PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସୋର ଆଇନଜୀବୀଙ୍କୁ ମାଡ଼ ମାମଲା – ସସ୍‌ପେଣ୍ଡ ହେଲେ ଏଏସ୍‌ଆଇ, କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ହଟିଲା

Clenched fist held in protest vector illustration. Panoramic


ବାଲେଶ୍ୱର (ଆ.ପ୍ର): ବାଲେଶ୍ୱର ଜିଲ୍ଲା ସୋର ଆଇନଜୀବୀ ଧୀରେନ୍ଦ୍ର କୁମାର ଦାସଙ୍କ ଉପରେ ପୁଲିସ୍‌ ଆକ୍ରମଣକୁ ପ୍ରତିବାଦ କରି ବିଭିନ୍ନ ବାର୍‌ ଆସୋସିଏସନ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ପରିସମାପ୍ତି ଘଟିଛି । ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଳାର ବିଭିନ୍ନ ବାର୍‌ ଆସୋସିଏସନ କର୍ମକର୍ତ୍ତା କୋର୍ଟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଆକ୍ରମଣକାରୀ ପୁଲିସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଓଡ଼ିଶା ପୁଲିସ୍‌ର ଜିଲ୍ଲା ଗୁଇନ୍ଦା ବିଭାଗ (ଡିଆଇବି) ପକ୍ଷରୁ ସ୍ପଷ୍ଟ କରାଯିବା ପରେ ବାର୍‌ ଆସୋସିଏନ କର୍ମକର୍ତ୍ତାଆନ୍ଦୋଳନରୁ ଓହରି ଯାଇଥିଲେ ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ବାଲେଶ୍ୱର ବାର୍‌ ଆସୋସିଏସନ ସମ୍ପାଦକଙ୍କୁ ଡିଆଇବି ପକ୍ଷରୁ ଏକ ଚିଠି ମିଳିଥିଲା । ଚିଠି ଅନୁଯାୟୀ, ଗତ ମାସ ୪ ତାରିଖ ସୋର >ଥାନାରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ପକ୍ଷରୁ ନୟାପଲ୍ଲୀ ଥାନାର ଏଏସ୍‌ଆଇ ବି.କେ ବାର୍ଲାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଏହି ଘଟଣାରେ ଜଡ଼ିତ ଥିବା ସୋର ଥାନା ଏସ୍‌ଆଇ ସି.ଏସ୍‌ ମହାନ୍ତିଙ୍କୁ ଗତ ୨ ତାରିଖରେ ନିଲମ୍ବିତ କରାଯାଇଛି । କେବଳ ଏତିକି ନୁହେଁ, ସୋର ଥାନାର ତତ୍କାଳୀନ ଆଇଆଇସି ମଧୁମିତା ମହାନ୍ତିଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଏହା ବ୍ୟତୀତ ଘଟଣା ଦିନ ଡିସିଓ ଥିବା ସୋର ଥାନାର ଏସ୍‌ଆଇ ଏ.କେ ମହାନ୍ତିଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଡିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଡିଆଇବି ପକ୍ଷରୁ ଏଭଳି ସୂଚନା ମିଳିବା ପରେ ବୁଧବାର ଆଇନଜୀବୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ବାଲେଶ୍ୱର ଜିଲ୍ଲା ଓକିଲ ସଂଘର ୫ନଂ ହଲ୍‌ରେ ବସିଥିଲା । ବୈଠକରେ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି, ସୋର, ବସ୍ତା ଓକିଲ ସଂଘର ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ସମସ୍ତଙ୍କ ସର୍ବସମ୍ମତିକ୍ରମେ ଧାରଣା ପ୍ରତ୍ୟାହୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବାଲେଶ୍ୱର ବାର୍‌ ଆସୋସିଏସନ ସମ୍ପାଦକ ସମ୍ବିତ୍‌ ନନ୍ଦୀ ସୂଚନା ଦେଇଥିଲେ । ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶାର ବହୁ ଓକିଲ ସଂଘ ପ୍ରତିବାଦ ସୂଚକ ଧାରଣା, ବିକ୍ଷୋଭ, ଶୋଭାଯାତ୍ରା, ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଆଇନଜୀବୀଙ୍କ ନ୍ୟାଯ୍ୟ ଦାବି ତଥା ପୁଲିସର ଆତଙ୍କରାଜ ବିରୋଧରେ ସ୍ୱରୋତ୍ତୋଳନ କରିଥିଲେ ।

ଗତମାସ ୪ ତାରିଖ ରାତି ୩ଟା ବେଳେ ସୋରର ଆଇନଜୀବୀ ଧୀରେନ୍ଦ୍ର କୁମାର ଦାସ ସୋରସ୍ଥିତ ନିଜ ଭଡ଼ା ଘରେ ଥିଲେ । ଏତିକିବେଳେ କୌଣସି ମାମଲାରେ ଭୁବନେଶ୍ୱର ନୟାପଲ୍ଳୀ ଥାନା ପୁଲିସ ଆସି ତାଙ୍କ ଘରେ ପହଞ୍ଚି ତାଲା କାଟି ବେଆଇନ ଭାବେ ପ୍ରବେଶ କରିଥିଲା । ତାଙ୍କ ବଢ଼ିଲା ପୁଅ, ଝିଅ, ସ୍ତ୍ରୀ ସାମ୍ନାରେ ନୟାପଲ୍ଲୀ ଥାନା ଏଏସ୍‌ଆଇ ବି.କେ. ବାର୍ଲାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ପୁଅକୁ ମଧ୍ୟ ପିଟିଥିଲେ । ସେଠାରୁ ଶ୍ରୀ ଦାସଙ୍କୁ ଟେକି ନେଇ ସୋର ଥାନାରେ ମଧ୍ୟ ମାଡ଼ ମାରି ଚେତାଶୂନ୍ୟ କରି ଦେଇଥିଲେ । ଏହାର ପ୍ରତିବାଦରେ ଜିଲ୍ଲାର ଜଳେଶ୍ୱର, ବାଲେଶ୍ୱର, ବସ୍ତା, ନୀଳଗିରି, ସୋର ଓକିଲ ସଂଘର ସଭାପତି, ସମ୍ପାଦକଙ୍କୁ ନେଇ ଏକ ଷ୍ଟିଏରିଂ କମିଟି ଗଠିତ ହୋଇଥିଲା ।

କମିଟିର ନିଷ୍ପତ୍ତିକ୍ରମେ ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଏସ୍‌ପି, ଆଇଜି, ପୁଲିସ ଡିଜି, ଓଡ଼ିଶା ହାଇକୋର୍ଟ, ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର ପୁଲିସ୍‌ର କାର୍ଯ୍ୟାନୁଠାନର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ସୋର ଓକିଲ ସଂଘ ପକ୍ଷରୁ ଗତମାସ ୨୬ ତାରିଖଠାରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ପରେ ଗତମାସ ୨୯ ତାରିଖରୁ ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌, ନୀଳଗିରି ସବ୍‌ଜଜ୍‌, ସୋର ସବ୍‌ଜଜ୍‌, ଜଳେଶ୍ୱର ସବ୍‌ଜଜ୍‌, ବସ୍ତା ଜେଏମ୍‌ଏଫ୍‌ସିଙ୍କ ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ସଂପୃକ୍ତ ବାର୍‌ ଆସୋସିଏସନ୍‌ ଆହ୍ୱାନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ।