ବିବାହ ପରେ ଦ୍ୱିତୀୟ ହିରୋଇନ୍ଙ୍କ ସହ କାମ କରିବେନି ବରୁଣ ଧୱନ ! ଚର୍ଚ୍ଚାରେ ଅଭିନେତ୍ରୀଙ୍କ କମେଣ୍ଟ …

ମୁମ୍ୱାଇ – ବଲିଉଡ୍ ହାଣ୍ଡସମ୍ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କର ବିବାହ ଏବେ ବହୁତ ଚର୍ଚ୍ଚାରେ ରହିଛି । ସାରା ଦେଶରେ ସେଲେବ୍ରିଟି ଓ ପ୍ରଶଂସକମାନେ ତାଙ୍କୁ ବିବାହର ଶୁଭେଚ୍ଛା ଓ ଶୁଭ କାମନା ଦେଉଛନ୍ତି । ସାଉଥ୍ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ ମଧ୍ୟ ବରୁଣ ଓ ନତାଶାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ସବୁଠୁ ମଜାର କଥା ହେଲା ଶ୍ରଦ୍ଧାଙ୍କର ଶୁଭେଚ୍ଛା ଦେବାର ଉପାୟ କିଛି ଅଲଗା ପ୍ରକାରର ଥିଲା । ସେ ସାରକାଷ୍ଟିକ୍ ଅନ୍ଦାଜରେ ବରୁଣ ଓ ନତାଶାଙ୍କୁ ଶୁଭକାମନା ଜଣାଇଛନ୍ତି ।
ମୁଁ ମରିବାକୁ ଚାହେଁ… ଆତ୍ମହତ୍ୟାର ୬ ମାସ ପୂର୍ବରୁ କହିଥିଲେ ଏହି ଅଭିନେତ୍ରୀ ! ରହସ୍ୟରେ ମୃତ୍ୟୁ
ଶ୍ରଦ୍ଧା ଲେଖିଛନ୍ତି – ଏହି କଥାର ଅବଶୋଷ ଯେ , ଆମେ ତାଙ୍କୁ ଆଉ ଦ୍ୱିତାୟ ଥର ସ୍କ୍ରିନରେ ଦେଖିପାରିବୁନି । ଏହା ଯେ ତାଙ୍କ ଶ୍ୱଶୂର ଘର ଲୋକେ ତାଙ୍କୁ ଏବେ ଆଉ କୌଣସି ହିରୋଇନ୍ଙ୍କ ସହ କାମ କରିବାକୁ ଦେଖିପାରିବେ ନାହିଁ । ହୋଇପାରେ ସେ ଏବେ ମେଲ୍ ଓରିଏଣ୍ଟେଡ୍ ଫିଲ୍ମ କରନ୍ତୁ। ହେଲେ ସେ କେମିତି ତାଙ୍କର ପର୍ସନାଲ ଲାଇଫ୍ ଓ ୱାର୍କ ଲାଇଫ୍ରେ ବାଲାନ୍ସ ରଖିପାରିବେ । ମୁସ୍କିଲ ଅଟେ। ତାଙ୍କୁ ମିସ୍ କରିବୁ ।

ଶ୍ରଦ୍ଧା ଶ୍ରୀନାଥଙ୍କର ଏହି ଅନ୍ଦାଜର କଥା ଅଜବ ନିଶ୍ଚୟ , ହେଲେ ଲୋକଙ୍କର ଧ୍ୟାନ ଆକର୍ଷଣ କରିଛି । ଆଉ ପ୍ରଶଂସକମାନେ ଖୁବ୍ ମଜା ନେଉଛନ୍ତି ଏହି କମେଣ୍ଟର ।