PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସ୍ପା’ରେ ଚାଲିଥିଲା ସେକ୍ସ ରାକେଟ୍, ‘ହାପି ଏଣ୍ଡିଂ’ କୋଡ୍ ଓ୍ବାର୍ଡ କହିବା ପରେ ହାଜର ହେଉଥିଲେ ‘କଲ୍ ଗର୍ଲ’

ଭୋପାଳ,୩୧।୧୨: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ  କ୍ରାଇମବ୍ରାଞ୍ଚ ସ୍ପା ଚଳାଉଥିବା କଲ୍ ଗର୍ଲ ଗୋଷ୍ଠୀଙ୍କର ପର୍ଦାଫାଶ କରିଛି। ପୋଲିସ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ୭ ଜଣ ଯୁବତୀ ଓ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେଠାରେ ସେକ୍ସ ରାକେଟ୍ ଓ ସ୍ପା ଚଳାଯାଉଥିଲା, ଯେଉଁଠି ଗ୍ରାହକଙ୍କ ଦ୍ବାରା ‘ହାପି ଏଣ୍ଡିଂ’ କୋଡ୍ ଓ୍ବାର୍ଡ କହିବା ନେଇ କଲ୍ ଗର୍ଲଙ୍କ ସୁବିଧା ମିଳୁଥିଲା।

ପୋଲିସର ସୂଚନା ଅନୁସାରେ, ସହରର ଅନେକ ସ୍ପାରେ ଅନୈତିକ କାମ ଚାଲୁଥିବାର ସୂଚନା ମିଳୁଛି। ଏହି କାରଣରୁ ସୋମବାର ବାଗ୍ ସେଭାନିୟା କ୍ଷେତ୍ରୀ ଶାଇନ୍ ସ୍ପା ସେଣ୍ଟରରେ ଚଢାଉ ବେଳେ ଯୁବତୀ ଓ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଧରାଯାଇଥିଲ। ସ୍ପା ସଞ୍ଚାଳକଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୋଲିସର ପଚରାଉଚରା ବେଳେ ଜଣାପଡିଥିଲା ଯେ,ସେଠାକୁ ଆସୁଥିବ ଗ୍ରାହକଙ୍କୁ ମନପସନ୍ଦର କଲଗର୍ଲ ଉପଲବ୍ଧ କରାଯାଇଥାଏ। କିନ୍ତୁ ଗୋଟିଏ ସର୍ତ୍ତ ରହୁଥିଲା ତାହା ହେଲା ତାକୁ ‘ହାପି ଏଣ୍ଡିଂ’ କୋଡ୍ ଓ୍ବାର୍ଡ କହିବାକୁ ପଡୁଥିଲା। ଏହି ସ୍ପା ସେଣ୍ଟରର ସମ୍ପର୍କ ଭୋପାଳ ବ୍ୟତୀତ ନାଗପୁର, ନାସିକ୍, ମୁମ୍ବାଇ, ଜଳଗାଓଁ ଓ ଇନ୍ଦୋର ସହିତ ଥିଲା। ସେଠାରୁ ଝିଅମାନଙ୍କୁ ଭୋପାଳ ସହିତ ଅନ୍ୟ ସ୍ଥାନକୁ ପଠାଯାଉଥିଲା ଓ ସେଠାରୁ ଏଠିକୁ ଆସୁଥିଲେ।

ପୋଲିସର ପଚରାଉଚରା ବେଳେ ଜଣାପଡିଥିଲା ଯେ, ଏହି ସ୍ପାକୁ ଆସୁଥିବା ଗ୍ରାହକ ଯଦି ‘ହାପି ଏଣ୍ଡିଂ’ କୋଡ୍ କୁହନ୍ତି ତେବେ ତାଙ୍କୁ ଦେହ ବ୍ୟାପାରରେ ସାମିଲ ଯୁବତୀଙ୍କୁ ଉପଲବ୍ଧ କରାଯାଇଥାଏ। କେବଳ ସେତିକି ନୁହେଁ ଗ୍ରାହକଙ୍କୁ ଏହା ମଧ୍ୟ ପଚରାଯାଇଥାଏ ଯେ, ତାଙ୍କୁ ସାଧାରଣ ମସାଜ କରିବାର ଅଛି ନା ‘ହାପି ଏଣ୍ଡିଂ’ ସାଧାରଣ ମସାଜ୍ କରିବାର ୧ ହଜାର ଓ ‘ହାପି ଏଣ୍ଡିଂ’ର ୫ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା।

ସ୍ପାକୁ ଆସୁଥିବା ଗ୍ରାହକ ନିଜର ପସନ୍ଦର ଝିଅକୁ ଚୟନ କରିବା ପାଇଁ ପ୍ରଥମେ ଆଲବମ୍ ଦେଖାଯାଉଥିଲା ଓ ଝିଅଙ୍କର ପସନ୍ଦ କରିବା ପରେ ରେଟ୍ ପ୍ରସ୍ତୁତ କରାଯାଉଥିଲା। ଯେଉଁମାନେ ନିୟମିତ ଗ୍ରାହକ ଥିଲେ, ତାଙ୍କୁ ହ୍ବାଟସଆପ୍ ଗ୍ରୁପ୍ ସହିତ ଯୋଡି ଦିଆଯାଉଥିଲା।