ପାକିସ୍ତାନ ଗସ୍ତ କରିବାକୁ ମନା କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍, ଜାଣନ୍ତୁ କାହିଁକି

ଜୋହାନସବର୍ଗ, ୧୪|୦୨: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛି। ଦଳ ଖେଳାଳିଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ଦର୍ଶାଇ ଭାରତ ଗସ୍ତ ପରେ ତିନୋଟି ଟି୨୦ କ୍ରିକେଟ୍ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରିଛି।

ଇଏସପିଏନ କ୍ରିକଇନଫୋ ମୁତାବକ, ଏହି ଗସ୍ତର ଆୟୋଜନ ପରେ କରାଯିବ ଯେତେବେଳେ ଉଭୟ ପାକ୍ ଓ ଦକ୍ଷିଣ ଆଫ୍ରିକା ପାଇଁ ଉପଯୁକ୍ତ ହେବ। ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ମାର୍ଚ୍ଚ ୧୨ରୁ ୧୮ ଯାଏଁ ତିନୋଟି ଦିନିକିଆ ମ୍ୟାଚ ଖେଳିବ।  ଏହି ସିରିଜ ପରେ ଦଳ ପାକିସ୍ତାନ ଗସ୍ତ କରିଥାନ୍ତା।

ଦଳ ଏବେ ଇଂଲଣ୍ଡ ସହ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ପରେ ଟି୨୦ ଖେଳୁଛି। ଏହାପରେ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ସେଠାରେ ଦିନିକିଆ ଓ ଟେଷ୍ଟ୍ ସିରିଜ ଖେଳିବ। ଏହି ସିରିଜର ଶେଷ ମ୍ୟାଚ ଓ ଭାରତ ଗସ୍ତ ମଧ୍ୟରେ ୭ ଦିନକୁ କମ ସମୟ ରହିଛି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ