PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ବେସାହାରା ପିତା ! ପିଲାମାନେ ଘରୁ ବାହାର କରିଦେଲେ , ୮୦ ବର୍ଷ ବୟସରେ ପେଣ୍ଟିଂ ବିକ୍ରି କରି ଚଳୁଛନ୍ତି

ନୂଆଦିଲ୍ଲୀ – ଏହା ଏମିତି ଏକ ଖବର , ଯାହାକୁ ଜାଣିଲେ ଆପଣଙ୍କର ଆଖିରେ ଲୁହ ଆସିଯିବ । ହୃଦୟ ଦୁଃଖରେ ଭରି ଯିବ । ଆଜିର ମଣିଷ ପଣିଆକୁ ଧିକ୍କାର କରିବେ । କୁହାଯାଏ ବାପା କେବେ ନିର୍ଦ୍ଦୟ ହୋଇପାରନ୍ତି ନାହିଁ କି ମାଆ କେବେ ନିଷ୍ଠୁର ହୋଇ ପାରେ ନାହିଁ । ନିଜ ଔରସର ସନ୍ତାନ ପାଇଁ ଲହୁ ଲୁହକୁ ଏକ କରିଦେଇଥାନ୍ତି ଏହି ଦୁଇ ମଣିଷ । ଏହି ଦୁଇଜଣ ହିଁ ସାକ୍ଷାତ୍‌ ଦେବତା ।  

କିନ୍ତୁ ଯେତେବେଳେ ଏହି ଦୁଇ ଦେବତାଙ୍କର ମୂଲ ସେହି ପିଲା ବୁଝିପାରନ୍ତି ନାହିଁ । ଯାହାକୁ ସେମାନେ ପାଳିପୋଷି ଛୋଟରୁ ବଡ଼ କରିଥାନ୍ତି । ସେତେବେଳେ ସେମାନଙ୍କ ହୃଦୟ ତ କାନ୍ଦୁଥିବ କିନ୍ତୁ କେବେ ସେ ଅଭିଯୋଗ କରିନଥାନ୍ତି କି ନିଜ ପିଲାର ଅମଙ୍ଗଳ ପାଞ୍ଚି ନଥାନ୍ତି । ସେମାନଙ୍କୁ ସେମାନଙ୍କ ଖୁସିରେ ଛାଡ଼ି ଅବଶିଷ୍ଟ ଜୀବନ ନିଜେ ବଞ୍ଚିବାକୁ ନିଜର ବାଟ ବାଛି ନିଅନ୍ତି । ଏମିତି ଏକ ଦୃଶ୍ୟ ସାମନାକୁ ଆସିଛି । ଯେଉଁଥିରେ ଆଖି ଲୁହରେ ଭରି ଯିବା ସହ ମାଆ-ବାପା ଓ ପିଲାଙ୍କ ସଂପର୍କରେ ଅନେକ ପ୍ରକାରର ପ୍ରଶ୍ନ ଉଠିବ। ପିଲାମାନେ  ନିଜର ବୃଦ୍ଧ ପିତାଙ୍କୁ ଏହି ପରିଣତ ବୟସରେ ଘରୁ ବାହାର କରିଦେଇଛନ୍ତି , ଯେଉଁ ବୟସରେ ସେ ଘରେ ରହି ପିଲାଙ୍କର ଆୟରେ ଟିକେ ଚଳିବାକୁ ଭାବି ଥାନ୍ତି  ।

ଉଲ୍ଲେଖନୀୟ ଯେ , ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ   ପେଣ୍ଟିଂ  ଧରି ଠିଆ ହେଇଛନ୍ତି । ଏହି ପୋଷ୍ଟକୁ ଜଣେ ୟୁଜର ସେୟାର କରିଛନ୍ତି  ଏବଂ ଏହାକୁ ସେୟାର କରି ଏହି ଫଟୋ ପଛର କଥା କହିଛନ୍ତି ।

ପୋଷ୍ଟରେ ଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଆର୍ଟିଷ୍ଟ । ଯାହାଙ୍କ ନାଁ ସୁନୀଲ ପାଳ । ତାଙ୍କର ବୟସ ୮୦ ବର୍ଷ ।  ସେ କୋଲକତାର ଗୋଲପାର୍କର ଗରିଆହଟ ରୋଡ୍‌ର ଏକ୍ସିସ୍‌ ବ୍ୟାଙ୍କ୍‌ ସାମନାରେ ପେଣ୍ଟିଂ ସହ ବସିଥାନ୍ତି। ଏତେ ସୁନ୍ଦର ପେଟିଂ  ସତ୍ତ୍ୱେ ଗୋଟିଏ  ପେଣ୍ଟିଂ ରୁ ତାଙ୍କର ଆୟ ୫୦-୧୦୦ଟଙ୍କା ହୋଇଥାଏ ।

ପୋଷ୍ଟର କ୍ୟାପସନ୍‌ରେ ଏହା ମଧ୍ୟ ଲେଖା ଯାଇଛି , ତାଙ୍କୁ ଘରୁ ବାହାର କରିଦିଆଯାଇଛି ଏବଂ ପିଲାମାନେ ତାଙ୍କୁ ଘରୁ ବାହାର କରିଦେବା ପରେ ଏବେ ସେ ଚାରା ବଗିଚାରେ ରହି ନିଜର ପେଣ୍ଟିଂ ଓ ଆର୍ଟୱାର୍କ ବିକ୍ରି କରି ଜୀବନ ବିତାଉଛନ୍ତି । ଏହି ପୋଷ୍ଟରେ ଏହା ମଧ୍ୟ ଲେଖାଯାଇଛି କି ,  ଯଦି କିଏ  ତାଙ୍କର ସାହାଯ୍ୟ କରିବାକୁ ଚାହାନ୍ତି , ତ ସେ ଶନିବାର ଓ ବୁଧବାରକୁ ଗୋଲ ପାର୍କ ଯାଇ ତାଙ୍କୁ ସାହାଯ୍ୟ କରିପାରିବେ।

ଉକ୍ତ ପୋଷ୍ଟଟି  ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବହୁତ ଲୋକ ସାହାଯ୍ୟ କରିବାକୁ ଆଗକୁ ବାହାରିଛନ୍ତି ।

ସମ୍ବନ୍ଧିତ ଖବର