ସୋନୁ ସୁଦ୍‌ଙ୍କୁ ପ୍ରତିଦିନ କେତେ ଲୋକ କରନ୍ତି ସାହାଯ୍ୟ ପାଇଁ ନିବେଦନ ? ପ୍ରଥମ ଥର ସେୟାର କଲେ ତଥ୍ୟ

ମୁମ୍ବାଇ ୨୦।୮ : ଲକଡାଉନ୍ ସମୟରେ ଲୋକଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ସୁଦ୍‌ ଆଉ ପଛକୁ ଫେରି ଚାହିଁନାହାନ୍ତି । ଏହି ସାହାଯ୍ୟ ରାସ୍ତାରେ କ୍ରମାଗତ ଭାବରେ ଆଗକୁ ବଢ଼ି ବଢ଼ି ଚାଲିଛନ୍ତି। ଯେଉଁ ଯାତ୍ରା ପ୍ରବାସୀ ଶ୍ରମିକଙ୍କ ସହାୟତାରେ ଆରମ୍ଭ ହୋଇଥିବା ତାହା ବର୍ତ୍ତମାନ ଏତେ ବ୍ୟାପକ ହୋଇଛି ଯେ ସୋନୁ କେବଳ ଦେଶକୁ ନୁହେଁ ବରଂ ବିଦେଶରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି।

ସାହାଯ୍ୟ ପାଇଁ ସୋନୁଙ୍କୁ ପ୍ରତିଦିନ କେତେ ଲୋକ ସମ୍ପର୍କ ବା ଯୋଡ଼ି ହେଉଛନ୍ତି ଏହାର ଏକ ତଥ୍ୟ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି। ଯେଉଁ ସଂଖ୍ୟା ସେ ସେୟାର କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେବ।

ସୋନୁ ଲେଖିଛନ୍ତି ୧୧୩୭ ମେଲ୍‌, ୧୯୦୦୦ ଫେସବୁକ୍‌ ମେସେଜ୍‌, ୪୮୧୨ ଇଂଷ୍ଟା ମେସେଜ୍‌ ଏବଂ ୬୭୪୧ ଟ୍ବିଟର ମେସେଜ୍‌ ରହିଛି। ଏହା ଆଜିର ସାହାଯ୍ୟ ମେସେଜ୍। ହାରାହାରି ଦେଖିବା ତ ପ୍ରତିଦିନ ପ୍ରାୟ ଏତିକି ସଂଖ୍ୟାରେ ରିକ୍ବେଷ୍ଟ ଆସିଛି। ଯେଉଁଥିରେ ଲୋକମାନେ ସାହାଯ୍ୟ ମାଗୁଛନ୍ତି। ଜଣେ ମଣିଷ ହିସାବରେ ଏହା ଅସମ୍ଭବ କି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା। ତଥାପି ମୁଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପୂରା ଚେଷ୍ଟା କରିବି ବୋଲି ସୋନୁ କହିଛନ୍ତି।

ସୋନୁ ନିଜ ମେସେଜର ଶେଷରେ ଲେଖିଛନ୍ତି କି, କ୍ଷମା ଚାହୁଁଛି, ଯଦି ମୁଁ ଆପଣଙ୍କ ମେସେଜ ଦେଖିପାରିନଥିବି। ସୋନୁ ଲକଡାଉନ ସମୟରେ ହଜାର ହଜର ପ୍ରବାସୀ ଲୋକଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। ଏହା ଉପରେ ସେ ଗୋଟିଏ ବହି ଲେଖିଛନ୍ତି। ଯାହା ଖୁବ୍‌ ଶୀଘ୍ର ମାର୍କେଟରେ ଉପଲବ୍ଧ ହେବ।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ