PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆପାର୍ଟମେଣ୍ଟ, କଲୋନିରେ କୋଭିଡ୍‌ କେୟାର ହୋମ୍‌ ପାଇଁ ଏସ୍‌ଓପି : ଅଲଗା ରହିବେ ସନ୍ଦିଗ୍ଧ ଓ ସଂକ୍ରମିତ

ଭୁବନେଶ୍ୱର,୧୯।୮: ଘରୋଇ ଓ ସରକାରୀ ଆପାର୍ଟମେଣ୍ଟ ଓ କଲୋନୀରେ ୨୦ ଶଯ୍ୟାର କୋଭିଡ୍‌ କେୟାର ହୋମ୍‌(ସିସିଏଚ୍‌) ଖୋଲି ହେବ । ସଂପୃକ୍ତ ସୋସାଇଟି ଓ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍‌(ଆରଡବ୍ଲୁଏ) ଏହାକୁ ପରିଚାଳନା କରିବ । ଏହି ସିସିଏଚ୍‌ ପରିଚାଳନା ନେଇ ବିଏମ୍‌ସି ବିସ୍ତୃତ ଏସ୍‌ଓପି ଜାରି କରିଛି । ସିସିଏଚ୍‌ରେ ସମସ୍ତ କରୋନା ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ଅଲଗା ଅଲଗା ରଖାଯିବ । ଉଭୟ ସନ୍ଦିଗ୍ଧ ଓ ସଂକ୍ରମିତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ରହିବ । ପ୍ରତି ୧୦ଜଣ ରୋଗୀଙ୍କ ପାଇଁ ଗୋଟିଏ ଶୌଚାଳୟ ବ୍ୟବସ୍ଥା ହେବ ।

ସେହିଭଳି କମ୍ୟୁନିଟି ହଲ୍‌ ବା କମନ୍‌ ୟୁଟିଲିଟି ଏରିଆରେ ଏହି ସିସିଏଚ୍‌ କାର୍ଯ୍ୟକ୍ଷମ ହୋଇପାରିବ । ପ୍ରତି ବେଡ୍‌ ଭିତରେ ୬ ଫୁଟର ବ୍ୟବଧାନ ରହିବ । ସିସିଏଚ୍‌କୁ ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ ରଖାଯିବ । ରୁମ୍‌ ଭିତରୁ ଯେଭଳି ବାୟୁ ଚଳାଚଳ ସୁବିଧାରେ ହେବ ଏହାକୁ ନଜର ଦେବାକୁ କୁହାଯାଇଛି । ସିସିଏଚ୍‌ରେ ଏସି ଲଗାଇବାକୁ ହେଲେ ସିପିଡବ୍ଲୁଡିର ଗାଇଡଲାଇନ୍‌ ଅନୁକରଣ କରିବାକୁ ପଡିବ । ଏସିର ତାପମାତ୍ରା ୨୪ରୁ ୩୦ଡିଗ୍ରୀ ସେଲସିୟସ୍‌ ଭିତରେ ରହିବ । ସେହିଭଳି ଆର୍ଦ୍ରତା ୪୦ରୁ ୭୦ପ୍ରତିଶତ ଭିତରେ ରଖିବାକୁ କୁହାଯାଇଛି । କୋଠରୀକୁ ବନ୍ଦ ନକରି ଯେତେ ସମ୍ଭବ ପ୍ରାକୃତିକ ବାୟୁ ଚଳାଚଳକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ସିସିଏଚ୍‌କୁ ଆଇସୋଲେସନ୍‌ ଏରିଆ ବୋଲି ଚିହ୍ନିତ କରାଯିବ । ଏଥିପାଇଁ ଆଖପାଖରେ ଭଲରେ ଦୃଶ୍ୟମାନ ହେବା ଭଳି ସାଇନେଜ୍‌ ଲଗାଇବାକୁ ସଂପୃକ୍ତ ଆବାସିକ ଉନ୍ନୟନ ସଂଘ ବା ହାଉସିଂ ସୋସାଇଟିକୁ କୁହାଯାଇଛି । ଏଠାରେ ରହୁଥିବା ସମସ୍ତଙ୍କୁ ଟ୍ରିପଲ ଲେୟାର ମାସ୍କ ଦିଆଯିବ । ତେବେ ପରିବାର ଲୋକେ ଡିସପୋଜେବଲ୍‌ ପ୍ଲେଟ୍‌ରେ ଆଣି ଏଠାରେ ଖାଦ୍ୟ ଦେବେ । ଏଠାରେ ବ୍ୟବହୃତ ସମସ୍ତ ସାଧାରଣ ଯନ୍ତ୍ରାଂଶ ଓ ମେଡିକାଲ ଯନ୍ତ୍ରାଂଶକୁ ବାରମ୍ବାର ସାନଟାଇଜ୍‌ କରାଯିବ । କୌଣସ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ସଂକ୍ରମଣ ରୋକିବାକୁ ଏହି ଅଞ୍ଚଳକୁ ଦିନକୁ ତିନି ଥର ବିଶୋଧନ କରାଯିବ । କୋଭିଡ୍‌ କେୟାର ହୋମ୍‌ରୁ ବାହାରୁଥିବା ଆବର୍ଜନାକୁ ସ୍ୱତନ୍ତ୍ର ହଳଦିଆ ଡଷ୍ଟବିନ୍‌ରେ ରଖାଯିବ । ବାୟୋମେଡିକାଲ ବର୍ଜ୍ୟ ଗାଇଡଲାଇନ୍‌ ଅନୁସାରେ ଏହି ଆବର୍ଜନା ସଂଗ୍ରହ ଓ ଟ୍ରିଟମେଣ୍ଟ ହେବ । ବିଏମ୍‌ସି ଏହି ଆବର୍ଜନାକୁ ନିଜ ଖର୍ଚ୍ଚରେ ସିସିଏଚ୍‌ରୁ ସଂଗ୍ରହ କରିବ ବୋଲି ଏସ୍‌ଓପିରେ ଉଲ୍ଲେଖ ଅଛି । ସିସିଏଚ୍‌ ପାଇଁ ଏସଓପି ମୁତାବକ ପର୍ଯ୍ୟାପ୍ତ ସୁବିଧା ଅଛି କି ନା, ତାକୁ ଯାଞ୍ଚ କରିବା ପରେ ଯାଇ ଏହାକୁ କାର୍ଯ୍ୟକ୍ଷମ ପାଇଁ ବିଏମ୍‌ସି ଅନୁମତି ଦେବ । ରାପିଡ୍‌ ରେସପନ୍ସ ଟିମ୍‌ ଓ ବିଏମ୍‌ସି ଜୋନାଲ ଡେପୁଟି କମିଶନରମାନେ ନିୟମିତ ସିସିଏଚ୍‌କୁ ଅନୁଧ୍ୟାନ କରିବେ । ଏସଓପିର ନ ମାନିଲେ ଏହାକୁ ତତ୍କାଳ ବନ୍ଦ କରି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ସିସିଏଚ୍‌ରେ ଏମାନେ ରହିପାରିବେ…
କୋଭିଡ୍‌ କେୟାର ହୋମ୍‌ ବା ସିସିଏଚ୍‌ରେ କରୋନା ଲକ୍ଷଣ ଥିବା ସନ୍ଦିଗ୍ଧ ରହିପାରିବେ । ଏହାଛଡା ନମୁନା ପଜିଟିଭ୍‌ ଆସିଥିବା ଓ ଲକ୍ଷଣ ନଥିବା ରୋଗୀ, କମ୍‌ ଲକ୍ଷଣ ଥିବା ରୋଗୀ ଏଠାରେ ରହିପାରିବେ । ସେମାନଙ୍କ ଜରୁରୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ରହିବେ ଓ ଜଣେ କେୟାର ଗିଭର ମଧ୍ୟ ନିୟୋଜିତ ହେବେ । ନିଜ ଆପାର୍ଟମେଣ୍ଟ ପରିସରରେ ରହିଲେ ସେମାନେ ମାନସିକ ସ୍ଥିତି ଭଲ ରହିବା ସହ କୋଭିଡ୍‌ କେୟାର ସେଣ୍ଟର ଉପରେ କମ୍‌ ଚାପ ପଡିବ । ଏହି ଉଦ୍ଦେଶ୍ୟରେ କୋଭିଡ୍‌ କେୟାର ହୋମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି ବିଏମ୍‌ସି କମିଶନର କହିଛନ୍ତି । ତେବେ ୬୦ବର୍ଷ ବୟସରୁ ଅଧିକ, ୧୦ବର୍ଷ ବୟସରୁ କମ୍‌, ଗର୍ଭବତୀ ମହିଳା ଓ ଗୁରୁତର ରୋଗରେ ପୀଡିତ ଏଠାରେ ରହିପାରିବେନି । ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ବା କୋଭିଡ୍‌ କେୟାର ସେଣ୍ଟରକୁ ପଠାଯିବ ।