍ତ୍ର ଏବେ କଠିନ ସମୟ ଦେଇ ଗତି କରୁଛି। ଏଥିପାଇଁ ସମସ୍ତ ଲୋକଙ୍କର ସମସ୍ୟାସ ସମାଧାନ କରିବା ପାଇଁ ସଂଘର୍ଷ କର।

ସେ ଆହୁରି କହିଛନ୍ତି ଯେ, କୃଷକ ମାନଙ୍କ ପାଇଁ ଆସିଥିବା ତିନି କୃଷି ବିଧେୟକକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଲ୍‌ କୃଷକ ମାନଙ୍କ ହିତ ପାଇଁ ହୋଇ ନାହିଁ। ଏହି ବିଲ୍‌ ଦ୍ବାରା କୃଷକଙ୍କର କ୍ଷତି ହେବ ବୋଲି ସେ କହିଛନ୍ତି। ମହାମାରୀ କରୋନାକୁ ନେଇ ଆହୁରି କହିଛନ୍ତି ଯେ, ସରକାରଙ୍କ ଭୁଲ ପଦକ୍ଷେପ ପାଇଁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଛି। ଯାହା ଫଳରେ ଲୋକଙ୍କ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୀଡିତା ଓ ନିର୍ଯ୍ୟାତିତ ଲୋକଙ୍କ ସ୍ଵର ଦବା ଯାଉଛି। କଣ ଏହା ଆପଣଙ୍କର ରାଜଧର୍ମ ବୋଲି ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଆଇସିସିର ମହାସଚିବ ଏବଂ ରାଜ୍ୟ ପ୍ରଭାରୀଙ୍କ ସହ ବୈଠକରେ ଆଲୋଚନା କରିଥିଲେ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …