ସପନା ଚୌଧରୀଙ୍କ ଗୀତରେ ପୋଲିସ ଏସପି ଓ ଇନ୍ସପେକ୍ଟର ଧମାକାଦାର ଡ୍ୟାନ୍ସ, ୟୁଜର ଦେଲେ ଏଭଳି ପ୍ରତିକ୍ରିୟା

https://www.prabhatkhabar.com/
ନୂଆଦିଲ୍ଲୀ,୨୮।୨: ସୋସିଆଲ ମିଡିଆରେ ବହୁବାର ପୋଲିସର ଭିଡିଓ ଭାଇରାଲ ହୋଇଥାଏ। କେବେ ବି ନିଜର ଖରାପ ବ୍ୟବହାର ପାଇଁ ସମାଲୋଚିତ ହୋଇଥାନ୍ତି ତ ଆଉ ତେବେ ତାଙ୍କୁ ନିଜର ହୃଦୟସ୍ପର୍ଶୀ ବ୍ୟବହାର ପାଇଁ ଖୁବ୍ ପ୍ରଶଂସା ପାଇଥାନ୍ତି। ଏବେ ସୋସିଆଲ ମିଡିଆରେ ପୁଣିଥରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଓ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି। ଏହି ଭିଡିଓରେ ଏସପି ଓ ଆଉ ଜଣେ ଇନ୍ସପେକ୍ଟର ଡିଜେ ଫ୍ଲୋର ଉପରେ ହରିୟାଣୀ ଡ୍ୟାନ୍ସର ସପନା ଚୌଧରୀଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲେ।
That's @ipsvijrk Sir & me, after having his special #DulgonaAaluDumm. 😂😂 https://t.co/4qq8lnQ7VI
— Dipanshu Kabra (@ipskabra) February 26, 2021
ଆଇପିଏସ୍ ଦୀପାଂଶୁ କାବଡା ଡାକ୍ତର ମୋନିକା ସିଂଙ୍କ ଟୁଇଟକୁ କୋଟ କରି ଅତି ମଜାଳିଆ ଅନ୍ଦାଜରେ ଲେଖିଛନ୍ତି, ଡାଲଗୋନା ଆଳୁଦମ୍ ଖାଇବା ପରେ ଏଠାରେ ମୁଁ ଓ ଆଇପିଏସ୍ ଆରକେ ଭିଜ୍। ତେବେ ବହୁ ୟୁଜର ସତରେ ଏହା ଳସତ ଭାବିବସିଛନ୍ତି ଯେ, ଭିଡିଓରେ ଯିଏ ଡ୍ୟାନ୍ସ କରୁଛନ୍ତି ସେ ଦୀପାଂଶୁ କାବଡା ଓ ଆଇପିଏସ ଆରକେ ଭିଜ୍, କିନ୍ତୁ ଏଭଳି ନୁହେଁ। ନିଜେ ଦୀପାଂଶୁ କାବଡା ମଧ୍ୟ ଏହି ଟୁଇଟର ରିପ୍ଲାଇରେ ଏହା କହିଛନ୍ତି ଯେ, ଭିଡିଓରେ ସେ ନାହାନ୍ତି।
ଭିଡିଓରେ ଏସପି ଓ ଇନ୍ସପେକ୍ଟର ସପନା ଚୌଧରୀ ହରିୟାଣୀ ଗୀତ ‘ଗଜଗଣ ପାଣି ଲେ ଚଲି’ରେ ଡ୍ୟାନ୍ସ କରୁଛନ୍ତି। ଭିଡିଓ ସୋସିଆଲ ମିଡିଆ ୟୁଜର୍ସଙ୍କ ଡ୍ୟାନ୍ସ ଭିଡିଓ ଖୁବ୍ ଏଣ୍ଟରଟେନ୍ କରୁଛି। କିଛି ୟୁଜର କହୁଛନ୍ତି ପୋଲିସ ଅଧିକାରୀ ଓ ଯବାନଙ୍କୁ ମଧ୍ୟ ମସ୍ତିର ହକ୍ ରହିଛି। ସେଭଳି କିଛି ୟୁଜର୍ସ ପୋଲିସକର୍ମୀଙ୍କ ଫିଟନେସ୍ର ପ୍ରଶଂସା କରୁଛନ୍ତି।