ବାପାଙ୍କ ମୃତ୍ୟୁପରେ ସିରାଜ ନେଲେ ଏଭଳି ପଦକ୍ଷେପ, ସୌରଭ ଗାଙ୍ଗୁଲି କଲେ ପ୍ରଶଂସା

ସିଡନୀ,୨୧/ ୧୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ। ଭାରତୀୟ ସୀମିତ ଓଭର କ୍ରିକେଟ ଟିମରେ ସ୍ଥାନ ପାଇଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତାଙ୍କ ପରଲୋକ ହୋଇଛି। ଶୁକ୍ରବାର ଦିନ ତାଙ୍କ ବାପାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଥିବା ଖବର ଜାଣିଥିଲେ ମହମ୍ମଦ ସିରାଜ। ଏଭଳି ଦୁଃଖଦ ସ୍ଥିତିରେ ସିରାଜଙ୍କୁ ଭାରତ ଫେରି ଯିବାକୁ ମଧ୍ୟ ବସିସିଆଇ ପକ୍ଷରୁ ତାଙ୍କୁ ବିକଳ୍ପ ଦିଆଯାଇଥିଲା। ହେଲେ ସେ ମନା କରି ଦେଇଥିଲେ ଓ ଜାତୀୟ କର୍ତ୍ତବ୍ୟକୁ ଛାଡ଼ଯିବି ନାହିଁ ବୋଲି ସିରାଜ କହିଥିଲେ। ଏନେଇ ବିସିସିଆଇ ସଚିବ ଜୟ ଶାହ କହିଥିଲେ।

ଅପରପକ୍ଷେ ସିରାଜଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ଅଧ୍ୟକ୍ଷ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ଦୁଃଖଦ ପରିସ୍ଥିତିରେ ଯେଉଁଭଳି ଭାବେ ସିରାଜ ଦୃଢ଼ ମାନସିକତା ଦେଖାଇଛନ୍ତି ତାହାକୁ ମୁଁ ସଲାମ କରୁଛି। ସିରାଜଙ୍କ ଏଭଳି ସମୟରେ ବିସିସିଆଇ ସମର୍ଥନ କରିବ।

ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ମହମ୍ମଦ ସିରାଜଙ୍କ ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବା ପାଇଁ ଦୃଢ଼ ମନେବଳ ହେଉ। ମୁଁ ତାଙ୍କର ସଫଳତା କାମନା କରୁଛି। ବିରଳ ବ୍ୟକ୍ତିତ୍ବ ବୋଲି ଗାଙ୍ଗୁଲି କହିଛନ୍ତି।

ସୂଚନାଥାଉକି, ସିରଜାଙ୍କ ପିତା ମହମ୍ମଦ ଗୋସ ଜଣ ଅଟୋ ଡ୍ରାଇଭର ଥିଲେ। କିନ୍ତୁ ସିରାଜଙ୍କ ପିତାଙ୍କ ଇଚ୍ଛା ଥିଲା ପୁଅ ବଡ଼ ହୋଇ କ୍ରିକେଟର ହେଉ। ଏଥିପାଇଁ ସିରାଜଙ୍କ ବାପା ତାଙ୍କର ସବୁ ଇଚ୍ଛା ପୂରଣ କରିଥିଲେ। ସିରାଜ ମଧ୍ୟ ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ବହୁ ଉଦ୍ୟମ କରୁଥିଲେ। ଝାଳବୁହା ପ୍ରାକ୍ଟିସ୍‌ କରୁଥିଲେ ସେ। ଏପରିକି ରାତିରେ କେବେ କେବେ ସୁବିଧା ମିଳିଲେ ସେ ପ୍ରାକ୍ଟିସ୍‌ କରିବାକୁ ଯାଉଥିଲେ। ସିରଜା ୭ମ ଶ୍ରେଣୀରେ ପଢ଼ିବା ସମୟରେ କ୍ରିକେଟ ଖେଳିବା ଆରମ୍ଭ ରକିଥିଲେ। ପରେ ସେ ଫାଷ୍ଟ କ୍ଲାସ୍‌ କ୍ରିକେଟ ଖେଳିଥିଲେ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଫଳରେ ୨୦୧୭ ମସିହାରେ ତାଙ୍କୁ ହାଇଦ୍ରବାଦ୍‌ ଟିମ୍‌ ୨.୬ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ