ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ନୂଆଦିଲ୍ଲୀ୩୦/୧୦: ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଏଣିକି ଆଖପାଖର ଶବ୍ଦ ଶୁଣିବାରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଭାରତୀୟ ବଂଶୋଦ୍ଭବ ଜଣେ ବୈଜ୍ଞାନିକଙ୍କ ସମେତ କିଛି ଗବେଷକମାନେ ଏକ ସାଉଣ୍ଡ ୱାଚ୍‌ ବିକଶିତ କରିଛନ୍ତି । ଏହା ଏକ ସ୍ୱାର୍ଟୱାଚ୍‌ ଆପ୍‌, ଯାହା ଶ୍ରବଣ ସମସ୍ୟାଯୁକ୍ତ କିମ୍ବା ବଧିର ବ୍ୟକ୍ତିଙ୍କ ପାଇଁ ସହାୟକ ହୋଇପାରିବ । ଫୋନ୍‌ କଲ୍‌, ସ୍ୱାସ୍ଥ୍ୟ ସତର୍କତା ଏବଂ ପ୍ୟାକେଜ୍‌ ଡେଲିଭରି ଭଳି ଚତୁପାଶ୍ୱର୍ର କାର୍ଯ୍ୟକଳାପ ବିଷୟରେ ସୂଚନା ଦେବାର ଏହା ଏକ ସ୍ମାର୍ଟ ପଦ୍ଧତି । ସାଇରନ୍‌, ମାଇକ୍ରୋୱେଭ୍‌ ବିପ୍‌, ଚଢ଼େଇ ବୋବାଇବା ଆଦି ଶବ୍ଦ ଏହି ସ୍ମାର୍ଟ ୱାଚ୍‌ ଚିହ୍ନଟ କରେ ।ଏ ବିଷୟରେ ସୂଚନା ଦେବା ସହିତ ଆବଶ୍ୟକ କାମ ପୂରଣ କରିବା ନିମନ୍ତେ ଏହି ଟେକ୍ନୋଲୋଜି ୟୁଜର୍‌ଙ୍କୁ ସଙ୍କେତ ଦିଏ।

ଉଦାହରଣ ସ୍ୱରୂପ, ମାଇକ୍ରୋୱେଭ୍‌ରୁ ଖାଦ୍ୟ ବାହାର କରିବା ନିମନ୍ତେ ଯେଉଁ ବିପ୍‌ ଶବ୍ଦ ହୁଏ, ଏହି ସ୍ମାର୍ଟ ୱାଚ୍‌ ତାହା ସୂଚନା ଦେବ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍‌ ୱାଶିଂଟନ୍‌ର ଗବେଷକ ତଥା ଅଧ୍ୟୟନର ଲେଖକ ଧ୍ରୁବ ଜୈନ କହିଛନ୍ତି । ଏହି ଉପକରଣ ଶ୍ରବଣଶକ୍ତି ହରାଇଥିବା ଲୋକଙ୍କ ଅନୁଭୂତି ବଢ଼ାଇବା ସହିତ ବିଶ୍ୱ ସହ ସେମାନଙ୍କୁ ଅଧିକ ଯୋଡ଼ି ରଖିବାରେ ସହାୟକ ହେବ । ଚଢ଼େଇଙ୍କ କଳରବ, ଝରଣାର କଳକଳ ଶବ୍ଦ ଜାଣିବା ପାଇଁ ଧ୍ରୁବ ଏହି ଘଡ଼ିର ପ୍ରୋଟୋଟାଇପ୍‌କୁ ବ୍ୟବହାର କରୁଥିବା କଥା କହିଛନ୍ତି । ଶବ୍ଦ ଶୁଣିବାକୁ ବ୍ୟାକୁଳ ହେଉଥିବା ବଧିର ବ୍ୟକ୍ତିଙ୍କ ପାଇଁ ଏହି ସାଉଣ୍ଡ ୱାଚ୍‌ ସହାୟକ ହୋଇପାରିବ ବୋଲି ସେ ଆଶାବାଦୀ । ଅଧିକାଂଶ ସ୍ମାର୍ଟୱାଚ୍‌ର ଷ୍ଟୋରେଜ୍‌ ଶକ୍ତି ଓ ପ୍ରୋସେସିଂ ଦକ୍ଷତା ସୀମିତ ଥିବାରୁ ଉକ୍ତ ସାଉଣ୍ଡ ୱାଚ୍‌ରନିର୍ମାଣକାରୀ ଟିମ୍‌ ଏକ ପଦ୍ଧତି ବିକାଶରେ ସର୍ବାଧିକ ଫୋକସ୍‌ କରିଥିଲେ, ଯାହା ଘଡ଼ିର ବ୍ୟାଟେରି ଅଧିକ ଖର୍ଚ୍ଚ କରିବ ନାହିଁ ଏବଂ ଦ୍ରୁତ ଓ ସଠିକ୍‌ ସେବା ପ୍ରଦାନ କରିବ । ପରୀକ୍ଷା ପରେ ଏହି ସାଉଣ୍ଡ ୱାଚ୍‌ ଆପ୍‌ ବେଶ ଦରକାରୀ ବୋଲି ଗବେଷକମାନେ ଜାଣିବାକୁ ପାଇଥିଲେ ।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ