ଲକ୍‌ ଡାଉନ୍ ପ୍ରେମ … ରାସ୍ତା କଡ଼ରେ ଯୁବତୀଙ୍କୁ ଖାଦ୍ୟ ବାଣ୍ଟୁ ବାଣ୍ଟୁ ମିଶିଗଲା ହୃଦୟ , ହୋଇଗଲେ ଜୀବନସାଥି

କୁହାଯାଏ ପ୍ରେମ ଧନୀ-ଗରୀବ ଦେଖିନଥାଏ , ଏହା କାହାକୁ କେତେବେଳେ ହୋଇଥାଏ ଜଣାନଥାଏ । ଏମତି ଏକ  ପ୍ରେମକଥା  କାନପୁରରେ ଦେଖିବାକୁ ମିଳିଛି । ଜଣେ ଗରୀବ ଯୁବତୀ ନିଲମ ରାସ୍ତାରେ ବସି ଖାଦ୍ୟ ନେବାକୁ ଅପେକ୍ଷା କରୁଥିଲା । ଆଉ ସେଠାକୁ ନିଜ ମାଲିକଙ୍କ ସହ ଗରୀବଙ୍କୁ ଖାଦ୍ୟ ଦେବାକୁ ବାଣ୍ଟିବାକୁ ଆସିଥିଲା ଅନିଲ। ଆଉ ଏହାପରେ ଆରମ୍ଭ ହୋଇଥିଲା ଏହି ଯୁବକ-ଯୁବତୀଙ୍କ ପ୍ରେମ ।

ସେଠାରେ ନିଲମଙ୍କ ନିରୀହ ଆଖି  ଓ ସରଳ ହୃଦୟ ଅନିଲଙ୍କ ହୃଦୟକୁ କିଣି ନେଇଥିଲା। ଆଉ ଶେଷରେ ସାରା ଜୀବନ ପରସ୍ପରର ଜୀବନ ସାଥି ହୋଇଯାଇଥିଲେ ।

ଏମିତି  ପ୍ରେମ କାହାଣୀ ଆରମ୍ଭ ହୋଇଥିଲା –

ନିଲମ ଏତେ ଗରୀବ ଥିଲେ ଯେ ଖାଇବା ପାଇଁ ସେ ରାସ୍ତା କଡ଼ରେ ବସୁଥିଲେ। ତାଙ୍କର ମା-ବାପାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ଭାଇ-ଭାଉଜ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଆଉ ଏହି ଲକ୍‌ ଡାଉନ୍‌ ସ୍ଥିତିରେ ସେ କୌଣସି କାମ ନପାଇ ଯେଉଁଠି ଯିଏ ଖାଦ୍ୟ କି ସାହାଯ୍ୟ ଦେଉଥିଲା ତାକୁ ଗ୍ରହଣ କରି ଦିନ ବିତାଉଥିଲେ ।

ଏହି ସମୟରେ ସମୟ ନୂଆ ମୋଡ ନେଇଥିଲା । ଜଣେ କାର୍‌ ଡ୍ରାଇଭର ଥିବା ଅନିଲ୍‌ ନିଜ ମାଲିକଙ୍କ ସହ ଲକ୍‌ ଡାଉନ୍‌ରେ ଗରୀବଙ୍କୁ ବାଣ୍ଟିବାକୁ ଯାଉଥିଲେ । ତାଙ୍କ ମାଲିକ ଲାଲତା ପ୍ରସାଦ ଜଣେ ସାମାଜିକ କର୍ମୀ ଓ ପ୍ରପର୍ଟି ଡିଲର । ପ୍ରତିଦିନ ଲାଲତାଙ୍କ ସହ ଗରୀବଙ୍କୁ  ଖାଦ୍ୟ ବାଣ୍ଟିବାକୁ  ଯାଉଥିଲେ । ନିଲମ ମେଡିକାଲ କଲେଜ୍‌  ପୋଲ ତଳେ ଥିବା ଫୁଟ୍‌ପାଥ୍‌ରେ ଭିକାରୀଙ୍କ ଭିତରେ  ବସି ଖାଦ୍ୟ ନେଉଥିଲେ ।  ପ୍ରତିଦିନ ଅନଲ୍‌ ତାଙ୍କୁ ଖାଦ୍ୟ ଦେବାରେ ଉଭୟଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଯେତେବେଳେ ଲାଲତ ପ୍ରସାଦ ଏକଥା ଜାଣିଲେ ତ ଅନିଲଙ୍କୁ ଦୁଇ ଟାଇମ୍‌ ଖାଦ୍ୟ ଦେବାକୁ କହିଲେ ।

ଅନିଲ୍‌  ପ୍ରତିଦିନ ନିଜ ଘରେ ନିଜେ ଖାଦ୍ୟ ତିଆରି କରି ନିଲମଙ୍କ ପାଇଁ ଖାଦ୍ୟ ନେଇକି ସେହି ପୋଲ ତଳକୁ ଯାଉଥିଲେ ।  ପରିବାର ଲୋକେ ଯେତେବେଳେ ଜାଣିଲେ ଅନିଲଙ୍କ ଉପରେ ବିରକ୍ତ ହେଲେ ।ଆଉ ତାଙ୍କୁ କହିଲେ ଏତେ ଯଦି ପ୍ରୀତି, ତାହେଲେ ତାକୁ ବାହା ହେଇ ଯାଉନ ।    

ଅନିଲଙ୍କ ମାଲିକ ଲାଲତ ପ୍ରସାଦ ସାମାଜିକ କର୍ମୀ ଧାନିରାମ ପନ୍ଥରଙ୍କ ସହ ମିଶି ନିଲମଙ୍କ ବିଷୟରେ ସବୁ ବୁଝିଲେ । ଅନିଲଙ୍କ ପରିବାର ଲୋକଙ୍କୁ ବୁଝାଇଲେ । ଆଉ  ଉଭୟଙ୍କର ବିବାହ କରାଇଥିଲେ ।

ଶେଷରେ ଏହି ଲକ୍‌ ଡାଉନ୍‌ରେ ଅନିଲ- ନିଲମଙ୍କ ପ୍ରେମ ବିବାହରେ ପରିଣତ ହୋଇ ଲକ୍‌ ପଡିଥିଲା ।

   ସମ୍ବନ୍ଧିତ ଖବର


ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା