ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ମୁମ୍ୱାଇ- ଏକଲାପଣ ଓ ସବୁ ପ୍ରତିବନ୍ଧକକୁ ସାଥି କରି ନିଜର ଅକ୍ଲାନ୍ତ ପରିଶ୍ରମ ଓ ଦୃଢ଼ ମନୋବଳରେ ଯଦି ଆପଣ କିଛି ହାସଲ କରୁଛନ୍ତି ଏବଂ ଏକ ଛୋଟ ଭୁଲ୍‌ ସେହି ସଫଳତା ହାତରୁ ଚାଲିଯାଉଛି , ତ କେମିତି ଲାଗିବ ? ଏହାର ଅନ୍ଦାଜ ସେହି ଲୋକ କରିପାରିବ , ଯିଏ ଏହାକୁ ଅଙ୍ଗେ ନିଭେଇଥିବେ । ଏମିତି ଏକ ଉଦାହରଣ ସାମନାକୁ ଆସିଛି।

ଆଇଆଇଟି ବମ୍ୱେରେ ପଢ଼ିବାକୁ ଇଚ୍ଛା ରଖିଥିବା ଜଣେ ଅନାଥ ଛାତ୍ର ସିଦ୍ଧାନ୍ତ ବତ୍ରାଙ୍କ ସହ ଏମିତି ହୋଇଛି । ଯିଏକି  ଆଗ୍ରାରେ ରୁହନ୍ତି । ସିଦ୍ଧାନ୍ତଙ୍କ ପିତାଙ୍କର ବହୁତ ବର୍ଷରୁ ମୃତ୍ୟୁ ହୋଇଯାଇଥିଲା ।  ମାଆ ଏକଲା ତାଙ୍କୁ ପାଳି ଥିଲେ । ୨ବର୍ଷ ପୂର୍ବେ  ମାଆଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ଏହି ଭଳି ଏକ ଦୁଃଖଦ  ସ୍ଥିତିରେ  ସିଦ୍ଧାନ୍ତ ବହୁତ ପରିଶ୍ରମ କରି ପାଠ ପଢିଥିଲେ ଏବଂ ଜେଇଇ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ରାଙ୍କ୍‌ ୨୭୦ ପାଇଥିଲେ ।  କିନ୍ତୁ ଗୋଟିଏ ଛୋଟ ଭୁଲ୍‌ ଯୋଗୁଁ ସେ ଆଇଆଇଟି ବମ୍ୱେରେ ପ୍ରବେଶର ସୁଯୋଗ ହରାଇ ବସିଛନ୍ତି ।

Support pours in for orphan who lost IIT seat with wrong click | India News  - Times of India

ଉଲ୍ଲେଖନୀୟ ଯେ,  ସିଦ୍ଧାନ୍ତ ବତ୍ରାଙ୍କୁ ଆଇଆଇଟି  ବମ୍ୱେରେ ନିଜର ମନ ପସନ୍ଦର କୋର୍ସରେ ସିଟ୍‌ ମିଳିଯାଇଥିଲା ।  କିନ୍ତୁ ସେ ନଜାଣିପାରି ଏକ ଭୁଲ୍‌ ଲିଙ୍କ୍‌କୁ କ୍ଲିକ୍‌ କରି ଦେଇଥିଲେ । ଏହାପରେ  ସେହି ସିଟ୍‌ ତାଙ୍କ ହାତରୁ ଚାଲିଯାଇଥିଲା। ଏତେ ବଡ଼ ସୁଯୋଗ ହାତରୁ ଖସି ଗଲା ପରେ ଏବେ ସେ  ସୁପ୍ରିମ୍‌କୋର୍ଟଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି । ସିଦ୍ଧାନ୍ତ ସୁପ୍ରିମ୍‌କୋର୍ଟରେ ଏହା କହି ଆବେଦନ କରିଛନ୍ତି କି  ତାଙ୍କ ପାଇଁ  ଏକ ଏକ୍ସଷ୍ଟ୍ରା ସିଟ୍‌ ବୃଦ୍ଧି କରାଯାଉ । ତାଙ୍କ ଆବେଦନରେ ମଙ୍ଗଳବାର ଦିନ ଶୁଣାଣି ହେବ ।

ସିଦ୍ଧାନ୍ତ ବତ୍ରା ଏହି ସମୟରେ ତାଙ୍କର ଅଜା ଆଇଙ୍କ ସାଥିରେ ରହୁଛନ୍ତି । ତାଙ୍କୁ ଅନାଥ ପେନସନ  ମିଳୁଛି । ଜେଇଇରେ ଭଲ ରାଙ୍କ୍‌ ପାଇବା ପରେ ତାଙ୍କୁ ଆଇଆଇଟି-ବମ୍ୱେରେ ଇଲେକ୍ଟ୍ରିକଲ ଇଞ୍ଜିନିୟରିଂରେ ବିଟେକ୍‌ ସିଟ୍ ମଧ୍ୟ  ମିଳି ଯାଇଥିଲା ।  ୧୮ ଅକ୍ଟୋବରରେ ସେ ସିଟ୍‌ କାଉନସିଲିଂର ପ୍ରଥମ ରାଉଣ୍ଡକୁ ଶେଷ କରିସାରିଥିଲେ । ୩୧  ଅକ୍ଟୋବରରେ ନିଜ ରୋଲ୍‌ ନମ୍ୱରକୁ  ଅପଡେଟ୍‌ ଦେଖିବା ସମୟରେ ସେ ଏକ ଲିଙ୍କ୍‌ ଦେଖିଲେ । ଏଥିରେ ଲେଖାଥିଲା   ‘ସିଟ୍‌ ନିର୍ଦ୍ଧାରଣ ଓ ଆସନ୍ତା ରାଉଣ୍ଡ ୱିଦଡ୍ର’ ।  ସିଦ୍ଧାନ୍ତ ଏହା ଭାବି ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରିଥିଲେ କି ତାଙ୍କୁ ମନ ମୁତାବକ ସିଟ୍‌ ମିଳି ଯାଇଛି । ଏଥିପାଇଁ ଆସନ୍ତା ରାଉଣ୍ଡ ଆବଶ୍ୟକ ନାହିଁ ।

୧୦ ନଭେମ୍ୱରରେ  ସିଦ୍ଧାନ୍ତ ବତ୍ରା  ଦେଖିବାକୁ ପାଇଥିଲେ କି  ଇଲେକ୍ଟ୍ରିକଲ ଇଞ୍ଜିନିୟରଂ କୋର୍ସରେ ପ୍ରବେଶ ପାଇଥିବା ଛାତ୍ରଙ୍କ ଲିଷ୍ଟ୍‌ରେ ତାଙ୍କ ନାଁ ନାହିଁ । ଏହି କୋର୍ସ ପାଇଁ ମୋଟ ୯୩ଟି ସିଟ୍‌ ଥିଲା ।

ସିଦ୍ଧାନ୍ତ ଏଥିପାଇଁ ବମ୍ୱେ ହାଇକୋର୍ଟରେ ଅପିଲ୍‌କରିଥିଲେ । ହାଇକୋର୍ଟରେ ଏହା ଉପରେ ୧୯ ନଭେମ୍ୱରରେ ଶୁଣାଣି ହେଲା ଏଥିରେ କୋର୍ଟ ଆଇଆଇଟିକୁ ତାଙ୍କର ଅପିଲ୍‌ ଉପରେ ବିଚାର କରିବାକୁ କହିଥିଲେ ।  

ଆଇଆଇଟି ବମ୍ୱେ କହିଛି କି ନିୟମାନୁସାରେ ସଂସ୍ଥାନକୁ ଏମିତି କରିବାର ଅଧିକାର ନାହିଁ । ପ୍ରବେଶ ପାଇଁ ସିଦ୍ଧାନ୍ତଙ୍କୁ ପୁଣି ଆସନ୍ତା ବର୍ଷ ଏହି ପରୀକ୍ଷା ଦେବାକୁ ପଡ଼ିବ ।  କିଛି ଉପାୟ ନପାଉ ସିଦ୍ଧାନ୍ତ ଏବେ ସୁପ୍ରିମକୋର୍ଟଙ୍କ ସାହାଯ୍ୟ ଲୋଡ଼ିଛନ୍ତି ।