ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ନେଇ କଟକ ଛାତ୍ର କଂଗ୍ରେସର ବିକ୍ଷୋଭ

କଟକ ୧୪/୯ : ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏନେଇ ବିଭିନ୍ନ ଆଡୁ ବିରୋଧ ହେବା ପରେ ଆଜି କଟକ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମଧୁସୂଦନ ଆଇନ ମହାବିଦ୍ୟାଳୟ ସମ୍ମୁଖରେ ଇତିଶଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଜେକେବିକେ କଲେଜର ପୂର୍ବତନ ସଭାପତି ଜଗନ ସାହୁ ଓ କଂଗ୍ରେସ ଛାତ୍ରନେତା ସନ୍ଦିପ ବାରିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶ୍ରୀ ପ୍ରଧାନ ଦେଇଥିବା ମନ୍ତବ୍ୟ ମନଗଢ଼଼ା, କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ ହୋଇଛି । ସେ ତାଙ୍କ ମନ୍ତବ୍ୟକୁ ଖୁବ୍‌ ଶୀଘ୍ର ଫେରାଇ ନିଅନ୍ତୁ ବୋଲି କଟକ ଛାତ୍ର କଂଗ୍ରେସ ନେତାମାନେ ଦାବି କରିଥିଲେ । ନହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ସବୁ କ୍ଷେତ୍ରରେ ବିରୋଧ କରାଯିବ ବୋଲି କଂଗ୍ରେସ ଛାତ୍ରନେତା ଜଗଦିଶ୍‌ ପଣ୍ଡା, ନିହାର ସାହୁ, ଅମେଶ ସାହୁ ଓ ଅମ୍ରିତ୍‌ ଦାଶ ପ୍ରମୁଖ ଚେତାବନୀ ଦେଇଥିଲେ ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା