ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ୟୁପିରେ ସପା-ଆପ୍‌ ମେଣ୍ଟ !

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ଉପଲକ୍ଷେ ସମାଜବାଦୀ ପାର୍ଟି ଓ ଆପ୍‌ ମଧ୍ୟରେ ମେଣ୍ଟ ହୋଇପାରେ । ଆପ୍‌ ନେତା ସଞ୍ଜୟ ସିଂହ ବୁଧବାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷେ୍ନøରେ ସାକ୍ଷାତ କରିବା ପରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।


ଦୁଇ ନେତାଙ୍କ ମଧ୍ୟରେ ବୈଠକ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା । ବୈଠକରେ ସେମାନେ ରାଜ୍ୟରୁ ବିଜେପିକୁ ମୂଳୋତ୍ପାଟନ କରିବା ନେଇ ଚର୍ଚ୍ଚା କରିଥିଲେ । ତେବେ ସେମାନଙ୍କ ମଧ୍ୟରେ ଆସନ ବୁଝାମଣା ସଂପର୍କରେ କିଛି ଆଲୋଚନା ହୋଇନଥିବା ଜଣାପଡ଼ିଛି । ସୂଚନାଥାଉକି, ଆଗାମୀ ବିଧାନସଭା ନିର୍ବାଚନ ଉପଲକ୍ଷେ ଅଖିଳେଶ ଆଞ୍ଚଳିକ ଦଳ ଓ ଛୋଟ ଦଳ ସହ ବୁଝାମଣା କରିବାକୁ ପ୍ରୟାସ କରୁଛନ୍ତି ।

ମଙ୍ଗଳବାର ସେ ଏ ନେଇ ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.