PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

SBI ର ଖାସ୍ ସୁବିଧା : ଅଚାନକ ଟଙ୍କାର ଆବଶ୍ୟକତା ପଡ଼ିଲେ ବ୍ୟାଙ୍କ୍ ଆକାଉଣ୍ଟ ବାଲାନ୍ସରୁ ଉଠାଇପାରିବେ ଅଧିକ ଟଙ୍କା, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ ୧୯।୧୨: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କୁ ଏକ ଖାସ୍ ସୁବିଧା ଦେଉଛି। ଯାହା ଜରିଆରେ ଆପଣ ନିଜ ବ୍ୟାଙ୍କ୍ ଖାତାରୁ ସେଥିରେ ଜମା ଥିବା ଟଙ୍କାରୁ ଅଧିକ ଟଙ୍କା ଉଠାଇ ପାରିବେ। ବ୍ୟାଙ୍କର ଏହି ସୁବିଧାକୁ ଓଭରଡ୍ରାଫ୍ଟ ଫାସିଲିଟି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା କଣ ଏହି ଓଭରଡ୍ରାଫ୍ଟ ଫାସିଲିଟି ଓ କିଭଳି ଉଠାଇପାରିବେ ଏହାର ଫାଇଦା

ଓଭରଡ୍ରାଫ୍ଟ ଫାସିଲିଟି କ’ଣ ?

ଓଭରଡ୍ରାଫ୍ଟ  ଏକ ପ୍ରକାର ଲୋନ୍ ଅଟେ। ଏହି ଆଧାରରେ କଷ୍ଟମର୍ସ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ଥିବା ବାଲାନ୍ସରୁ ଅଧିକ ଟଙ୍କା ଉଠାଇପାରିବେ। ଏହି ଅତିରିକ୍ତ ଟଙ୍କାକୁ ଏକ ନିଶ୍ଚିତ ଅବଧି ଭିତରେ ସୁଝିବାକୁ ପଡ଼ିବ ଏବଂ ଏହା ଉପରେ ସୁଧ ବା ଇନଟ୍ରେଷ୍ଟ୍ ବି ଲାଗିଥାଏ। ଇନଟ୍ରେଷ୍ଟ୍ ପ୍ରତି ଦିନ ହିସାବରେ ଗଣାଯାଇଥାଏ। ଓଭରଡ୍ରାଫ୍ଟ ଫାସିଲିଟି କୌଣସି ବି ବ୍ୟାଙ୍କ୍ ବା ନନ୍ ବ୍ୟାଙ୍କିଂ ଫାଇନାନ୍ସିଆଲ୍ କମ୍ପାନି (ଏନବିଏଫସିଏସ୍) ଦେଇପାରିବେ। ଆପଣଙ୍କୁ ମିଳୁଥିବା ଓଭରଡ୍ରାଫ୍ଟର ଲିମିଟ୍ କେତେ ରହିବ, ଏହି ବ୍ୟାଙ୍କ୍ ବା ଏନବିଏଫସିଏସ୍ ପ୍ରସ୍ତୁତ କରନ୍ତି।

କିଭଳି କରିବେ ଆବେଦନ

ବ୍ୟାଙ୍କ୍ ନିଜର କିଛି ଗ୍ରାହକଙ୍କୁ ପ୍ରିଅପ୍ରୁଭ୍ଡଓଭରଡ୍ରାଫ୍ଟ ଫାସିଲିଟି ଦେଉଛନ୍ତି। କଷ୍ଟମର୍ସଙ୍କୁ ଏଥିପାଇଁ ଅଲଗା ମଞ୍ଜୁରୀ ନେବାକୁ ପଡ଼େ। ଏଥିପାଇଁ ଲିଖିତ ଭାବେ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଆବେଦନ କରିବାକୁ ପଡ଼ିବ। କିଛି ବ୍ୟାଙ୍କ୍ ଏହି ସୁବିଧା ପାଇଁ ପ୍ରୋସେସିଙ୍ଗ୍ ଫିସ୍ ମଧ୍ୟ ନେଇଥାନ୍ତି। ଓଭରଡ୍ରାଫ୍ଟ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ସୁରକ୍ଷିତ ଓ ଅନ୍ୟଟି ଅଣସୁରକ୍ଷିତ। ସୁରକ୍ଷିତ ଓଭରଡ୍ରାଫ୍ଟ ଯାହା ପାଇଁ ସିକ୍ୟୁରିଟି ଆଧାରରେ କିଛି ଟଙ୍କା ବନ୍ଧା ରଖାଯାଇଥାଏ। ଆପଣ ଏଫଡି, ସେୟର୍ସ, ଘର, ଦରମା, ଇନସୁରାନ୍ସ ପଲିସି, ବନ୍ଡସ୍ ଭଳି ଜିନିଷରେ ଓଭରଡ୍ରାଫ୍ଟ ହାସଲ କରିପାରିବେ। ଏହାକୁ ସାଧାରଣ ଭାଷାରେ ଏଫଡି ବା ସେୟର୍ସରେ ଲୋନ୍ ନେବା ବି କୁହାଯାଇଥାଏ। ଏଭଳି କରିବା ଦ୍ବାରା ଏହି ଜିନିଷ ଏକ ପ୍ରକାରରେ ବ୍ୟାଙ୍କ୍ କିମ୍ବା ଏନବିଏଫସିଏସ୍ ପାଖରେ ବନ୍ଧା ରହିଥାଏ। ଯଦି ଆପଣଙ୍କ ପାଖରେ କିଛି ବି ସିକ୍ୟୁରିଟି ଆଧାରରେ ଦେବା ପାଇଁ ନାହିଁ ତାହାଲେ ବି ଆପଣ ଓଭରଡ୍ରାଫ୍ଟ ଫାସିଲିଟି ନେଇପାରିବେ। ଏହାକୁ ଅଣସୁରକ୍ଷିତ ଓଭରଡ୍ରାଫ୍ଟ କୁହାଯାଏ। ଉଦାହରଣ ସ୍ବରୂପ କ୍ରେଡିଟ କାର୍ଡରୁ ଉଠାଇନେବା।

ମିଳିଥାଏ ଫାଇଦା

ଯଦି ଆପଣ ଲୋନ୍ ନେଉଛନ୍ତି ତାହେଲେ ତାକୁ ସୁଝେଇବା ପାଇଁ ଏକ ଅବଧି ସମୟ ଦିଆଯାଇଥାଏ। ଯଦି କୌଣସି ବ୍ୟକ୍ତି ଅବଧି ପୂର୍ବରୁ ଦେଇଦିଅନ୍ତି ତାହାକୁ ପ୍ରିପେକେଣ୍ଟ ଚାର୍ଜ ଦେବାକୁ ପଡ଼ିଥାଏ। କିନ୍ତୁ ଓଭରଡ୍ରାଫ୍ଟ ସହିତ ଏଭଳି ହୋଇନଥାଏ। ଆପଣଙ୍କୁ ଦିଆଯାଇଥିବା ଅବଧି ପୂର୍ବରୁ ବି ବିନା କୌଣସି ମୂଲ୍ୟ ଦେଇ ଟଙ୍କା ସୁଝି ପାରିବେ। ଏହା ସହିତ ଏଥିରେ ସୁଧ ବି କେବଳ ସେତିକି ସମୟରେ ମଧ୍ୟରେ ଦେବାକୁ ପଡ଼ିଥାଏ, ଯେତେ ସମୟ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ମୂଲ୍ୟ ଆପଣଙ୍କ ପାଖରେ ରହିଥାଏ। ଏହା ବ୍ୟତୀତ ଆପଣଙ୍କୁ ଇଏମଆଇ ଟଙ୍କା ଦେବା ବି ବାଧ୍ୟତାମୂଳକ ହୋଇନଥାଏ। ଆପଣ ଦିଆଯାଇଥିବା ସମୟ ଭିତରେ କେବେ ବି ଟଙ୍କା ଦେଇପାରିବେ।

ଧ୍ୟାନରେ ରଖନ୍ତୁ

ଯଦି ଆପଣ ଓଭରଡ୍ରାଫ୍ଟ ଦେଇପାରୁନାହାନ୍ତି ତାହାଲେ ଆପଣଙ୍କ ଦ୍ବାରା ବନ୍ଧା ରଖାଯାଇଥିବା ଜିନିଷରେ ଏହାକୁ ଭରିବାକୁ ପଡ଼ିବ। କିନ୍ତୁ ଯଦି ଓଭରଡ୍ରାଫ୍ଟ ମୂଲ୍ୟ ବନ୍ଧା ରଖାଯାଇଥିବା ଜିନିଷର ମୂଲ୍ୟରୁ ଅଧିକ ହେବ ତାହେଲେ ବାକି ଟଙ୍କା ଆପଣଙ୍କୁ ସୁଝିବାକୁ ହେବ।