PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଡିସେମ୍ବର ୧ରୁ ୩୧ ଯାଏଁ ବିଧାନସଭା ଅଧିବେଶନ, ଦିନକୁ ୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

ଭୁବନେଶ୍ଵର, ୨୯/୧୧ : ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୧ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେଶନ ଚାଲିବ। ବିଧାନସଭା ସାଢେ ୧୦ଟାରୁ ଆରମ୍ଭ ହୋଇ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅପରାହ୍ଣ ୪ଟାରୁ ୬ଟା ଯାଏଁ ଚାଲିବ। ଅର୍ଥାତ୍ ଦିନକୁ ୫ ଘଣ୍ଟା ଚାଲିବ ଗୃହ।

ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ । ୫ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ୯୦ ମିନିଟ୍ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ୩୫ ମିନିଟ୍ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ କଂଗ୍ରେସ ଓ ୨ ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ । କୋଭିଡ ଗାଇଡଲାଇନ ଭିତରେ ବିଧାନସଭା ବସିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାଵକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ନମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

ସେହିପରି ବିଜେପିର ବୟକଟ କରିବା ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ଯେ, ଯାହା ନିୟମରେ ରହିଛି ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି ତାଙ୍କ ଲେଜିସିଲେଟିଭ ପାର୍ଟି ଲେଖିକି ଦେଲେ ହେବ।