PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମୋ ପ୍ରତି ଆତଙ୍କବାଦୀଙ୍କ ଭଳି ଆଚରଣ କରାଯାଉଛି: କାନ୍ଦି କାନ୍ଦି କହିଲେ ଏସ୍ପି ନେତା ଆଜମ୍ ଖାଁ

ରାମପୁର ୨୦।୪: ମୋ ପ୍ରତି ଯେମିତି ବ୍ୟବହାର କରାଯାଉଛି ସତେ ଯେମିତି ମୁଁ ଦେଶ ବିରୋଧୀ କିମ୍ବା ବିଶ୍ୱାସଘାତ। ବିଶ୍ୱର ଗୋଟାଏ କୁଖ୍ୟାତ ଆତଙ୍କବାଦୀଙ୍କ ଭଳି ସେମାନେ ମୋ ପ୍ରତି ବ୍ୟବହାର କରୁଛନ୍ତି। ଯଦି ତାଙ୍କ କ୍ଷମତା ଭିତରେ ଥାଆନ୍ତା ପ୍ରଶାସନ ମୋତେ ଗୁଳି ମାରି ହତ୍ୟା କରି ସାରନ୍ତାଣି ବୋଲି ଶୁକ୍ରବାର ଦିନ ରାମପୁର ଠାରେ ସର୍ବସାଧାରଣ ରାଲିରେ ଭାବବିହ୍ଵଳ ହୋଇ କହିଛନ୍ତି।

ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କ ତିନି ଦିନ ନିଷେଧାଦେଶରୁ ଜଣାପଡୁଛି ସେମାନେ କ’ଣ କରିବାକୁ ଚାହାନ୍ତି। ନିଷିଦ୍ଧ ସମୟରେ ମୁଁ କୁଆଡ଼େ ଯାଇ ପାରିଲି ନାହିଁ, କାହାକୁ ଭେଟି ପାରିଲି ନାହିଁ, କୌଣସି ରାଲି ଓ ସର୍ବସାଧାରଣ ସଭାରେ ଅଂଶଗ୍ରହଣ କରି ପାରିଲି ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ରାମପୁରକୁ ସେନାଛାଉଣୀ କରାଯାଇଛି। ରାମପୁରରେ ପ୍ରଶାସନ ଆତଙ୍କରାଜ ଚଳାଇଛି। ମୋତେ ଶ୍ରଦ୍ଧା କରୁଥିବା ଓ ମୋ ପତାକା ଲଗାଇଥିବା ଲୋକମାନଙ୍କ ଘରର ତାଲା ଭାଙ୍ଗା ଯାଇଛି ଓ ସେମାନଙ୍କ ପରିବାରର ମହିଳାମାନଙ୍କ ସହ ଦୁର୍ବ୍ୟବହାର କରାଯାଇଛି।

ଏପ୍ରିଲ୍‌ ୧୫ ତାରିଖ ଦିନ ଏକ ସର୍ବସାଧାରଣ ରାଲିରେ ଖାଁ ଜୟପ୍ରଦାଙ୍କ ବିରୋଧରେ ସମ୍ମାନହାନୀଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଉପରେ ନିଷେଧାଜ୍ଞା ଜାରି ହୋଇଥିଲା।