କରୋନା ପାଇଁ SCBରେ ହେବ ସ୍ବତନ୍ତ୍ର ଆଇସିୟୁ: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ

କଟକ ୧୬.୦୩ – କରୋନା ପାଇଁ ଏସ୍‌ସିବି ସ୍ବତନ୍ତ୍ର ୱାର୍ଡରେ ବଢାଯିବ ବେଡ୍ ସଂଖ୍ୟା , ଏଥିପାଇଁ  ସ୍ବତନ୍ତ୍ର ଆଇସିୟୁ ବ୍ୟବସ୍ଥା କରାଯିବ ।

କରୋନା ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଛାତ୍ର ଓ ଡାକ୍ତରମାନଙ୍କୁ ସ୍ବତନ୍ତ୍ର ମାସ୍କ ଯୋଗାଇ ଦିଆଯିବ ।

ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ଡାକ୍ତରଖାନାରେ ଭିଡ ନକରିବାକୁ ପରାମର୍ଶ  ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସପିଂ ମଲ୍ ଖୋଲାଥିଲେ, ମଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲଙ୍କ ସୂଚନା ଦେଇଛନ୍ତି ।