ମେଗାଷ୍ଟାର ଚିରଞ୍ଜୀବୀ କରୋନା ସଂକ୍ରମିତ, ପୋଷ୍ଟ କରି ଦେଲେ ସୂଚନା

dnaindia
ନୂଆଦିଲ୍ଲୀ ୨୬/୦୧: କରୋନା ଭାଇରସର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ପ୍ରାୟ ସେଲିବ୍ରିଟି ସଂକ୍ରମିତ ହୋଇସାରିଲେଣି। ବର୍ତ୍ତମାନ ସାଉଥର ମେଗାଷ୍ଟାର ଚିରଞ୍ଜୀବୀ କରୋନା ସଂକ୍ରମିତ ହୋଇଛନ୍ତି।

ଅଭିନେତା ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି। ଚିରଞ୍ଜୀବୀ ଲେଖିଛନ୍ତି- ପ୍ରିୟ ପ୍ରଶଂସକ, ସମସ୍ତ ସତର୍କତା ସତ୍ତ୍ୱେ ମୋର କୋଭିଡ୍ ରିପୋର୍ଟ ପଜିଟିଭ୍ ହୋଇଛି। ଗତ ରାତିରୁ ମୁଁ ସାମାନ୍ୟ ଲକ୍ଷଣ ଅନୁଭବ କରୁଛି। ମୁଁ ଘରେ ଆଇସୋଲେସନରେ ରହିଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ।