NEET-JEE ପରୀକ୍ଷା ବାତିଲ ଦାବିରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ:ସୋନିଆ କହିଲେ- ଛାତ୍ର ଦେଶର ଭବିଷ୍ୟତ,ସରକାର ତାଙ୍କ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ୍ ସଙ୍କଟ ଭିତରେ  NEET-JEE  ପରୀକ୍ଷାର ଆୟୋଜନକୁ ନେଇ ଆରମ୍ଭ ହୋଇଛି ବିବାଦ। ଶୁକ୍ରବାର କଂଗ୍ରେସ ପକ୍ଷରୁ ପରୀକ୍ଷା ଗୁଞ୍ଚାଇବା ନେଇ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଏହା ସହିତ ଅନଲାଇନ୍ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ ହୋଇଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଭିଡିସ ସେୟାର କରି ଛାତ୍ରଙ୍କୁ ସମର୍ଥନ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ଭିଡିଓରେ କହିଛନ୍ତି, ଛାତ୍ରମାନେ ମୋତେ ଆପଣଙ୍କ ପାଇଁ ଖୁବ୍ ଦୁଃଖ ହେଉଛି, କାରଣ ଆପଣ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଆପଣଙ୍କୁ ପରୀକ୍ଷା ପାଇଁ କେବେ ଯିବାକୁ ହେବ ଏହା କେବଳ ଆପଣଙ୍କ ପାଇଁ ନୁହେଁ ବଂର ଆପଣଙ୍କ ପରିବାର ପାଇଁ ଖୁବ୍ ଜରୁରୀ ନିଷ୍ପତ୍ତି। ଆପଣ ଆମର ଭବିଷ୍ୟତ, ଆମେମାନେ ଆପଣଙ୍କ ଉପରେ ନିର୍ଭର କରୁଛୁ। ଏଭଳି ସ୍ଥିତି​‌ରେ ଯଦି ଆପଣଙ୍କ ଭବିଷ୍ୟତ ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯିବା ଦରକାରେ ତେବେ ଆପଣଙ୍କୁ ପଚାରିକି ହେବା ଦରକାର।

ସରକାରଙ୍କୁ ଆପଣମାନଙ୍କ ସହ କଥା ହୋଇ ପରୀକ୍ଷା କରିବା ନେଇ ନିଷ୍ପତ୍ତି ନେବା ଦରକାର। ଏଭଳି ପରିସ୍ଥିତିରେ ସରକାରଙ୍କୁ ଅପିଲ କରୁଛି ସେ ଆପଣଙ୍କ ସହ ତୁରନ୍ତ କଥା ହୁଅନ୍ତୁ। ଉଲ୍ଲେଖନୀୟ ଯେ, ଶୁକ୍ରବାର ସକାଳୁ ହିଁ କଂଗ୍ରେସ ପାର୍ଟି ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ  #SpeakUpForStudentSafety  କ୍ୟାମ୍ପେନ୍ ଚଳାଯାଉଛି। ସୋନିଆ ଗାନ୍ଧିଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପକ୍ଷରୁ ଟୁଇଟ୍ କରି ବାର୍ତ୍ତା ଜାରି କରାଯାଇଛି ଓ ଛାତ୍ରଙ୍କୁ ସମର୍ଥନ କରିଛନ୍ତି।

ରାହୁଲ ଗାନ୍ଧି ଭିଡିଓ ସେୟାର କରି କହିଛନ୍ତି, ଛାତ୍ର ଦେଶର ଭବିଷ୍ୟତ, ଆପଣ ଲୋକମାନେ ଦେଶରକୁ ଆଗକୁ ନେଇ ଯାଆନ୍ତୁ। ସମସ୍ତେ ଜାଣନ୍ତି କରୋନା ଭାଇରସର ସ୍ଥିତିକୁ ଗତ କିଛି ମାସ ଧରି ସଠିକ୍ ଭାବରେ ସମ୍ଭାଳି ହୋଇନାହିଁ। ଏଭଳି ସ୍ଥିତିରେ ଲକ୍ଷାଧିକ ଛାତ୍ର-ଛାତ୍ରୀ ପରୀକ୍ଷା ଦେବାକୁ କାହିଁକି ବାଧ୍ୟ କରାଯାଉଛି?ସରକାର ଛାତ୍ରଙ୍କ କଥା ଶୁଣିବା ଦରକାର। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟୁଇଟ୍ କରି କହିଛନ୍ତି, ସରକାର ଛାତ୍ରଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ। ଛାତ୍ର ଦେଶର ଭବିଷ୍ୟତ, ଯେତେବେ​‌ଳେ ଦେଶରେ କରୋନାର କେସ୍ ବଢିଚାଲିଛି ତେବେ ଏଭଳି ସମୟରେ ଛାତ୍ରଙ୍କୁ ପରୀକ୍ଷା କିଭଳି ଦେଇପାରିବେ?

   ସମ୍ବନ୍ଧିତ ଖବର


କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌