ସୋଆ ଏଏସ୍‌ସିଇ ଛାତ୍ର ଶାଖାକୁ ସ୍ୱତନ୍ତ୍ର ଆନ୍ତର୍ଜାତିକ ସମ୍ମାନ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ସଫଳତାର ସିଡ଼ି ଚଢ଼ିବା ଜାରି ରଖିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି । ଏହାର ଆମେରିକାନ୍‌ ସୋସାଇଟି ଅଫ୍‌ ସିଭିଲ୍‌ ଇଞ୍ଜିନିୟର୍ସ (ଏଏସ୍‌ସିଇ) ଛାତ୍ର ଶାଖାକୁ ମିଳିଛି ସ୍ୱତନ୍ତ୍ର ଆନ୍ତର୍ଜାତିକ ସମ୍ମାନ । ୨୦୧୯ ପାଇଁ ଏଏସ୍‌ସିଇ୍‌ ଦ୍ୱାରା ପ୍ରସ୍ତୁତ ତାଲିକାର ପ୍ରଥମ ଏକ ତୃତୀୟାଂଶ ମଧ୍ୟରେ ସ୍ଥାନ ହାସଲ କରି ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଛି ସୋଆ । ୨୦୧୮ ପାଇଁ ବିଶ୍ୱର ବିଭିନ୍ନ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ସମ୍ମାନ ଦିଆଯାଇଛି । ଡେଭିସ୍‌, ଇରଭାଇନ୍‌ ଏବଂ ସାନ୍‌ ଡିଏଗୋସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, କାର୍ନେଗି ମେଲନ୍‌ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱର ବିଖ୍ୟାତ ୮୪ଟି ବିଶ୍ୱବିଦ୍ୟାଳୟ ସହିତ ସମ୍ମାନିତ ହୋଇଛି ସୋଆ ।

ଯୁକ୍ତରାଷ୍ଟ୍ର ଆମେରିକାର ସର୍ବପୁରାତନ ଜାତୀୟ ଇଞ୍ଜିନିୟରିଂ ସୋସାଇଟି ଏଏସ୍‌ସିଇ ୧୯୫୨ରେ ପ୍ରତିଷ୍ଠା ହୋଇଥିଲା । ବିଶ୍ୱସ୍ତରର ସିଭିଲ୍‌ ଇଞ୍ଜିନିୟରିଂ ପେଶାଧାରୀମାନେ ଏଥିରେ ସଦସ୍ୟ ଅଛନ୍ତି । ନିକଟରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ପ୍ରସ୍ତୁତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କରେ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ଦେଶରେ ୨୪ ତମ ସ୍ଥାନ ହାସଲ କରିଥିବା ବେଳେ ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନାଲ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶରେ ୩୨ତମ ସ୍ଥାନ ହାସଲ କରିଛି ।

   ସମ୍ବନ୍ଧିତ ଖବର


୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ