PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଦୀର୍ଘ ବର୍ଷ ପରେ ମନର ଯନ୍ତ୍ରଣାକୁ ଖୋଲିଲେ ଗାଙ୍ଗୁଲି, କହିଲେ- ୨୦୦୫ରେ ସବୁଠାରୁ ବଡ଼ ଝଟକା ଲାଗିଥିଲା

ନୂଆଦିଲ୍ଳୀ,୭।୪: ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟରେ ପରିବର୍ତ୍ତନର ରୂପ ଭାବରେ ଜଣାଯାଏ। ତାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଦେଶ ମାଟିରେ ଜିତିବାର ରେକର୍ଡ ପରେ ରେକର୍ଡ କରିଥିଲା।  ଆଜି ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ବରେ ତାହା ଜାରି ରହିଛି।  କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଗାଙ୍ଗୁଲୀ ନିଜର କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରିଥିଲେ। ସେ ଏସବୁ କଥାର ଖୁଲାସା ମଧ୍ୟ କରିଛନ୍ତି। ଗାଙ୍ଗୁଲିଙ୍କ କହିବା ଅନୁସାରେ, ୨୦୦୫ ରେ ଯେତେବେଳେ ତାଙ୍କୁ ଅଧିନାୟକତ୍ବ ପଦରୁ ହଟାଇବା ପରେ ଦଳରୁ ବାହାର ହେବାକୁ ପଡିଥିଲା, ତାହା ତାଙ୍କ ପାଇଁ ବଡ ଝଟକା ଥିଲା। ତାଙ୍କ ମତରେ ଜୀବନରେ କୌଣସି ଜିନିଷକୁ ଗ୍ୟାରେଣ୍ଟି ଦେଇ ହେବନି ଓ ଆପଣଙ୍କୁ ସବୁବେଳେ ଚାପ ସହିବାକୁ ପ୍ରସ୍ତୁତ ରହିବା ଦରକାର।

ଏକ ଅନଲାଇନ୍ ପ୍ରମୋସନାଲ ଇଭେଣ୍ଟରେ ଗାଙ୍ଗୁଲି କହିଛନ୍ତି, ଆପଣଙ୍କୁ ଜୀବନରେ ଏଭଳି ଖରାପ ସ୍ଥିତିର ସମ୍ମୁଖୀନ କରିବାକୁ ହେବ। ଏହା ଆପଣଙ୍କ ମାନସିକତା କେତେ ଦୃଢ ଏହା ତାକୁ ଦର୍ଶାଇଥାଏ। ଖେଳ, ବ୍ୟବସାୟ କିମ୍ବା ଅନ୍ୟ କିଛି ଦିଗ ହେଉ ପଛେ,  ଜୀବନର କୌଣସି ଭରସା ନାହିଁ। ଆପଣଙ୍କୁ ପ୍ରତି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ରହିବା ଦରକାର। ପ୍ରତ୍ୟେକ ମଣିଷ ଜୀବନରେ ଚାପ  ରହିଥାଏ। ସେଥିପାଇଁ ଚାପର ସମ୍ମୁଖୀନ କରି ଏହା ସହ ଲଢେଇ କରିବାକୁ ପଡିଥାଏ।

ଏହାପରେ ସେ ଆହୁରି କହିଛନ୍ତି ଯେ, ଆପଣ ଯେତେବେଳେ ପ୍ରଥମ ଟେଷ୍ଟ ଖେଳନ୍ତି ନିଜ ସହିତ ଦୁନିଆକୁ ଏହା ମଧ୍ୟ ପ୍ରମାଣିତ କରିବାକୁ ପଡିଥାଏ ଯେ, ଆପଣ ଏହି  ମଞ୍ଚ ପାଇଁ ହୋଇଛନ୍ତି। କିଛି ମ୍ୟାଚ୍ ଖେଳିବା ପରେ ଯେତେବେଳେ  ଭଲ ଖେଳନ୍ତି ପ୍ରଶଂସା ଥାଏ। ଟିକେ ବି ଭୁଲ ହୋଇଗଲେ କିମ୍ବା ଖରାପ ଖେଳିଲେ ସମାଲୋଚନା ଆରମ୍ଭ ହୋଇଯାଏ। ଏହା ଯେ କୌଣସି ଖେଳାଳୀର ଜୀବନରେ ଦୀର୍ଘ ସମୟ ଧରି ଚାଲିଥାଏ ବୋଲି ସେ  କହିଛନ୍ତି। ଉଲ୍ଲେଖନୀୟ ଯେ, ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ଟେଷ୍ଟ, ଓ୍ବାନଡେକୁ ମିଶାଇ ମୋଟ ୧୯୬ଟି ମ୍ୟାଚ୍ ଖେଳିଛି। ସେଥିରୁ ୯୭ ଟିରେ ଜିତିଥିବା ବେଳେ ୭୯ଟି ମ୍ୟାଚରେ ହାରିଛି।

ସମ୍ବନ୍ଧିତ ଖବର