ଟିକ୍‌ଟକ୍‌ ଷ୍ଟାର ଶିବାନୀଙ୍କ ଗଳା ଚିପି ହତ୍ୟା, ଖଟ ଭିତରୁ ମିଳିଲା ମୃତଦେହ

ସୋନିପତ ୨୯।୬ : ହରିୟାଣାର ସୋନିପତ ଜିଲ୍ଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାର କୁଣ୍ଡଳି ଅଞ୍ଚଳରେ ଟିକ୍ ଟକ୍ ତାରକା ଶିବାନୀଙ୍କୁ ଗଳା ଚିପି ହତ୍ୟା କରାଯାଇଛି। କୁଣ୍ଡଳିରେ ରହୁଥିବା ଆରିଫଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିବାନୀଙ୍କ ମୃତଦେହକୁ ସେଲୁନରେ ଥିବା ଏକ ଖଟ ଭିତରେ ରଖି ଫେରାର ହୋଇଯାଇଛି। ରବିବାର ଦିନ ମୃତକଙ୍କ ଭଉଣୀର ବନ୍ଧୁ ଖଟ ଖୋଲିବା ପରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ପରେ ପରିବାର ଲୋକ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ଶିବାନୀ ଖୋବିଆନ୍ କୁଣ୍ଡଳିରେ ଟଚ୍ ଏବଂ ଫେୟାର ନାମକ ଏକ ସେଲୁନ୍ ଚଳାଉଥିଲେ। ଟିକ୍-ଟକରେ ତାଙ୍କର ୧ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି।

ଶିବାନୀଙ୍କ ଭଉଣୀ ଶ୍ବେତାଙ୍କ କହିବା ମୁତାବିକ, ଜୁନ୍ ୨୬ ରେ ଆରିଫ ଶିବାନୀଙ୍କୁ ଭେଟିବା ପାଇଁ ତାଙ୍କ ବିୟୁଟି ପାର୍ଲର ଆସିଥିଲେ। ଶିବାନୀ ହିଁ ଏହି କଥା ଶ୍ୱେତାଙ୍କ ଫୋନରେ କହିଥିଲେ। ରାତିରେ ଶିବାନୀ ଘରକୁ ଫେରି ନଥିବା ବେଳେ ଶ୍ୱେତା ମେସେଜ୍ କରିଥିଲେ। ମ୍ୟାସେଜର ଉତ୍ତରରେ ଶିବାନୀ ଫୋନରୁ ଏକ ଉତ୍ତର ପାଇଥିଲେ ଯେ ସେ ହରିଦ୍ୱାରକୁ ଆସିଛନ୍ତି ଏବଂ ମଙ୍ଗଳବାର ଦିନ ଫେରିବେ।

ଏହି ଘଟଣାର ଦୁଇ ଦିନ ପରେ ଶ୍ୱେତାଙ୍କ ବନ୍ଧୁ ନୀରଜ ବିୟୁଟି ପାର୍ଲର ଖୋଲିବା ପରେ ଦୁର୍ଗନ୍ଧ ବାହାରିଥିଲା। ନୀରଜ ବିୟୁଟି ପାର୍ଲରର ଆଲମାରୀର କବାଟ ଖୋଲିଥିଲେ ଏବଂ ଏଥିରେ ଶିବାନୀଙ୍କ ମୃତଦେହ ମିଳିଥିଲା। ଶିବାନୀଙ୍କ ପିତା ବିନୋଦଙ୍କ ଅଭିଯୋଗରେ ପୋଲିସ ଆରିଫଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ପୋଲିସ କହିବାନୁସାରେ, ସେଲୁନ୍ ସଂଚାଳିକାଙ୍କର ଗଳା ଚିପି ହତ୍ୟା କରିବା ପରେ ଶବକୁ ଖଟ ଭିତରେ ରଖାଯାଇଥିଲା। ତାଙ୍କ ପିତାଙ୍କ ବୟାନ ଅନୁସାରେ ତାଙ୍କ ସାଙ୍ଗଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଛି। ସୋମବାର ମୃତ ଦେହର ପୋଷ୍ଟ ମର୍ଟମ କରାଯିବ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବହୁମୁଖୀ ପ୍ରତିଭାର ଅଧିକାରୀ ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍