୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ସୁରତ – କେବେକେବେ  ଛୋଟ ପିଲାମାନେ  ଏମିତି କାମ କରିଥାନ୍ତି , ଯାହାକୁ କରିବା ପାଇଁ ବଡ଼ ମାନେ ଭାବିବି ପାରନ୍ତି  ନାହିଁ । ଗୁଜରାଟରେ  ସୁରତ ସହରର ୧୦ ବର୍ଷିୟା ବାଳିକା  ଦେବନା  ଜନାର୍ଦନ  କିଛି ଏମିତି କରି ଦେଖାଇଛି , ଯାହାର ଚାରିଆଡ଼େ ଚର୍ଚ୍ଚା ହେଉଛି ।  ବାସ୍ତବରେ  ଦେବନା  ନିଜର ୩୧ ଇଞ୍ଚ କେଶ କାଟି  ଦେଇଛନ୍ତି  ଏବଂ  ଖୁବ୍‌ ଖୁସିରେ ଏହି  କେଶକୁ କ୍ୟାନସର ପୀଡ଼ିତଙ୍କ ପାଇଁ ଡୋନେଟ୍‌ କରିଦେଇଛନ୍ତି ।

ସୂଚନା  ମୁତାବକ, ଯେବେ  ଦେବନା  ଜନାର୍ଦନ  ନିଜର ୩୧ ଇଞ୍ଚ ଲମ୍ୱା କେଶକୁ କାଟି ଦେଇଥିଲେ  ପାଖ ପଡ଼ୋଶୀ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କୁ  ଚିହ୍ନି ହେଉନଥିଲା ।  ପରେ ଯେବେ ଲୋକଙ୍କୁ ଏହାର କାରଣ ଜଣାପଡ଼ିଲା , ସେମାନେ ଦେବନା ଙ୍କୁ ପ୍ରଶଂସା କରିବାକୁ ଲାଗିଲେ ।

ନିଜର ଏହି କେଶକୁ ନେଇ ଦେବନା  କହିଥିଲେ କି , ୧୦ ବର୍ଷ ବୟସ ଯାଏ ସେ ,  ଗୋଟିଏ ବି ଥର କେଶରେ କଇଁଞ୍ଚି ଚଳାଇ ନଥିଲେ । ଆଉ ଏହା ଭିତରେ ୩୧ ଇଞ୍ଚର ଲମ୍ୱା କେଶ ହୋଇଯାଇଥିଲା ।  ଯାହାକୁ ସେ ଏବେ ଖୁସି ଖୁସିରେ କାଟି ଦେଇଛନ୍ତି ।  

ଦେବନାଙ୍କର ମାଆ-ବାପା ମଧ୍ୟ  ଝିଅର  ଏଭଳି ଉଦ୍ଦେଶ୍ୟକୁ ନେଇ ପ୍ରଶଂସା କରିଥିଲେ । ଦେବନା କହିଥିଲେ କି ମୋ ମୁଣ୍ଡରେ କେଶ  ନାହିଁ  ବୋଲି  ମୁଁ ଦୁଃଖ କରୁନି । ଏହା ବଦଳରେ ମୋତେ ଖୁସି ଲାଗୁଛି କି ଏହା କ୍ୟାନସର ପୀଡ଼ିତଙ୍କ ପାଇଁ କାମରେ ଆସିପାରିବ , ଯେଉଁମାନେ ଚିକିତ୍ସା ସମୟରେ ନିଜର କେଶକୁ ହରାଇ ଦେଇଛନ୍ତି ।

कीमोथैरेपी में गंवाने पड़ते हैं बाल

ଦେବନା  ଜନାର୍ଦନ ଙ୍କର ଏଭଳି କାମ ସମସ୍ତଙ୍କୁ  ପ୍ରେରଣା  ଯୋଗାଇଛି ।  ଏତେ କମ୍‌ ବୟସରୁ  ତାଙ୍କ  ମନରେ ପରୋପକାର  ଗୁଣ ଉଦୟ ହେବାକୁ  ସମସ୍ତେ  ପ୍ରଶଂସା କରିଛନ୍ତି ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ